କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନିଲ ବଂଶଲ

କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ । ଡିଜିଙ୍କ ସହିତ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି । ଜିଲ୍ଲାରେ ମାଓ ସ୍ଥିତିର ସମୀକ୍ଷା କରିବା ସହ କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ସୀମା ବିବାଦ ରହିଛି । ଏଥିପାଇଁ ଆଗକୁ କିଭଳି ସୂଚାର ରୂପେ ପଞ୍ଚାୟତ ନିର୍ବାଚନ ସମ୍ପାଦନ ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରିଛନ୍ତି । କୋରାପୁଟ ଡିଆଇଜି ଓ ଏସପିଙ୍କ ସହ କୋବ୍ରା ଓ ବିଏସଏଫ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡିଜିପି ସୁନୀଲ ବଂଶଲ । ନିର୍ବାଚନ ସୁପରିଚାଳନା ସହ ଆଇନଶୃଙ୍ଖଳା ପରିସ୍ଥିତି ଓ ମାଓ ସ୍ଥିତି ନେଇ ସମୀକ୍ଷା କରିଛନ୍ତି । ସମୀକ୍ଷା କାର୍ୟ୍ୟକ୍ରମରେ ରାୟଗଡା ଏସପି, ନବରଙ୍ଗପୁର ଏସପି ପ୍ରମୁଖ ଉପସ୍ଥିତ ଥିଲେ । ଏହା ପରେ ସୁନାବେଡାରୁ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳ ଗସ୍ତ କରିବେ ଡିଜିପି ।

Share

Leave a Reply

Your email address will not be published. Required fields are marked *

10 − three =