Business

ସେଡେମ୍ୟାକ୍ ମେକାଟ୍ରୋନିକ୍ସ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୬ ମାର୍ଚ୍ଚ ୪ରେ ଖୋଲିବ


ଭୁବନେଶ୍ୱର: ସେଡେମ୍ୟାକ୍ ମେକାଟ୍ରୋନିକ୍ସ ଲିମିଟେଡର ଇକ୍ୱିଟି ସେୟାରର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୬ ମାଚ୍‌ର୍ଚ ୪ ବୁଧବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୬ ମାର୍ଚ୍ଚ ୨ ତାରିଖ ସୋମବାର ଦିନ ବିଡ୍ ଦାଖଲ କରିପାରିବେ। ୨୦୨୬ ମାର୍ଚ୍ଚ ୬ ଶୁକ୍ରବାର ଦିନ ବିଡ୍ ଦାଖଲ ଶେଷ ହେବ।
ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ୍ ୧୨୮୭ ଟଙ୍କାରୁ ୧୩୫୨ ଟଙ୍କା ମଧ୍ୟରେ ରହିଛି । ନିବେଶକମାନେ ସର୍ବନିମ୍ନ ୧୧ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ସେଥିରେ ୧ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ । ଯୋଗ୍ୟ କର୍ମଚାରୀଙ୍କୁ ଇକ୍ୱିଟି ସେୟାର ପିଛା ୧୨୮ ଟଙ୍କାର ରିହାତି ମିଳିବ।
ଏହି ଅଫରରେ ଅଫର୍ ଫର୍ ସେଲ୍‌ରେ ୮,୦୪୩,୩୦୦ ଇକ୍ୱିଟି ସେୟାର ଜାରି କରାଯିବ। ପ୍ରତିଷ୍ଠାତା ଓ ପ୍ରତିଷ୍ଠାତା ଗ୍ରୁପ୍‌ର ମନିଷ ଶର୍ମା ଓ ଅଶ୍ୱିନୀ, ଅମିତ ଦିକ୍ଷୀତ କିଛି ସେୟାର ବିକ୍ରି କରିବେ। ପୁରୁଣା ନିବେଶକମାନଙ୍କ ମଧ୍ୟରେ ଏ୯୧ ଇମର୍ଜିଂ ଫଣ୍ଡ ୨ ଏଲଏଲପି, ଏନଆରଜେଏନ ଫାମିଲି ଟ୍ରଷ୍ଟ, ଏକ୍ସପୋନେସିଆ ଅପର୍ଚୁନିଟିଜ ଫଣ୍ଡ-୨, ମେସ ପ୍ରାଇଭେଟ୍ ଲିମିଟେଡ୍‌, ୩୬୦ ୱାନ ସ୍ପେସିଆଲ ଅପର୍ଚୁନିଟିଜ୍ ଫଣ୍ଡ-ସିରିଜ୍ ୮, ୩୬୦ ୱାନ ମୋନୋପଲିଷ୍ଟିକ ମାର୍କେଟ ଇଂଟରମେଡିଆରିଜ ଫଣ୍ଡ, ଏଚଡିଏଫସି ଲାଇଫ ଇନସ୍ୟୁରାନ୍ସ କମ୍ପାନି ଲିମିଟେଡ, ଏକ୍ସପୋନେସିଆ ଅପର୍ଚୁନିଟିଜ ଲିମିଟେଡ, ସୋସାଇଟି ଫର ଇନୋଭେସନ ଆଣ୍ଡ ଏଂଟ୍ରେପ୍ରେନ୍ୟୁଅରସିପ, ସାଇରସ ଜାମସେଦ ଗୁଜଡେ, କାପ୍ରି ଗ୍ଲୋବାଲ ହୋଲଡିଂସ ପ୍ରାଇଭେଟ ଲିମିଟେଡ, ଏସଭିଏସ ଟ୍ରଷ୍ଟ ନଂ-୪, ଭେଙ୍କଟେଶ ଇନଭେଷ୍ଟମେଂଟ ଆଣ୍ଡ ଟ୍ରେଡିଂ କମ୍ପାନି ପ୍ରାଇଭେଟ ଲିମିଟେଡ, ହିମାଂଶୁ କାନ୍ତିଲାଲ ସାଂଘଭି ଏଚୟୁଏଫ, ଦେବାଙ୍ଗ ମେହେଟ୍ଟା, ଅତୁଲ ହିରାଲାଲ ଶାହ, ବକୁଳ ହିରାଲାଲ ଶାହ, ଦେବିଞ୍ଜିତ ସିଂହ, ପେରୁମାଲ ରାମମୁର୍ତି ଶ୍ରିନିବାସନ, ଭବ୍ୟା କପୁର ଓ ରାହୁଲ ବାହରି ମଧ୍ୟ ସେୟାର ବିକ୍ରି କରିବେ।
