ଆଇସିଆଇସିଆଇ ବ୍ୟାଙ୍କ୍ ପକ୍ଷରୁ ଅଗ୍ରଣୀ ବ୍ରାଣ୍ଡ୍ ଉପରେ ଅଫର, ରିହାତି ଓ କ୍ୟାସବ୍ୟାକ୍ ସହ “ଉତ୍ସବ ବୋନାଞ୍ଜା’ ଘୋଷଣା

ଭୁବନେଶ୍ୱର : ଉତ୍ସବ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଏହାର ଗ୍ରାହକମାନଙ୍କ ଲାଗି ଆକର୍ଷଣୀୟ ଅଫର, ରିହାତି ଓ ୨୬ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ସୁବିଧା ଥିବା “ଉତ୍ସବ ବୋନାଞ୍ଜା’ର ଶୁଭାରମ୍ଭ କରାଯାଇଛି ।ଗ୍ରାହକମାନେ ଆଇସିଆଇସିଆଇ ବ୍ୟାଙ୍କର ଡେବିଟ୍ କାର୍ଡ/ କ୍ରେଡିଟ୍ କାର୍ଡ, ଇଟଂରନେଟ୍ ବ୍ୟାଙ୍କିଙ୍ଗ, ୟୁପିଆଇ ଭାୟା ରୁପେ କ୍ରେଡିଟ୍ କାର୍ଡ ଓ କାର୍ଡଲେସ୍ ଇଏମ୍‌ଆଇ ବ୍ୟବହାର କରି ଲୋକପ୍ରିୟ ବ୍ରାଣ୍ଡ୍‌ର ଜିନିଷ କିଣାକିଣି ଉପରେ ଏହି ଲାଭଗୁଡ଼ିକୁ ପାଇପାରିବେ ।
ଇଲେକ୍ଟ୍ରୋନିକ୍ସ, ମୋବାଇଲ୍‌, ଫେସନ, ଗହଣା, ଆସବାବପତ୍ର, ଟ୍ରାଭେଲ୍‌, ଡାଇନିଂ ଆଦି ବର୍ଗ ଉପରେ ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ବ୍ୟାଙ୍କ ପକ୍ଷରୁ ଏହି ଅଫର ପ୍ରସ୍ତୁତ କରାଯାଇଛି । ଆଇଫୋନ୍‌, ମେକମାଇଁଟ୍ରିପ୍‌, ଟାଟା ନିଉ, ୱାନପ୍ଲସ୍‌, ଏଚ୍‌ପି, ମାଇକ୍ରୋସଫ୍ଟ, କ୍ରୋମା, ରିଲାଏନ୍ସ ଡିଜିଟାଲ୍‌, ଏଲ୍‌ଜିି, ସୋନି, ସାମସଙ୍ଗ, ତନିସ୍କ, ତେଜ୍ ଓ ଜୋମାଟୋ, ସ୍ୱିଗି ଭଳି ଅଗ୍ରଣୀ ବ୍ରାଣ୍ଡ୍ ଉପରେ ମଧ୍ୟ ଗ୍ରାହକମାନେ ଏହି ଅଫରର ଲାଭ ପାଇପାରିବେ । ଅକ୍ଟୋବର ୮ରୁ ୧୫ ପର୍ଯ୍ୟନ୍ତ ହେବାକୁ ଥିବା ଫ୍ଲିପକାର୍ଟର ଦି ବିଗ୍ ବିଲିଅନ ଡେ ସେ୍‌ଲ୍‌, ଅକ୍ଟୋବର ୬-୧୯ ପର୍ଯ୍ୟନ୍ତ ମିନ୍ତ୍ରାର ବିଗ୍ ଫେସନ ଫେଷ୍ଟିଭାଲ୍‌, ଏବଂ ଅକ୍ଟୋବର ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବା ଆମାଜନର ଗ୍ରେଟ୍ ଇଣ୍ଡିଆନ ଫେଷ୍ଟିଭାଲ୍ ସେଲ୍ ସହିତ ବ୍ୟାଙ୍କ ସ୍ଥାପନ କରିଛି । ଗୃହ ଋଣ, ଅଟୋ ଋଣ ଓ ଦୁଇଚକିଆ ଯାନ ଋଣ ଉପରେ ମଧ୍ୟ ଗ୍ରାହକଙ୍କ ପାଇଁ ବ୍ୟାଙ୍କ ଆକର୍ଷଣୀୟ ଅଫର ଘୋଷଣା କରିଛି ।
ଏହି ଅବସରରେ ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ରାକେଶ ଝା କହିଛନ୍ତି ଯେ, “ଫେଷ୍ଟିଭ୍ ବୋନାଞ୍ଜାର ଶୁଭାରମ୍ଭ କରି ଆମେ ବେଶ ଉଲ୍ଲସିତ ଯେଉଁଥିରେ ଆମ ଗ୍ରାହକମାନଙ୍କ ପାଇଁ ସାମିଲ ରହିଛି ବିଭିନ୍ନ ପ୍ରକାରର ଅଫର, ରିହାତି ଓ କ୍ୟାସ୍‌ବ୍ୟାକ୍ । ଆକର୍ଷଣୀୟ ଅଫର ଲାଗି ବ୍ୟାଙ୍କ ପକ୍ଷରୁ ଅଗ୍ରଣୀ ବ୍ରାଣ୍ଡ୍ ଓ ଇ-କମର୍ସ ସଂସ୍ଥାଗୁଡ଼ିକ ସହିତ ସହଯୋଗିତା ସ୍ଥାପନ କରାଯାଇଛି ଯାହା ଗ୍ରାହକମାନଙ୍କ ଲାଗି ଉପଯୋଗୀ । ଗ୍ରାହକମାନେ ଆଇସିଆଇସିଆଇ ବ୍ୟାଙ୍କର ଡେବିଟ୍ କାର୍ଡ/ କ୍ରେଡିଟ୍ କାର୍ଡ, ଇଟଂରନେଟ୍ ବ୍ୟାଙ୍କିଙ୍ଗ, ୟୁପିଆଇ ଭାୟା ରୁପେ କ୍ରେଡିଟ୍ କାର୍ଡ ଓ କାର୍ଡଲେସ୍ ଇଏମ୍‌ଆଇ ଜରିଆରେ ଏହି ଅଫରଗୁଡ଼ିକୁ ହାସଲ କରିପାରିବେ । ଏଥି ସହିତ ବ୍ୟାଙ୍କ ପକ୍ଷରୁ ଗୃହ ଋଣ, ଗାଡ଼ି ଋଣ ଓ ଦୁଇଚକିଆ ଯାନ ଋଣ ଉପରେ ସ୍ୱତନ୍ତ୍ର ଉତ୍ସବ ଅଫର ପ୍ରଦାନ କରାଯାଉଛି । ଆମେ ଆଶା କରୁଛୁ ଯେ ଏହି ଅଫରଗୁଡ଼ିକ ଉତ୍ସବ ଋତୁରେ ଗ୍ରାହକଙ୍କୁ ବ୍ୟାପକ ଖୁସି ଓ ଉଲ୍ଲାସ ପ୍ରଦାନ କରିବ ।’’
