ରୁଙ୍ଗଟା ଷ୍ଟିଲ ପକ୍ଷରୁ ଶାହରୁଖ ଖାନ, ରଣବୀର କପୁର, ଆଲିଆ ଭଟ୍ଟଙ୍କୁ ନେଇ ନୂଆ ଟିଭି ବିଜ୍ଞାପନ

ଭୁବନେଶ୍ୱର: ଦେଶର ଅଗ୍ରଣୀ ସମନ୍ୱିତ ଇସ୍ପାତ କମ୍ପାନୀ ରୁଙ୍ଗଟା ଷ୍ଟିଲ ପକ୍ଷରୁ ଶାହରୁଖ ଖାନ, ରଣବୀର କପୁର, ଆଲିଆ ଭଟ୍ଟଙ୍କୁ ନେଇ ନୂଆ ଟିଭି ବିଜ୍ଞାପନ ପ୍ରସ୍ତୁତ କରାଯାଇଛି ।
ଇସ୍ପାତ ଏବଂ ଟିଏମଟି ବାର ବଜାରରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ରୁଙ୍ଗଟା ଷ୍ଟିଲର ନୂଆ ଟିଭିସି ଏକ ମନୋରଂଜନ ଧର୍ମି କାହାଣୀ ଉପସ୍ଥାପନ କରିଛି ଯେଉଁଥିରେ ଶାହାରୁଖ ଖାନ ତାଙ୍କ ରଇସ୍ ଅବତାରରେ, ଆଲିଆ ଭଟ୍ଟ ଗଙ୍ଗୁବାଇ ଭୂମିକାରେ ଅଭିନୟ କରିଛନ୍ତି ଏବଂ ରଣବୀର କପୁର ତାଙ୍କ ରକଷ୍ଟାର ବ୍ୟକ୍ତିତ୍ୱରେ ଅଭିନୟ କରିଛନ୍ତି । ଶାହାରୁଖଙ୍କ ଚରିତ୍ର ପାରମ୍ପରିକ କବାଟ ପରିବର୍ତ୍ତେ ଛାତରୁ ନାଟକୀୟ ପ୍ରବେଶ କରୁଥିବାରୁ ‘ଗଙ୍ଗୁବାଇ’ ଏବଂ ‘ରକଷ୍ଟା’ର୍ ଆଶ୍ଚର୍ଯ୍ୟ ହୋଇଯାଇଥିବା ଏଥିରେ ଦେଖିବାକୁ ମିଲୁଛି ।
କାହାଣୀରେ ରୁଙ୍ଗଟା ଷ୍ଟିଲର ମହତ୍ତ୍ୱ ଉପରେ ଆଲୋକପାତ କରି ଶାହାରୁଖ ସ୍ମରଣୀୟ ଧାଡ଼ି କହିଛନ୍ତି ଯେ “ଘର ରୁଙ୍ଗତା ଷ୍ଟିଲ ସେ ବନାୟା ହୁୱା ଥା, ତୋ ରଇସ୍ ୟାହାଁ ସେ ନାହି ଆ ପାତା ।
ରୁଙ୍ଗଟା ଷ୍ଟିଲର ଏଭିପି ସେଲ୍ସ ଆଣ୍ଡ ମାର୍କେଟିଂ (ଟିଏମଟି ଆଣ୍ଡ ୱୟାର ରଡ) ଅରବିନ୍ଦ କୁମାର କହିଛନ୍ତି ଯେ, “ଏଥର ଶାହାରୁଖ ଖାନ, ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଅଭିନୀତ ଦ୍ୱିତୀୟ ଟିଭିସି ସହିତ ଆମର ନୂତନ ପ୍ରୟାସକୁ ଆପଣଙ୍କ ସହ ବାଣ୍ଟିବା
ସର୍ବଦା ଆନନ୍ଦଦାୟକ । ଏହି ଅଭିଯାନ ଭାରତର ସବୁଠାରୁ ଅଧିକ ଚାହୁଁଥିବା ଟିଏମଟି ବାର୍ ବ୍ରାଣ୍ଡ ହେବାର ଆମର ଅଭିଯାନ ଏବଂ ଆକାଂକ୍ଷାକୁ ପ୍ରତିଫଳିତ କରୁଛି । ନିରନ୍ତର ଧ୍ୟାନ ଦେବା ସହିତ, ନିଜକୁ ସର୍ବୋତ୍ତମ ଆଲୋକରେ ଅବସ୍ଥାପିତ କରିବା, ସୁରୁଖୁରୁରେ ବ୍ୟବସାୟ ସୁନିଶ୍ଚିତ କରିବା ଏବଂ ଆମର ଉଭୟ ମୂଲ୍ୟବାନ ଏବଂ ସମ୍ଭାବ୍ୟ ଗ୍ରାହକଙ୍କ ସହ ଯୋଗାଯୋଗ କରିବା ପାଇଁ ଆମ ଉପସ୍ଥିତି ବିସ୍ତାର କରିବା ପାଇଁ ଆମେ ନିରନ୍ତର ପ୍ରୟାସ କରୁଛୁ ।
ଏହି ଟିଭିସି ସାହସିକତାର ସହ ରୁଙ୍ଗଟା ଷ୍ଟିଲକୁ ଭାରତରେ ଟିଏମଟି ବାର୍ ପାଇଁ ଏକ ପସନ୍ଦ ଭାବେ ପ୍ରତିଷ୍ଠିତ କରିଛି ଯେଉଁଥିରେ ଆକର୍ଷଣୀୟ କାହାଣୀ କହିବା, ଶିଳ୍ପ ମାନ ଠାରୁ ଅଲଗା ହେବା ଏବଂ ଇସ୍ପାତ ଏବଂ ଟିଏମଟି ବାର୍ କ୍ଷେତ୍ରରେ ଆଶାକୁ ପୁନଃନିର୍ଦ୍ଧାରଣ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

17 − 2 =