ବଦଳିବ ଓଡିଶା ବିଧାନସଭାର ନକ୍ସା

ଭୁବନେଶ୍ବର ()  ଓଡ଼ିଶା ବିଧାନସଭାକୁ ଭାରତର ମଡ଼େଲ୍ ବିଧାନସଭା କରିବାକୁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି । ଏଥି ନିମନ୍ତେ ପୂର୍ତ୍ତ ବିଭାଗର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହେବ । ଏହି କମିଟିରେ ଅର୍ଥ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରତିନିଧି ସଦସ୍ୟ ରହିବେ ଓ ପୂର୍ତ୍ତ ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି) ସଭ୍ୟ-ଆବାହକ ଭାବେ କାର୍ୟ୍ୟ କରିବେ । ବିଧାନସଭା ଗୃହକୁ ସ୍ମାର୍ଟ କୋଠାରେ ପରିବର୍ତ୍ତିତ କରାଯିବା ସହ ସ୍ଥାୟୀ ଆଲୋକମାଳାରେ ସଜ୍ଜିତ କରାଯିବ ।ବିଧାନସଭା ଗୃହ ଓ ଲବିର ପୁନରୁଦ୍ଧାର ସଂପର୍କିତ କମିଟିର ସଦସ୍ୟମାନଙ୍କୁ ନେଇ ଆଜି ବାଚସ୍ପତି ଡ. ସୂର୍ୟ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଏହି ସୂଚନା ମିଳିଛି ।

ଏହାସହ ଓଡ଼ିଶା ବିଧାନସଭାକୁ ପେପରଲେସ୍ ବିଧାନସଭା କରାଯିବ ବୋଲି ସୂଚନା ରହିଛି । ତେବେ ଏଥିପାଇଁ ଏକ ବିଲ୍ଡିଂ କମିଟି ଗଠନ କରାଯାଇଛି । ଅର୍ଥ ବିଭାଗର ଅନୁମତି କ୍ରମେ ଏହି ଅଧିକାରୀମାନେ ଭାରତର ବିଭିନ୍ନ ରାଜ୍ୟ ଗସ୍ତ କରି ତଥା ବିଧାନସଭା ଦେଖି ଦେଖିବେ । ଆଉ ତା’ପରେ ରାଜ୍ୟର ବିଧାନସଭାର ରୂପରେଖ କ’ଣ ହେବ, ତାହା ଉପରେ ବିସ୍ତୃତ ଆଲୋଚନା କରି କାର୍ୟ୍ୟକାରୀ କରାଯିବ । ଫଳର ଓଡିଶାର ବିଧାନସଭା ସମଗ୍ର ଭାରତବର୍ଷର ସବୁଠୁ ମଡ଼େଲ ବିଧାନସଭା ହୋଇପାରିବ ବାଲି କହିଛନ୍ତି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ।

Share

Leave a Reply

Your email address will not be published. Required fields are marked *

six + 16 =