ଏଚ୍‌ଏମ୍‌ଡି ଗ୍ଲୋବାଲ୍ ପକ୍ଷରୁ ୯୯୯ ଟଙ୍କାରୁ ଆରମ୍ଭ ମୂଲ୍ୟରେ ଷ୍ଟାଇଲିସ ଡିଜାଇନ ଓ ୟୁପିଆଇ ପେମେଂଟ ସୁବିଧା ଥିବା ନୋକିଆ ୧୦୫ କ୍ଲାସିକ୍ ଉନ୍ମୋଚିତ

ଭୁବନେଶ୍ୱର: ନୋକିଆ ଫୋନ୍ ବିକ୍ରି କରୁଥିବା ସଂସ୍ଥା ଏଚ୍‌ଏମ୍‌ଡି ଗ୍ଲୋବାଲ୍ ପକ୍ଷରୁ ନୂଆ ନୋକିଆ ୧୦୫ କ୍ଲାସିକ୍ ଫିଚର ଫୋନ୍‌କୁ ଉନ୍ମୋଚନ କରାଯାଇଛି ଯାହାର ପ୍ରାରମ୍ଭିକ ମୂଲ୍ୟ ୯୯୯ ଟଙ୍କା ରହିଛି । ଏହି ଫୋନ୍‌ରେ ୟୁପିଆଇ ଆପ୍ଲିକେସନ ଥିବା ବେଳେ ନୋକିଆର ବିଶ୍ୱାସ ଓ ଭରସା ସହିତ ୟୁପିଆଇର ସୁବିଧା ରହିଛି ଯାହା ଜରିଆରେ ଗ୍ରାହକମାନେ ବିନା ସ୍ମାର୍ଟଫୋନ୍‌ରେ ସୁରକ୍ଷିତ ୟୁପିଆଇ ପେମେଂଟ୍ କରିପାରିବେ ।
ନୋକିଆ ୧୦୫ କ୍ଲାସିକ୍ ଉପରେ ଏକ ବର୍ଷର ବଦଳାଇବା ଗ୍ୟାରେଂଟି ରହିଛି । ଏଥିରେ ଓୟାରଲେସ୍ ରେଡିଓ, ଉନ୍ନତ ବ୍ୟାଟେରି ଜୀବନ, ସହଜ ଓ ସୁବିଧାଜନକ ମୂଲ୍ୟ ଭଳି ସୁବିଧା ରହିଛି ।
ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ର ଭିପି-ଭାରତ ଓ ଏପିଏସି ରବି କନୱର କହିଛନ୍ତି ଯେ, “ନୂଆ ନୋକିଆ ୧୦୫ କ୍ଲାସିକ୍ ସହିତ ବଜାରର ଅଗ୍ରଣୀ ଫିଚର୍ ଫୋନ୍‌କୁ ଉନ୍ମୋଚନ କରି ଆମେ ବହୁତ ଖୁସି ଯାହାର ନୂଆ ଷ୍ଟାଇଲିସ ଡିଜାଇନ ଓ ୟୁପିଆଇ ସୁବିଧା ପୂର୍ବପେକ୍ଷା ବେଶ ଉପଯୋଗୀ । ସୁବିଧାସୁଯୋଗରେ ଭରପୁର ନୋକିଆ ୧୦୫ କ୍ଲାସିକ୍‌ର ମୂଲ୍ୟ ୧୦୦୦ ଟଙ୍କାରୁ କମ୍ ବର୍ଗରେ ରହିଛି । ଏହା ଜରିଆରେ ଆମେ ଡିଜିଟାଲ୍ ବୈଷମ୍ୟ ଦୂର କରିବା ଏବଂ ସମସ୍ତଙ୍କ ପାଖରେ ଆର୍ଥିକ ସୁବିଧା ପହଂଚାଇବାକୁ ଉଦ୍ୟମ କରିଛୁ ।’’
ଲୋକମାନଙ୍କୁ ସଦାସର୍ବଦା ଯୋଗାଯୋଗରେ ରଖିବା ଲାଗି ନୋକିଆ ୧୦୫ କ୍ଲାସିକ୍‌କୁ ପ୍ରସ୍ତୁତ କରାଯାଇଛି ଯାହାର ଦୀର୍ଘସ୍ଥାୟିତ୍ୱକୁ ବିଭିନ୍ନ କଠୋର ପରିବେଶରେ ପରୀକ୍ଷା କରାଯାଇଛି । ପ୍ରତି ବଟନ୍ ଓ କିମ୍ୟାଟ୍ ମଧ୍ୟରେ ଉପଯୁକ୍ତ ଫାଙ୍କା ସ୍ଥାନ ରହିଛି ଯାହା ଦ୍ୱାରା ଫୋନ୍ ଡାଏଲ୍ କରିବା ଏବଂ ଟେକ୍ସଟ୍ କରିବା ସହଜ ହୋଇପାରିଛି । ଏହାର ଏର୍ଗୋନୋମିକ୍ ଡିଜାଇନ୍ ଓ ଉନ୍ନତ ଅଡିଓ ଚମତ୍କାର ଅନୁଭବ ପ୍ରଦାନ କରିବ । ଏଥିରେ ୮୦୦ ଏମ୍‌ଏଏଚ୍‌ର ବ୍ୟାଟେରି ବ୍ୟବହାର କରାଯାଇଛି ଯାହା ସକାଳରୁ ରାତି ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବ ।
ଏଥିରେ ଥିବା ଓୟାରଲେସ୍ ଏଫ୍‌ଏମ୍ ରେଡିଓ ଜରିଆରେ ଆପଣମାନେ ମନ ପସନ୍ଦର ଗୀତକୁ ଶୁଣିପାରିବେ । ଏଥିପାଇଁ ହେଡ୍‌ସେଟ୍ କିମ୍ବା ଇୟର ଫୋନ୍ ଦରକାର ପଡ଼ିବନି । ଅକ୍ଟୋବର ୨୬ଠାରୁ ଭାରତରେ ନୋକିଆ ୧୦୫ କ୍ଲାସିକ୍ ଫୋନ୍ ଉପଲବ୍ଧ ହୋଇଛି । ଏହା ସିଙ୍ଗଲ ସିମ୍ ଓ ଡୁଆଲ୍ ସିମ୍ ଏବଂ ବିନା ଚାର୍ଜର ଭଳି ବିକଳ୍ପରେ ମିଳୁଛି । ଏହାର ମୂଲ୍ୟ ୯୯୯ ଟଙ୍କାରୁ ଆରମ୍ଭ ହୋଇଛି । ଚାରକୋଲ୍ ଓ ନୀଳ ଭଳି ଦୁଇଟି ରଙ୍ଗରେ ନୋକିଆ ୧୦୫ କ୍ଲାସିକ୍ ଉପଲବ୍ଧ ହୋଇଛି ।

Share

Leave a Reply

Your email address will not be published. Required fields are marked *

five × 1 =