ସନରାଇଜର୍ସ ଲିଡ୍ସ ଏକ୍ସ ଆକାଉଣ୍ଟ ସସପେଣ୍ଡ
ଆଇପିଏଲ ୨୦୨୬ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦକୁ ବଡ଼ ଝଟକା ଲାଗିଛି । ମାଲିକାଣୀ କାବ୍ୟାଙ୍କ ନିଷ୍ପତ୍ତି ଦଳ ପାଇଁ ଟେନସନ ଆଣିଛି । ଇଂଲଣ୍ଡର ‘ଦ ହଣ୍ଡ୍ରେଡ୍’ ଲିଗରେ ସନରାଇଜର୍ସ ଗ୍ରୁପର ଫ୍ରାଞ୍ଚାଇଜ ପାକିସ୍ତାନୀ ଖେଳାଳିଙ୍କୁ କିଣିବାକୁ ନେଇ ସନରାଇଜର୍ସ ଲିଡ୍ସ ଏକ୍ସ ଆକାଉଣ୍ଟ ସସପେଣ୍ଡ ହୋଇଛି । ପାକିସ୍ତାନ ପ୍ଲେୟାର ଅବରାର୍ ଅହମ୍ମଦଙ୍କୁ ପ୍ରାୟ ୨.୩୪ କୋଟି ଟଙ୍କାରେ କିଣିଥିଲା । ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମାଲିକାନା ଫ୍ରାଞ୍ଚାଇଜର ଅଂଶ ହୋଇଥିବା ପ୍ରଥମ ପାକିସ୍ତାନୀ କ୍ରିକେଟର୍ ହୋଇଥିଲେ ଅବରାର୍ ।
ଭାରତ ବ୍ୟବସାୟିକ ଗୋଷ୍ଠୀ ‘ସନ ଗ୍ରୁପ୍’ ମାଲିକାନାରେ ଥିବା ସନରାଇଜର୍ସ ଲିଡ୍ସ ଦ୍ବାରା ପାକିସ୍ତାନୀ ସ୍ପିନର ଅବରାର୍ ଅହମ୍ମଦଙ୍କୁ କିଣିବାକୁ ନେଇ ନେଇ ବିବାଦ ଆରମ୍ଭ ହୋଇଯାଇଛି । ସୋସିଆଲ୍ ମିଡିଆରେ କମ୍ପାନୀର ଏହି ନିଷ୍ପତ୍ତିକୁ ପ୍ରବଳ ବିରୋଧ କରାଯାଉଛି । ଏପରିକି ପ୍ରଶଂସକମାନେ ଆଇପିଏଲରୁ ସନରାଇଜର୍ସ ହାଇଦ୍ରାବାଦକୁ ବାହାର କରିବାକୁ ଦାବି କରୁଛନ୍ତି । ତେଣୁ ବାଧ୍ୟ ହୋଇ ସନରାଇଜର୍ସ ଲିଡ୍ସକୁ ନିଜର ‘ଏକ୍ସ’ ଆକାଉଣ୍ଟ ବନ୍ଦ କରିବାକୁ ପଡ଼ିଛି ।

