ଭିନ୍ନକ୍ଷମ ମାନେ ସମାଜର ଗୁରୁତ୍ୱପୁର୍ଣ୍ଣ ଅଂଶ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଭିନ୍ନକ୍ଷମ ମାନେ ଯେପରି ସେମାନଙ୍କ ଅଧିକାରରୁ ବଂଚିତ ନ ହୁଅନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଆଜି ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଭୁବନେଶ୍ୱର ଆଦିବାସୀ ପ୍ରଦର୍ଶନୀ ପଡିଆରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହଥିଲେ ଯେ, ଭିନ୍ନକ୍ଷମ ମାନେ ସମାଜର ଗୁରୁତ୍ୱପୁର୍ଣ୍ଣ ଅଂଶ । ସମାଜର ବିକାଶରେ ସେମାନଙ୍କର ମଧ୍ୟ ଅବଦାନ ରହିଛି । ଉପଯୁକ୍ତ ତାଲିମ ଓ ପ୍ରୋତ୍ସାହନ ଦ୍ୱାରା ସେମାନେ ମଧ୍ୟ ସେମାନଙ୍କ ଦକ୍ଷତା ଓ ପ୍ରତିଭା ଦେଖାଇ ପାରିଛନ୍ତି ।

ଭିନ୍ନକ୍ଷମ କଲ୍ୟାଣ କ୍ଷେତ୍ରରେ ଓଡିଶା ଏକ ଆଦର୍ଶ ରାଜ୍ୟ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କ କଲ୍ୟାଣ ପାଇଁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପଯୁକ୍ତ ତଦାରଖ ଉପରେ ଗୁରୁତ୍ୱ ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିନ୍ନକ୍ଷମ ମାନଙ୍କ ଦ୍ୱାରା ଆୟୋଜିତ ଫଟୋ ପ୍ରଦର୍ଶନୀ ଏବଂ ସେମାନଙ୍କ ଦ୍ୱାରା ଉପôାଦିତ ସାମଗ୍ରୀର ପ୍ରଦର୍ଶନ ଉଦଘାଟନ କରିଥିଲେ ।

ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ୮ ଜଣ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ । ପୁରସ୍କାର ବାବାଦରେ ସେମାନଙ୍କୁ ୨୫.୦୦୦ ଟଙ୍କା ଏବଂ ସ୍ମାରକ ପ୍ରଦାନ କରିଥିଲେ । ତାସହ ମୁଖ୍ୟମନ୍ତ୍ରୀ ଦୁଇ ଜଣ ହିତାଧିକାରୀଙ୍କୁ ତିନିଚକିଆ ଗାଡି ଏବଂ ଦୁଇ ଜଣ ଛାତ୍ରଛାତ୍ରୀଙ୍କୁ ଲାପଟପ ପ୍ରଦାନ କରିଥିଲେ ।

ସମ୍ବଲପୁର ଜିଲ୍ଲାକୁ ଭିନ୍ନକ୍ଷମ କଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ କାମ ପାଇଁ Best performing distsrict ଭାବରେ ପୁରସ୍କୃତ କରାଯାଇଛି । ପୁରସ୍କାର ବାବଦରେ ୫୦.୦୦୦ ଟଙ୍କା ଓ ସ୍ମାରକ ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ,ଭୁବନେଶ୍ୱର ଉତ୍ତର ବିଧାୟକ,ଭୁବନେଶ୍ୱର ମଧ୍ୟ ବିଧାୟକ,ଭିନ୍ନକ୍ଷମ କମିଶନର ଏବଂ ବିଭାଗର ଶାସନ ସଚିବ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

18 − 16 =