ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ସଚିନ ତେନ୍ଦୁଲକରଙ୍କୁ ନେଇ ନୂତନ ଅଭିଯାନ ‘ମାଷ୍ଟରଷ୍ଟ୍ରୋକ୍’ ଲଞ୍ଚ୍ କରିଛି
- ଚାରୋଟି ଖୁଚୁରା ବ୍ୟାଙ୍କିଂ ଉତ୍ପାଦ: ଗୃହ ଋଣ, କାର ଋଣ, ଏମଏସଏମଇ ଋଣ ଏବଂ ସଞ୍ଚୟ ଖାତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଛି
ଭୁବନେଶ୍ୱର : ଭାରତର ଅଗ୍ରଣୀ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କଗୁଡ଼ିକ ମଧ୍ୟରୁ ଅନ୍ୟତମ, ବ୍ୟାଙ୍କ୍ ଅଫ୍ ବରୋଦା ଏହାର ବିଶ୍ୱସ୍ତରୀୟ ବ୍ରାଣ୍ଡ ଆମ୍ବାସାଡର ସଚିନ ତେନ୍ଦୁଲକରଙ୍କୁ ନେଇ ଏହାର ନୂତନ ବିଜ୍ଞାପନ ଅଭିଯାନ ଶୁଭାରମ୍ଭ ଘୋଷଣା କରିଛି। ଗତ ବର୍ଷର ‘ପ୍ଲେ ଦି ମାଷ୍ଟରଷ୍ଟ୍ରୋକ୍’ ଅଭିଯାନର ସଫଳତା ପରେ, ଏହି ନୂତନ ଅଭିଯାନ ଗ୍ରାହକଙ୍କୁ ଜୀବନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସମୟରେ ସଠିକ୍ ଆର୍ôଥକ ପସନ୍ଦ ଚୟନ କରିବାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରୁଛି – ଯେପରିକି ନିଜ ସ୍ୱପ୍ନର ଘର କିମ୍ବା କାର କିଣିବା, ଅବା କୌଣସି ବ୍ୟବସାୟରେ ନିବେଶ କରିବା। ଏହି ଅଭିଯାନର ବାର୍ତ୍ତାକୁ ହୋଉଛି; ସଠିକ୍ ଆର୍ôଥକ ଅଂଶୀଦାର ବାଛିବା ଯାହା ଆପଣଙ୍କ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବାର ପ୍ରକୃତ ମାଷ୍ଟରଷ୍ଟ୍ରୋକ୍ ହେବ।
ବ୍ୟାଙ୍କ ଖୁଚୁରା ରଣନୀତି ସଙ୍ଗତ, ଏହି ଅଭିଯାନ ବ୍ୟାଙ୍କର ଚାରୋଟି ପ୍ରମୁଖ ଉତ୍ପାଦ – ଗୃହ ଋଣ, କାର ଋଣ, ଏମଏସଏମଇ ଋଣ, ଯାହା ବିଓବି ଡିଜି ଉଦ୍ୟମ ମାଧ୍ୟମରେ ଏବଂ ବିଓବି ମାଷ୍ଟରଷ୍ଟ୍ରୋକ୍ ଲାଇଟ୍ ସେଭିଂ ଆକାଉଣ୍ଟ ଉପରେ ପ୍ରଧାନ୍ୟତା ଦେଇଥାଏ। ଏହି ଅଭିଯାନର ଲକ୍ଷ୍ୟ ଏହାର ଗ୍ରାହକ ଆଧାରକୁ ବିସ୍ତାର କରିବା ଓ ବଜାରରେ ଗଭୀର ପ୍ରବେଶକୁ ବୃଦ୍ଧି କରିବା। ଅଭିଯାନର ଚାରୋଟି ଆକର୍ଷଣୀୟ ଚଳଚ୍ଚିତ୍ର ଯାହା ବ୍ୟାଙ୍କ ଅଫ୍ ବରୋଦାର ଗ୍ରାହକ-କୈନ୍ଦ୍ରିକ ସେବା, ଡିଜିଟାଲ୍ ସୁଗମତା ଏବଂ ଗ୍ରାହକଙ୍କ ଦୈନନ୍ଦିନ ଜୀବନ ଅଭିଜ୍ଞତା ସହିତ ନିର୍ଭରଯୋଗ୍ୟ ସମାଧାନକୁ ସଂଯୋଗ କରୁଛି। ସଚିନ୍ ତେନ୍ଦୁଲକରଙ୍କ ଉପସ୍ଥିତି ଏବଂ ବିଶ୍ୱସନୀୟତ।। ଏହି ବାର୍ତ୍ତାକୁ ଆହୁରି ଦୃଢ଼ କରିଥାଏ।
ବ୍ୟାଙ୍କ ଅଫ୍ ବରୋଦାର ମାନବ ସମ୍ବଳ ପରିଚାଳନା ଏବଂ ମାର୍କେଟିଂର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀଯୁକ୍ତ ଶୈଳେନ୍ଦ୍ର ସିଂହ କହିଛନ୍ତି: “ବ୍ୟାଙ୍କ ଅଫ୍ ବରୋଦାର ନୂତନ ମାଷ୍ଟରଷ୍ଟ୍ରୋକ୍ ଅଭିଯାନ ମାଧ୍ୟମରେ, ଆମର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଶକ୍ତ କରିବା ଏବଂ ପ୍ରତ୍ୟେକ ସ୍ୱପ୍ନକୁ ସାକାର କରିବା ଦିଗରେ ସମର୍ଥନ ପ୍ରଦାନ କରିବା, ଏହି ପ୍ରତିଶ୍ରୁତି ସହିତ ଯେ ବ୍ୟାଙ୍କ୍ ଅଫ୍ ବରୋଦାକୁ ସେମାନଙ୍କର ବିଶ୍ୱସ୍ତ ଆର୍ôଥକ ସହଯୋଗୀ ଭାବରେ ବାଛିବା ପ୍ରକୃତରେ ଏକ ମାଷ୍ଟରଷ୍ଟ୍ରୋକ୍ ହୋଇପାରିବ। ଆମର ବିଶ୍ୱସ୍ତରୀୟ ବ୍ରାଣ୍ଡ ଆମ୍ବାସାଡର ସଚିନ ତେନ୍ଦୁଲକର ଉତ୍କର୍ଷତା ଏବଂ ବିଶ୍ୱାସର ମୂଲ୍ୟବୋଧକୁ ପ୍ରତିପାଦନ କରନ୍ତି, ଯାହା ତାଙ୍କୁ ଅଭିଯାନର ମୂଳ ବାର୍ତ୍ତାକୁ ବୃଦ୍ଧି କରିବା ପାଇଁ ଆଦର୍ଶ ପସନ୍ଦ କରିଥାଏ।”
ଅଭିଯାନଟି “ହ୍ୱାଟ୍-ଇଜ୍-ୟୋର-ମାଷ୍ଟରଷ୍ଟ୍ରୋକ୍” ଟିଜର ସହିତ ଆରମ୍ଭ ହୋଇଥିଲା, ଯାହା ଏହାର ଲଞ୍ଚ୍ ପୂର୍ବରୁ ଚର୍ଚ୍ଚା ସୃଷ୍ଟି କରିଛି, ଯେଉଁଥିରେ କ୍ରିକେଟ୍ ଭାଷ୍ୟକାର ଓ ହୋଷ୍ଟ ଜତିନ୍ ସାପ୍ରୁ ଏବଂ ପ୍ରତିଷ୍ଠାତା ତଥା ଏଡିଟର୍-ଇନ୍-ଚିଫ୍, କର୍ଲି ଟେଲ୍ସ, କାମିଆ ଜାନି ପ୍ରମୁଖ ସାମିଲ ଅଛନ୍ତି।
ଏକ ପ୍ରଭାବଶାଳୀ ଗଣମାଧ୍ୟମ ରଣନୀତିର ଅଂଶ ସ୍ୱରୂପ, ସମଗ୍ର ଭାରତରେ ଅଧିକ ପହଞ୍ଚ ସୁନିଶ୍ଚିତ କରିବା ପାଇଁ ଏହି ଅଭିଯାନକୁ ଟିଭି, ପ୍ରିଣ୍ଟ, ସୋସିଆଲ ମିଡିଆ, ରେଡିଓ, ଆଉଟଡୋର ଏବଂ ସିନେମା ସମେତ ବିଭିନ୍ନ ମାଧ୍ୟମ ଏବଂ ଭାଷାରେ ପ୍ରଚାର କରାଯାଉଛି।

