କରୋନାର କଠିନ ସମୟ ଶୀଘ୍ର ଦୂର ହେବ

ଭୁବନେଶ୍ୱର() କୋଭିଡ୍ କଟକଣା ସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁରୀରେ ଚାଲିଛି ରଥ ଟଣା । ଆଗେ ଆଗେ ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଗଡ଼ି ଚାଲିଛି । ତାଳଧ୍ୱଜ ପଛରେ ରହିଛି ଭଉଣୀ ସୁଭଦ୍ରାଙ୍କ ରଥ ଦେବଦଳନ । ପଛରେ ଲୀଳା ଲଗାଇ ନନ୍ଦିଘୋଷରେ ଆସୁଛନ୍ତି ମହାପ୍ରଭୁ ଜଗନ୍ନାଥ । କରୋନା ସଂକ୍ରମଣ ଯୋଗୁଁ ଜଗତର ନାଥଙ୍କ ଏହି ଅପୂର୍ବ ମାନବୀୟ ଲୀଳାକୁ ଦୁନିଆ ଟିଭି ପରଦାରେ ଦେଖୁଛି । କାରଣ ଭକ୍ତଙ୍କୁ ମନା ହୋଇଛି ବଡ଼ଦାଣ୍ଡ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁରୀରେ କର୍ଫ୍ୟୁ ଲାଗୁ ହୋଇଛି । ପ୍ରତି ରଥକୁ ୫୦୦ରୁ କମ୍ ସେବାୟତ ଟାଣୁଛନ୍ତି । ଘରେ ବସି ଘୋଷଯାତ୍ରା ଦେଖିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ଲୋକମାନଙ୍କ ଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଭିଜନ ପରଦାରେ ମହାପ୍ରଭୁଙ୍କ ରଥଯାତ୍ରାକୁ ଦେଖୁଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରୁଥିବା ବେଳେ ଚଳିତ ବର୍ଷ କରୋନା ପାଇଁ ଟିଭିରେ ଶ୍ରୀଜଗନ୍ନାଥଙ୍କ ରଥ ଟଣା ଦେଖିଛନ୍ତି ।

ରଥରେ ମହାପ୍ରଭୁଙ୍କୁ ଦେଖି ମନ ବିଭୋର ହୋଇ ଯାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ରଥାରୁଢ ମହାପ୍ରଭୁଙ୍କ ଅପୂର୍ବ ଶୋଭା ହୃଦୟକୁ ଭକ୍ତି ଭାବରେ ରସାଣିତ କରୁଛି ।

ମହାପ୍ରଭୁ ଆମ ସମସ୍ତଙ୍କର ଗୁହାରୀ ଶୁଣିବେ। କରୋନାର କଠିନ ସମୟ ଶୀଘ୍ର ଦୂର ହେବ ଏବଂ ସମସ୍ତଙ୍କ କଲ୍ୟାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ଶେଷ ମୁହୂର୍ତ୍ତରେ ପୁରୀରେ ରଥଯାତ୍ରା କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହାତରେ ୧୨ ଘଣ୍ଟାରୁ କମ୍ ସମୟ ଥିବାବେଳେ ରାଜ୍ୟ ସରକାର ସୁରୁଖୁରରେ ସବୁ ବନ୍ଦୋବସ୍ତ କରିଥିଲେ । ପୁରୀର ସମସ୍ତ ଏଣ୍ଟ୍ରିଂ ପଏଣ୍ଟକୁ ବନ୍ଦ କରାଯାଇ ରଥଯାତ୍ରା କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଓ ୩ ଜଣ ମନ୍ତ୍ରୀ ପୁରୀରେ ରହି ରଥଯାତ୍ରା ନୀତିକାନ୍ତିର ଅନୁଧ୍ୟାନ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × 1 =