ଅଗ୍ରଣୀ ବ୍ରାଣ୍ଡ୍ ଓ ଇ-କମର୍ସ ପ୍ଲାଟଫର୍ମରେ ଗ୍ରାହକମାନେ ଫ୍ଲିପ୍‌କାର୍ଟ, ମିନ୍ତ୍ରା, ଆମାଜନ ଓ ଟାଟା କ୍ଳିକ୍‌୍‌ରେ ସପିଙ୍ଗ କଲେ ୧୫% ପର୍ଯ୍ୟନ୍ତ ରିହାତି ପାଇପାରିବେ । ଇଲେକ୍ଟ୍ରୋନିକ୍ସରେ ଏଲଜି, ସାମସଙ୍ଗ, ସୋନି, ୟୁରେକା ଫୋର୍ବସ, ହ୍ୱିର୍ଲପୁଲ ଆଦି ବ୍ରାଣ୍ଡ୍ ଉପରେ ୨୬୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳିବ । ସେହିପରି ଜେବିଏଲ୍ ଉତ୍ପାଦ ଉପରେ ୧୨୦୦୦ ଟଙ୍କା ପର୍ଯ୍ୟନ୍ତ ବୋସ୍ ସ୍ପିକର ଉପରେ ୬୦୦୦ ଟଙ୍କା ପର୍ଯ୍ୟନ୍ତ ତତ୍କାଳ କ୍ୟାସବ୍ୟାକ୍ ମିଳିବ । ରିଲାଏନ୍ସ ଡିଜିଟାଲ୍‌, କ୍ରୋମା ଓ ବିଜୟ ସେଲ୍‌ସ ଉପରେ ମଧ୍ୟ ଗ୍ରାହକମାନେ ଆକର୍ଷଣୀୟ ଅଫର ପାଇପାରିବେ ।
ଆପଲ, ୱାନପ୍ଲସ୍‌, ମୋଟୋରୋଲା, ଓପୋ, ଶାଓମି ଓ ରିଅଲମି ମୋବାଇଲ୍ ଫୋନ୍ ଉପରେ ଆକର୍ଷଣୀୟ ରିହାତି ଓ ଇଏମ୍‌ଆଇ ଅଫର ମିଳିବ । ଆଇଫୋନ୍ ୧୫କୁ ଗ୍ରାହକମାନେ ୨୪୯୭ ଟଙ୍କାର ନୋ କଷ୍ଟ ଇଏମ୍‌ଆଇରେ କିଣିପାରିବେ ।
ଲାଇଫ୍‌ଷ୍ଟାଇଲ୍‌, ଫାଷ୍ଟଟ୍ରାକ୍‌, ମିନ୍ତ୍ରା, ସେଂଟ୍ରୋ ଆଦି ଅଗ୍ରଣୀ ଫେସନ ବ୍ରାଣ୍ଡ୍ ଉପରେ ଅତିରିକ୍ତ ୧୦% ରିହାତି ମିଳିବ ।
ମେକ୍‌ମାଇଁ ଟ୍ରିପ୍‌, ଯାତ୍ରା, କ୍ଲିୟରଟ୍ରିପ, ଇଜିମାଇଁଟ୍ରିପ୍ ଉପରେ ମଧ୍ୟ ଆକର୍ଷଣୀୟ ରିହାତି ମିଳିବ ।
ଜୋମାଟୋ, ସ୍ୱିଗି, ଇଜିଡାଇନର ଓ ମ୍ୟାକଡୋନାଲ୍‌ଡସ୍ ଉପରେ ଆକର୍ଷଣୀୟ ରିହାତି ମିଳିବ ।
ସୋନିଲିଭ୍ ବାର୍ଷିକ ସବ୍‌ସ୍କ୍ରିପ୍‌ସନ୍ ଓ ସିନେପଲିସର ସିନେମା ଟିକସ ଉପରେ ଆକର୍ଷଣୀୟ ଅଫର ରହିଛି ।
ପିପରଫ୍ରାଏ, ଅର୍ବାନ ଲାଡର ଓ ଡ୍ୟୁରୋଫ୍ଲେକ୍ସ ଉପରେ ୧୦% ରିହାତି ମିଳିବ ।
ଅଫର ଉପରେ ସର୍ତାବଳୀ ଲାଗୁ ।

Share

Leave a Reply

Your email address will not be published. Required fields are marked *

3 × two =