ଭିମ ପେମେଂଟ ଆପ୍ ପକ୍ଷରୁ ଆଣ୍ଡ୍ରଏଡ ଓ ଆଇଓଏସ୍ରେ ୟୁପିଆଇ ପେମେଂଟ୍ ପାଇଁ ବାୟୋମେଟ୍ରିକ୍ ପ୍ରମାଣୀକରଣର ଶୁଭାରମ୍ଭ
ଭୁବନେଶ୍ୱର: ନ୍ୟାସନାଲ ପେମେଂଟସ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ)ର ସହାୟକ ସଂସ୍ଥା ଏନପିସିଆଇ ଭିମ ସର୍ଭିସେସ ଲିମିଟେଡ (ଏନବିଏସଏଲ) ପକ୍ଷରୁ ଭିମ ପେମେଂଟ୍ ଆପ୍ରେ ୟୁପିଆଇ ପେମେଂଟ୍ ପାଇଁ ବାୟୋମେଟ୍ରିକ ପ୍ରମାଣୀକରଣର ଶୁଭାରମ୍ଭ କରାଯାଇଛି। ଏହି ନୂଆ ସୁବିଧାରେ ଗ୍ରାହକମାନେ ସେମାନଙ୍କ ସ୍ମାର୍ଟଫୋନ୍ର ଫିଙ୍ଗରପ୍ରିଂଟ୍ ଓ ଫେସିଆଲ ରେକଗ୍ନିସନକୁ ବ୍ୟବହାର କରି ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଂଟ୍ କରିପାରିବେ। ଏହା ଦୈନନ୍ଦୀନ ପେମେଂଟ୍କୁ ଶୀଘ୍ର, ସରଳ ଓ ଅଧିକ ସୁରକ୍ଷିତ କରିପାରିଛି। ଏହି ସୁବିଧା ଏବେ ଆଇଓଏସ୍ ଓ ଆଣ୍ଡ୍ରଏଡ୍ ଡିଭାଇସ୍ରେ ଉପଲବ୍ଧ ହୋଇଛି।
ଏହି ସୁବିଧାର ଶୁଭାରମ୍ଭ କରାଯାଇଥିବାରୁ ପ୍ରତିଥର ୟୁପିଆଇ ପେମେଂଟ୍ ବେଳେ ପିନ୍ ଦାଖଲ କରିବାକୁ ପଡ଼ିବନି। ଏହା ସେହି ସମୟରେ ବିଶେଷ ସହାୟକ ହେବ ଯେତେବେଳେ ବ୍ୟବହାରକାରୀ ପିନ ଭୁଲି ଯାଇଥିବେ କିମ୍ବା ଭୁଲରେ ଦାଖଲ କରିବା କାରଣରୁ ପେମେଂଟ୍ ବିଫଳ ହେବାର ଆଶଙ୍କା ରହିଥାଏ, ସେତେବେଳେ ତାହା ଅଧିକ ସରଳ ଓ ଭରସାଯୋଗ୍ୟ ଅନୁଭୂତି ପ୍ରଦାନ କରିବ। ବନ୍ଧୁ ପରିଜନଙ୍କୁ ଟଙ୍କା ପଠାଇବା, ମର୍ଚାଂଟଙ୍କ କ୍ୟୁଆର କୋଡ୍ରେ ପେମେଂଟ୍ ଓ ଅନଲାଇନ କାରବାର ଭଳି ସାଧାରଣ ପେମେଂଟ ମାମଲାରେ ଏହି ସୁବିଧା ବ୍ୟବହାର କରାଯାଇପାରିବ।
