ବିଦ୍ୟୁତ ଚୋରି ଘଟଣା ଚିହ୍ନଟ : ବ୍ରହ୍ମପୁରରେ ସୃଷ୍ଟି ହେଲା ମାଇଲଖୁଣ୍ଟ

ଟିପିଏସ୍ଓଡିଏଲ୍ ଦ୍ଵାରା ପର୍ବ ପର୍ବାଣି ପାଇଁ ନିର୍ଦ୍ଦେଶାବଳୀ ଲାଗୁ
ମଣ୍ଡପ ଏବଂ ଅସ୍ଥାୟୀ ଦୋକାନ ପାଇଁ ଅସ୍ଥାୟୀ ସଂଯୋଗ ନିଆଯାଇପାରିବ
ବ୍ରହ୍ମପୁର: ଟିପିଏସ୍ଓଡିଏଲ୍ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏନଫୋର୍ସମେଣ୍ଟ ଟିମ ବିଜୁଳି ଚୋରିର ଚିହ୍ନଟ ଓ ସମାଧାନ ଦିଗରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ସମସ୍ତ କର୍ମଚାରୀମାନଙ୍କ ସମନ୍ୱୟ ଏବଂ ପରିଶ୍ରମ ଦ୍ଵାରା ପ୍ରାରମ୍ଭିକ ରିପୋର୍ଟ ଗ୍ରହଣଠାରୁ ଆରମ୍ଭ କରି ଜରିମାନା ଆଦାୟ ପର‌୍ୟ୍ୟନ୍ତ ମାତ୍ର ୪୬ ମିନିଟ୍ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହୋଇଥିଲା ।
ବୁଧବାର ରାତି ପାଖାପାଖି ୦୯:୨୬ ଟାରେ ବ୍ରହ୍ମପୁର ରାସ୍ତା କଡ଼ରେ ଥିବା ରାକ୍ଷୀ ବିକ୍ରେତାଙ୍କ ଦ୍ୱାରା ସିଧାସଳଖ ବିଦ୍ୟୁତ ଚୋରି ହୋଇଥିବା ସାମ୍ନାକୁ ଆସିଥିଲା । କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଏହି ଘଟଣା ଆସିବା ପରେ ଏକ ନିର୍ଣ୍ଣାୟକ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଧିକାରୀଙ୍କ ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସଠିକ ଓ ତତ୍ପର ତଦନ୍ତ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ମାଧ୍ୟମରେ ରାତି ପାଖାପାଖି ୧୦:୧୨ ଟା ସୁଦ୍ଧା ମାମଲାକୁ ସଫଳତାର ସହ ସମାଧାନ କରାଯାଇଥିଲା ।
ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍)ର ସିଇଓ ଅମିତ ଗର୍ଗ କହିଛନ୍ତି, “ ଏହି ବିଦ୍ୟୁତ ଚୋରି ମାମଲାର ସଫଳ ଓ ତ୍ୱରିତ ସମାଧାନ ଆମ ଉତ୍ସର୍ଗୀକୃତ ଟିମର ନିଷ୍ଠା ଓ ଦକ୍ଷତାକୁ ଦର୍ଶାଉଛି ।“
ଟିପିଏସ୍ଓଡିଏଲ୍ ଉତ୍ସର୍ଗୀକୃତ ସେବା ପ୍ରତି ପ୍ରତିବଦ୍ଧତାକୁ ସୁଦୃଢ କରିବା ପାଇଁ, ଆଗାମୀ ପାର୍ବଣ ଋତୁ ପୂର୍ବରୁ ପଦକ୍ଷେପଗୁଡ଼ିକୁ ସକ୍ରିୟ ଭାବରେ କାର‌୍ୟ୍ୟକାରୀ କରିଛି ଏବଂ ନିର୍ଦ୍ଦେଶାବଳୀ ଜାରି କରିଛି । ଅସ୍ଥାୟୀ ଭାବରେ ମଣ୍ଡପ ଅସ୍ଥାୟୀ ଦୋକାନ ନିର୍ମାଣ ପାଇଁ ଏହି ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି । ନିର୍ଦ୍ଦେଶାବଳୀ ଅନୁଯାୟୀ, ଏଭଳି ପ୍ରତିଷ୍ଠାନ ପାଇଁ ଅସ୍ଥାୟୀ ସଂଯୋଗ ନିଆଯିବା ଉଚିତ । ମୁଖ୍ୟତଃ ଏହି ପଦକ୍ଷେପଗୁଡ଼ିକ ଫଳରେ ବୈଧ ସଂଯୋଗ ସହିତ ପାର୍ବଣ ଋତୁରେ କୌଣସି ବିଦ୍ୟୁତିକ ଦୁର୍ଘଟଣାକୁ ରୋକିପାରିବ । ଏହି ସମୟ ମଧ୍ୟରେ ଉପୁଜିଥିବା କୌଣସି ଚିନ୍ତା ଉପରେ ତୀକ୍ଷ୍ଣ ନଜର ରଖିବା ଏବଂ ତୁରନ୍ତ ସମାଧାନ କରିବା ପାଇଁ ଟିପିଏସ୍ଓଡିଏଲ୍ ଫ୍ୟୁଜ୍ କଲ୍ ସେଣ୍ଟର (ଏଫସିସି) ଏବଂ ସୋସିଆଲ ମିଡିଆ ମନିଟରିଂ ୟୁନିଟ୍ ସମେତ ସ୍ୱତନ୍ତ୍ର ଟିମ୍ ଗଠନ କରିଛି ।

Share

Leave a Reply

Your email address will not be published. Required fields are marked *

three × 3 =