ରାତି ଅଧରେ ମୁଖ୍ୟମନ୍ତ୍ରୀ

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ପରେ ବିଜେପି ପ୍ରମୋଦ ସାବତଙ୍କୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ରୁପେ ଚୟନ କରିଛନ୍ତି । ରାତି ୨ ଟା ସମୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରମୋଦ ସାୱନ୍ତ ଶପଥ ନେଇଛନ୍ତି । ପ୍ରମୋଦ ସାୱନ୍ତ ପୂର୍ବ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଖୁବ୍ ବିଶ୍ୱସନୀୟ ବ୍ୟକ୍ତି ଥିବା ସହ ଆରଏସଏସ ନିକଟତର ମଧ୍ୟ ଥିଲେ । ଏହା ପୂର୍ବରୁ ସେ ଗୋଆ ବିଧାନସଭାର ଅଧ୍ୟକ୍ଷ ଥିଲେ ।

ତେବେ ପ୍ରମୋଦ ସାୱନ୍ତଙ୍କ ସହ ସହଯୋଗୀ ମହାରାଷ୍ଟ୍ରବାଦୀ ଗୋମାନ୍ତକ ପାର୍ଟିର ସୁଧିନ ଧବଲିକର ଏବଂ ଗୋଆ ଫରୱର୍ଡ ପାର୍ଟିର ବିଜୟ ସରଦେଶାଇ ଡେପୁଟି ମୁଖ୍ୟମନ୍ତ୍ରୀଙ୍କ ପଦ ପାଇଁ ଶପଥ ଗ୍ରହଣ କରିଥିଲେ । ଏହାଛଡା ତିନି ପାର୍ଟି ଏବଂ ନିର୍ଦ୍ଦଳୀୟ ସମେତ ୯ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

one × three =