ଟେଷ୍ଟ୍ ସିରିଜ୍ରୁ ବାଦ୍ ପଡ଼ିଲେ ପୃଥ୍ଵୀ ସ, କାରଣ ଜାଣନ୍ତୁ

ଦମଦାର ଫର୍ମରେ ଥିବା ଯୁବ ଓପ୍ନର ପୃଥ୍ଵୀ ସ ଆହତ କାରଣରୁ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି । କ୍ରିକେଟ୍ ଅଷ୍ଟ୍ରେଲିଆ ବିପକ୍ଷରେ ଏଠାରେ ଚାଲିଥିବା ଚାରି ଦିନିଆ ଅଭ୍ୟାସ ମ୍ୟାଚ୍ ବେଳେ ଆଜି ପୃଥ୍ଵୀ ଆହତ ହୋଇଥିଲେ । ଫିଲଡିଂ କଲା ବେଳେ ତାଙ୍କ ବାମ ଗୋଇଠି ମକଚି ହୋଇଯାଇଛି । ସ୍କାନିଂ ପରେ ତାଙ୍କ ଲିଗାମେଣ୍ଟକୁ ଆଘାତ ଲାଗିଥିବା ସ୍ପଷ୍ଟ ହୋଇଛି ।
ଆଜି ମ୍ୟାଚ୍ର ତୃତୀୟ ଦିନରେ ଡିପ୍-ମିଡଓ୍ଵିକେଟ୍ରେ ଫିଲଡିଂ କଲା ବେଳେ କ୍ରିକେଟ୍ ଅଷ୍ଟ୍ରେଲିଆର ଓପ୍ନର ମାକ୍ସ ବ୍ରାଏଣ୍ଟଙ୍କ କ୍ୟାଚ୍ ଠିକ୍ ବାଉଣ୍ଡାରୀ ନିକଟରେ ଧରିବାକୁ ଚେଷ୍ଟା କରିଥିଲେ । ତେବେ ଏତିକି ବେଳେ ତାଙ୍କ ଗୋଇଠି ମକଚି ହୋଇଯାଇଥିଲା । ତାଙ୍କ ପାଦରେ ଏତେ ଯନ୍ତ୍ରଣା ହୋଇଥିଲା ଯେ ସେ ଚାଲି ପାରି ନଥିଲେ । ତାଙ୍କୁ ଫିଜିଓ ଏବଂ ଅନ୍ୟଜଣଙ୍କ ସହାୟତାରେ ପଡ଼ିଆରୁ ଟେକି ଟେକି ଆଣିବାକୁ ପଡ଼ିଥିଲା । ପ୍ରଥମ ଇନିଂସ୍ରେ ପୃଥ୍ଵୀ ସ ସର୍ବାଧିକ ୬୬ ରନ୍ ସ୍କୋର କରିଥିଲେ ।
ପ୍ରଥମ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍କା । ଦମଦାର ଫର୍ମରେ ଥିବା ଯୁବ ଓପ୍ନର ପୃଥ୍ଵୀ ସ ଆହତ କାରଣରୁ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି । କ୍ରିକେଟ୍ ଅଷ୍ଟ୍ରେଲିଆ ବିପକ୍ଷରେ ଏଠାରେ ଚାଲିଥିବା ଚାରି ଦିନିଆ ଅଭ୍ୟାସ ମ୍ୟାଚ୍ ବେଳେ ଆଜି ପୃଥ୍ଵୀ ଆହତ ହୋଇଥିଲେ । ଫିଲଡିଂ କଲା ବେଳେ ତାଙ୍କ ବାମ ଗୋଇଠି ମକଚି ହୋଇଯାଇଛି । ସ୍କାନିଂ ପରେ ତାଙ୍କ ଲିଗାମେଣ୍ଟକୁ ଆଘାତ ଲାଗିଥିବା ସ୍ପଷ୍ଟ ହୋଇଛି ।
ଆଜି ମ୍ୟାଚ୍ର ତୃତୀୟ ଦିନରେ ଡିପ୍-ମିଡଓ୍ଵିକେଟ୍ରେ ଫିଲଡିଂ କଲା ବେଳେ କ୍ରିକେଟ୍ ଅଷ୍ଟ୍ରେଲିଆର ଓପ୍ନର ମାକ୍ସ ବ୍ରାଏଣ୍ଟଙ୍କ କ୍ୟାଚ୍ ଠିକ୍ ବାଉଣ୍ଡାରୀ ନିକଟରେ ଧରିବାକୁ ଚେଷ୍ଟା କରିଥିଲେ । ତେବେ ଏତିକି ବେଳେ ତାଙ୍କ ଗୋଇଠି ମକଚି ହୋଇଯାଇଥିଲା । ତାଙ୍କ ପାଦରେ ଏତେ ଯନ୍ତ୍ରଣା ହୋଇଥିଲା ଯେ ସେ ଚାଲି ପାରି ନଥିଲେ । ତାଙ୍କୁ ଫିଜିଓ ଏବଂ ଅନ୍ୟଜଣଙ୍କ ସହାୟତାରେ ପଡ଼ିଆରୁ ଟେକି ଟେକି ଆଣିବାକୁ ପଡ଼ିଥିଲା । ପ୍ରଥମ ଇନିଂସ୍ରେ ପୃଥ୍ଵୀ ସ ସର୍ବାଧିକ ୬୬ ରନ୍ ସ୍କୋର କରିଥିଲେ ।

Share

Leave a Reply

Your email address will not be published. Required fields are marked *

one × 5 =