Business

ଟିଭିଏସ ମୋଟର କମ୍ପାନି ପକ୍ଷରୁ ‘ଟିଭିଏସ କିଙ୍ଗ କା ବାଦା ୩.୦’ର ଶୁଭାରମ୍ଭ

ଭୁବନେଶ୍ୱର: ବିଶ୍ୱର ଅଗ୍ରଣୀ ଦୁଇଚକିଆ ଓ ତିନିଚକିଆ ଯାନ ନିର୍ମାତା ଟିଭିଏସ ମୋଟର କଂପାନି ପକ୍ଷରୁ ଟିଭିଏସ କିଙ୍ଗ ତିନିଚକିଆ ଯାନ ଗ୍ରାହକମାନଙ୍କ ପାଇଁ ଏକ ଗ୍ରାହକ ସହାୟତା ଅଭିଯାନ ‘ଟିଭିଏସ କିଙ୍ଗ କା ବାଦା ୩.୦’ର ଶୁଭାରମ୍ଭ କରାଯାଇଛି। ପୂର୍ବ ସଂସ୍କରଣର ସଫଳତା ଆଧାରରେ ପ୍ରସ୍ତୁତ ଏହି ଅଭିଯାନ ଗ୍ରାହକଙ୍କୁ ବ୍ୟାପକ ଲାଭ ପ୍ରଦାନ କରିବ। ବାଦା ୩.୦ ମାଧ୍ୟମରେ ଟିଭିଏସ ମୋଟର କଂପାନି ଗାଡ଼ି ମାଲିକାନାଠାରୁ ଆଗକୁ ବଢ଼ି ମୂଲ୍ୟଯୁକ୍ତ ସହାୟତା ପ୍ରଦାନ କରୁଛି ଯାହା ଗ୍ରାହକ ଓ ସେମାନଙ୍କ ପରିବାରର ସୁରକ୍ଷା ଓ କଲ୍ୟାଣକୁ ପ୍ରାଥମିକତା ଦେଉଛି।
ଟିଭିଏସ କିଙ୍ଗ କା ବାଦା ୩.୦ ଏକ ବ୍ୟାପକ ମାଲିକାନା ପ୍ୟାକେଜ ପ୍ରଦାନ କରୁଛି ଯାହାକୁ ମାନସିକ ଶାନ୍ତି, ଡାଉନଟାଇମ ହ୍ରାସ ଓ ଗ୍ରାହକ ଓ ସେମାନଙ୍କ ପରିବାରର ଉନ୍ନତ ଆର୍ôଥକ ସୁରକ୍ଷା ପାଇଁ ପ୍ରସ୍ତୁତ କରାଯାଇଛି। ବର୍ଦ୍ଧିତ ୱାରେଂଟି, ମାଗଣା ରକ୍ଷଣାବେକ୍ଷଣ ସେବା ଓ ସଡ଼କ ପାର୍ଶ୍ୱ ସହାୟତା ସହିତ ଏହି ସ୍କିମରେ ବ୍ୟକ୍ତିଗତ ଓ ପରିବାର ସୁରକ୍ଷା ଲାଭ ପ୍ରଦାନ କରାଯାଉଛି।
ଟିଭିଏସ କିଙ୍ଗ ବା ବାଦା ୩.୦ରେ ମୃତ୍ୟୁ କିମ୍ବା ସ୍ଥାୟୀ ଭିନ୍ନକ୍ଷମ ଭଳି ମାମଲାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ଦୁର୍ଘଟଣା ବୀମା, ମୃତ୍ୟୁ କିମ୍ବା ସ୍ଥାୟୀ ଭିନ୍ନକ୍ଷମ ଘଟଣାରେ ଦୁଇଟି ପିଲା ପର୍ଯ୍ୟନ୍ତ ପ୍ରତି ପିଲା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷା ସହାୟତା, ହସ୍ପିଟାଲ ଭର୍ତି ସମୟରେ ୩୦ ଦିନ ପର୍ଯନ୍ତ ଦୈନିକ ୪୦୦୦ ଟଙ୍କା ପର୍ଯ୍ୟନ୍ତ ଆୟ ସୁରକ୍ଷା, ଆଇସିଇ ଓ ଇଭି ମଡେଲରେ ବର୍ଦ୍ଧିତ ୱାରେଂଟି, ତିନି ମାଗଣା ରକ୍ଷଣାବେକ୍ଷଣ ସେବା ଓ ସଡ଼କ ପାର୍ଶ୍ୱ ସହାୟତା ସୁବିଧା ମିଳିବ।
ଟିଭିଏସ କିଙ୍ଗର ଆଇସିଇ ଓ ଇଭି ଭାରିଆଂଟରେ ଉପଲବ୍ଧ ଯାତ୍ରୀବାହୀ ଓ ମାଲବାହୀ ଗାଡ଼ି ଉପରେ ଏହି ସ୍କିମ ଲାଗୁ ହେବ। ଟିଭିଏସ କିଙ୍ଗ ଡିଲକ୍ସ ଓ ଟିଭିଏସ କିଙ୍ଗ ଡ୍ୟୁରାମାକ୍ସ ପ୍ଲସ୍ ଭଳି ଯାତ୍ରୀବାହୀ ଆଇସିଇ ମଡେଲ ଉପରେ ଦୁଇ ବର୍ଷର ୱାରେଂଟି, ତିନିଟି ମାଗଣା ସର୍ଭିସ ଓ ଗୋଟିଏ ବର୍ଷର ସଡ଼କ ପାର୍ଶ୍ୱ ସହାୟତା ମିଳିବ। ସେହିପରି ଟିଭିଏସ କିଙ୍ଗ ଇଭି ମ୍ୟାକ୍ସ ଉପରେ ଗ୍ରାହକମାନେ ୬ ବର୍ଷର ୱାରେଂଟି, ତିନିଟି ମାଗଣା ସିର୍ଭିସ ଓ ତିନି ବର୍ଷର ସଡ଼କ ପାର୍ଶ୍ୱ ସହାୟତା ପାଇପାରିବେ। ମାଲବାହୀ ଗାଡ଼ି ମଧ୍ୟରେ ଟିଭିଏସ କିଙ୍ଗ କାର୍ଗୋ ଏଚଡି ଓ ଟିଭିଏସ କିଙ୍ଗ କାର୍ଗୋ ଏଚଡି ଇଭି ଉପରେ ଛଅ ବର୍ଷ ପର୍ଯ୍ୟନ୍ତ ୱାରେଂଟିି, ତିନିଟି ମାଗଣା ସର୍ଭିସ ଓ ତିନି ବର୍ଷର ସଡ଼କ ପାର୍ଶ୍ୱ ସହାୟତା ସହିତ ବ୍ୟକ୍ତିଗତ ଓ ପରିବାର ସୁରକ୍ଷା ଲାଭ ମିଳିବ।

Share

Leave a Reply

Your email address will not be published. Required fields are marked *

eight − 2 =