ଏନବିଏସଏଲର ଏମଡି ଓ ସିଇଓ ଲଳିତା ନଟରାଜ କହିଛନ୍ତି ଯେ, “ଭିମ ପେମେଂଟସ ଆପ ସର୍ବଦା ପ୍ରତିଟି ଭାରତୀୟଙ୍କ ପାଇଁ ଡିଜିଟାଲ ପେମେଂଟକୁ ସରଳ, ସୁରକ୍ଷିତ ଓ ସୁବିଧାରେ ପହଂଚାଇବା ଉପରେ ଧ୍ୟାନ ଦେଉଛି। ବାୟୋମେଟ୍ରିକ ପ୍ରମାଣୀକରଣ ସହିତ ଆମେ ନିତିଦିନିଆ ପେମେଂଟକୁ ସୁବିଧାଜନକ କରିଥିବା ବେଳେ ତାହା ମଞ୍ଜୁର ହେଉଥିବା ପ୍ରକ୍ରିୟାରେ ବିଶ୍ୱାସକୁ ବଢ଼ାଇଛୁ। ନିଜର ଫିଙ୍ଗରପ୍ରିଂଟ ଓ ଫେସ ଅନଲକ୍ ଜରିଆରେ କାରବାରକୁ ସ୍ପଷ୍ଟ କରିବାରେ ବ୍ୟବହାରକାରୀମାନଙ୍କୁ ସକ୍ଷମ କରି ଆମେ ପିନ ଦାଖଲ ଉପରେ ନିର୍ଭରଶୀଳତା ହ୍ରାସ କରିଥିବା ବେଳେ ପେମେଂଟକୁ ବ୍ୟବହାରକାରୀଙ୍କ ସହ ଯୋଡ଼ି ରଖିଛୁ। କୋଟି କୋଟି ଭାରତୀୟମାନଙ୍କ ପାଇଁ ଏକ ନିରବଚ୍ଛିନ୍ନ ଓ ଭରସାଯୋଗ୍ୟ ଡିଜିଟାଲ ପେମେଂଟ୍ ଅନୁଭୂତି ଗଠନ କରିବା ଦିଗରେ ଏହା ହେଉଛି ଆଉ ଏକ ପଦକ୍ଷେପ।”
ବାୟୋମେଟ୍ରିକ୍ ପ୍ରମାଣୀକରଣ ପେମେଂଟ୍ ଅନୁଭୂତି ସୁରକ୍ଷାର ଅତିରିକ୍ତ ସ୍ତର ପ୍ରଦାନ କରୁଛି। ଯେହେତୁ ଫିଙ୍ଗରପ୍ରିଂଟ ଓ ଫେସ୍ ଅନଲକ୍ ପ୍ରତି ବ୍ୟବହାରକାରୀଙ୍କ ପାଇଁ ସ୍ୱତନ୍ତ୍ର ଓ ଡିଭାଇସ୍ରେ ସଂରକ୍ଷିତ ରହିଥାଏ, ତେଣୁ ପେମେଂଟ୍ ସମ୍ପୂର୍ଣ୍ଣ ରୂପେ ବ୍ୟବହାରକାରୀଙ୍କ ପରିଚୟ ସହ ଗଭୀର ଭାବେ ଯୋଡ଼ି ହୋଇରହିବ। ଏହା ପିନ୍ ସେୟାରିଂ ଓ ପିନକୁ ଭୁଲ ଭାବେ ଦାଖଲ କରିବାର ବିପଦକୁ ହ୍ରାସ କରିବ ଏବଂ ବ୍ୟବହାରକାରୀଙ୍କୁ ବିଶ୍ୱାସର ସହ କାରବାର କରିବାର ସ୍ୱାଧୀନତା ପ୍ରଦାନ କରିବ। ୫୦୦୦ ଟଙ୍କାରୁ ଅଧିକ ମୂଲ୍ୟର କାରବାର ପାଇଁ ୟୁପିଆଇ ପିନ୍ ପ୍ରମାଣୀକରଣ ଆବଶ୍ୟକ ହେବ ଯାହା ଉଚ୍ଚ ମୂଲ୍ୟର ପେମେଂଟ୍ ପାଇଁ ଅତିରିକ୍ତ ସୁରକ୍ଷା ସ୍ତର ଯୋଡ଼ିବ।
ଭିମ୍ ପେମେଂଟ୍ ଆପ୍ରେ ବାୟୋମେଟ୍ରିକ୍ ପ୍ରମାଣୀକରଣ ସକ୍ରିୟ କରିବା ପାଇଁ:
୧. ଭିମ୍ ପେମେଂଟ୍ ଆପ୍ ଖୋଲନ୍ତୁ
୨. ପ୍ରୋଫାଇଲ୍କୁ ଯାଆନ୍ତୁ
୩. ନିଜର ବ୍ୟାଙ୍କ ଖାତା ଚୟନ କରନ୍ତୁ
୪. ବାୟୋମେଟ୍ରିକ୍ କାରବାର ସକ୍ରିୟ କରନ୍ତୁ
୫. ନିଜର ଫିଙ୍ଗରପ୍ରିଂଟ୍ରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଂଟ୍ କରନ୍ତୁ

