ରାଜ୍ୟରେ ଦିନକରେ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର:ରାଜ୍ୟରେ କମିବାର ନାଁ ଧରୁନି କରୋନା ଜନ୍ଖଚ୍ଛ ମୃତ୍ୟୁ ସଂଖ୍ୟା । ପ୍ରତିଦିନ ଯାଉଛି ୬୦ ଉପରେ ଜୀବନ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୧ ଜଣ ରହିଛନ୍ତି। ଏଥିସହିତ ବରଗଡ ଓ ସୁନ୍ଦରଗଡ ଜିଲାରୁ ୧୦ ଜଣ ଲେଖାଏଁ କରୋନା ସଂକ୍ରମିତଙ୍କର ପ୍ରାଣହାନି ଘଟିଛି। ସେହିଭଳି ବାଲେଶ୍ୱର ଜିଲାରୁ ୮ ଜଣଙ୍କର ମୃତ୍ୟୁ ଘଟିଛି।

ଗୋଟିଏ ଦିନରେ ସମ୍ବଲପୁର ଜିଲାରୁ ୭, ଭଦ୍ରକ ଓ ମୟୁରଭଞ୍ଜ ଜିଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କର ଜୀବନ ଯାଇଛି। ସେହିଭଳି ବଲାଙ୍ଗିର, କଟକ ଓ ଗଞ୍ଜାମରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହିତ ଜଗତସିଂହପୁର, କଳାହାଣ୍ଡି ଓ ପୁରୀରୁ ଜଣେ ଲେଖାଏଁ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୮୬୧କୁ ବୃଦ୍ଧିପାଇଛି।

Share

Leave a Reply

Your email address will not be published. Required fields are marked *

seventeen + two =