୨୦୦୭ରେ ଆଇଆଇଟି ବମ୍ବେର ଚାରି ଜଣ ଇଞ୍ଜିନିୟର ସେଡେମ୍ୟାକ୍ ମେକାଟ୍ରୋନିକ୍ସକୁ ସ୍ଥାପନ କରିଥିଲେ। ଏହା ବର୍ତମାନ ବିଶ୍ୱର ଅଗ୍ରଣୀ ଅଟୋମୋଟିଭ୍ ଓ ଶିଳ୍ପ ଇଲେକଟ୍ରୋନିକ୍ସ ଯୋଗାଣକାରୀରେ ପରିଣତ ହୋଇଛି। ଏହା ସାରା ଭାରତରେ ଥିବା ବିଭିନ୍ନ ଓଇଏମ୍‌, ଆମେରିକା ଓ ୟୁରୋପକୁ ଇଲେକ୍ଟ୍ରୋନିକ୍ କଂଟ୍ରୋଲ ୟୁନିଟ୍ ପଠାଉଛି। ଏହାର ପ୍ରଯୁକ୍ତି ଦୁଇଚକିଆ ଓ ତିନିଚକିଆ, ଇଲେକ୍ଟ୍ରିକ୍ ଯାନ ଓ ଜେନେରେଟର ପ୍ରୟୋଗରେ ବ୍ୟବହାର ହେଉଛି। କମ୍ପାନି ଏହାର ସେବାକୁ ବାଣିଜ୍ୟିକ ଯାନ ପ୍ଲାଟଫର୍ମକୁ ସମ୍ପ୍ରସାରଣ କରୁଛି।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଅଫରର ୭୫ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ପାଇଁ ରଖାଯିବ। ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନା କରି କ୍ୟୁଆଇବି ଭାଗର ୬୦ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଆଙ୍କର ନିବେଶକଙ୍କ ପାଇଁ ଆବଂଟନ କରାଯିବ। ସେଥିରୁ ଏକ ତୃତୀୟାଂଶ ସେୟାରକୁ ଘରୋଇ ମ୍ୟୁଚୁଆଲ ଫଣ୍ଡମାନଙ୍କକୁ ଆବଂଟନ କରାଯିବ।
ନିଟ କ୍ୟୁଆଇବି ଭାଗର ୫ ପ୍ରତିଶତ ସେୟାରକୁ ସମାନୁପାତିକ ଭିତିରେକେବଳ ମ୍ୟୁଚୁଆଲ ଫଣ୍ଡକୁ ପ୍ରଦାନ କରାଯିବ ଏବଂ ଅବଶିଷ୍ଟ ରାଶିକୁ ସମାନୁପାତିକ ଭିତିରେ ସମସ୍ତ କ୍ୟୁଆଇବିଙ୍କୁ ଆବଂଟନ କରାଯିବ। ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ଅଫରର ୧୫ ପ୍ରତିଶତ ସେୟାର ରଖାଯିବ । ବିଭିନ୍ନ ଆକାରର ଆପ୍ଲିକେସନ ଆଧାରରେ ଏହି ସେୟାର ଆବଂଟନ କରାଯିବ । ଅଫରର ୧୦ ପ୍ରତିଶତ ସେୟାରକୁ ଖୁଚୁରା ବ୍ୟକ୍ତିଗତ ନିବେଶକମାନଙ୍କ ଲାଗି ରଖାଯିବ।
କମ୍ପାନିର ଇକ୍ୱିଟି ସେୟାର ବିଏସ୍‌ଇ ଲିମିଟେଡ୍ ଓ ଏନ୍‌ଏସ୍‌ଇରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି। ଏହି ଅଫର୍‌ର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ, ଆଭେଣ୍ଡସ କ୍ୟାପିଟାଲ ପ୍ରାଇଭେଟ୍ ଲିମିଟେଡ୍ ଓ ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌।

Share

Leave a Reply

Your email address will not be published. Required fields are marked *

one × three =