ବ୍ୟାଙ୍କ୍ ଅଫ୍ ବରୋଦା ଏବଂ ରିଲାଏନ୍ସ ଜିଓର ସହଯୋଗରେ ଫିଚର ଫୋନ ପାଇଁ ‘ବିଓବି ୱର୍ଲ୍ଡ ଲାଇଟ୍’ର ଶୁଭାରମ୍ଭ
- ଫିଚର ଫୋନ ପାଇଁ ଶିଳ୍ପ ପ୍ରଥମ ମୋବାଇଲ ବ୍ୟାଙ୍କିଂ ସମାଧାନ ସହ ଭାରତରେ ଡିଜିଟାଲ ଅନ୍ତର୍ଭୁକ୍ତିକୁ ତ୍ୱରାନ୍ୱିତ କରିବାରେ ନୂତନ ପଦକ୍ଷେପ
ଭୁବନେଶ୍ୱର : ବ୍ୟାଙ୍କ୍ ଅଫ୍ ବରୋଦା ଏବଂ ରିଲାଏନ୍ସ ଜିଓ ପକ୍ଷରୁ ସହଯୋଗିତାରେ ଫିଚର ଫୋନ ବ୍ୟବହାରକାରୀଙ୍କ ପାଇଁ ବିଶେଷଭାବେ ଡିଜାଇନ କରାଯାଇଥିବା ମୋବାଇଲ ବ୍ୟାଙ୍କିଂ ଆପ୍ ‘ବିଓବି ୱର୍ଲ୍ଡ ଲାଇଟ୍’ କୁ ‘ଜିଓଫୋନ ପ୍ରିମା ଫୋର୍-ଜି’ ଡିଭାଇସ୍ରେ ଲଞ୍ଚ୍ କରାଯାଇଛି। ଭାରତ ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ଡିଜିଟାଲ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହନ ଓ ଫିଚର ଫୋନ ବ୍ୟବହାରକାରୀଙ୍କ ପାଇଁ ଡିଜିଟାଲ ପେମେଣ୍ଟକୁ ସୁଲଭ କରିବା ଦୃଷ୍ଟିକୋଣ ସହ ସମନ୍ୱୟରେ ପ୍ରସ୍ତୁତ ଏହି ଶିଳ୍ପରେ ପ୍ରଥମ ପଦକ୍ଷେପ ଦେଶର ଲକ୍ଷାଧିକ ଲୋକଙ୍କୁ ସରଳ ଏବଂ ସମ୍ପୂର୍ଣ୍ଣ ଡିଜିଟାଲ ବ୍ୟାଙ୍କିଂ ସୁବିଧା ଯୋଗାଇବ। ଏହି ଆପ୍ ବ୍ୟାଙ୍କ୍ ଅଫ୍ ବରୋଦାର ବର୍ତ୍ତମାନ ଗ୍ରାହକମାନଙ୍କ ସହିତ ଅନ୍ୟ କୌଣସି ବ୍ୟାଙ୍କ୍ ର ଗ୍ରାହକମାନେ ମଧ୍ୟ ସରଳ ଏବଂ ସୁବିଧାଜନକ ଭାବରେ ବ୍ୟବହାର କରିପାରିବେ।
ପାରମ୍ପରିକ ମୋବାଇଲ ବ୍ୟାଙ୍କ୍ିଂ ଆପ୍ଗୁଡ଼ିକ କେବଳ ସ୍ମାର୍ଟଫୋନରେ କାମ କରେ, ସେଗୁଡ଼ିକଠାରୁ ଭିନ୍ନଭାବେ ‘ବିଓବି ୱର୍ଲ୍ଡ ଲାଇଟ୍’ ଆପ୍ଟି ସମସ୍ତ ଫିଚର ଫୋନରେ ଦୈନନ୍ଦିନ ବ୍ୟାଙ୍କ୍ିଂ ସେବାର ସମ୍ପୂର୍ଣ୍ଣ ସୁବିଧା ଯୋଗାଇବା ପାଇଁ ତିଆରି ହୋଇଛି। ଏହା ଦ୍ୱାରା ଦ୍ୱିତୀୟ ଶ୍ରେଣୀ-ସହର ଏବଂ ଗ୍ରାମୀଣ ଭାରତରେ ଏହାର ବିସ୍ତାର ହେବ। ଏଥିରେ ହାଲୁକା ଓ କମ୍ ବ୍ୟାଣ୍ଡୱିଡ୍ଥ ଆର୍କିଟେକ୍ଚର, କୀପ୍ୟାଡ୍ ନେଭିଗେସନ ଏବଂ ସୁରକ୍ଷିତ ସେବାର ବ୍ୟବସ୍ଥା ରହିଛି, ଯାହା ଡିଜିଟାଲ ବ୍ୟାଙ୍କିଂକୁ ସରଳ, ସୁଗମ ଏବଂ ସମସ୍ତଙ୍କ ପାଇଁ ପହୁଞ୍ଚଯୋଗ୍ୟ କରାଇବ।
ବର୍ତ୍ତମାନ ‘ବିଓବି ୱର୍ଲ୍ଡ ଲାଇଟ୍’ ଆପ୍ରେ ଯୁପିଆଇ ସକ୍ଷମ ‘ସ୍କାନ୍ ଏବଂ ପେ’, ‘ଟଙ୍କା ପ୍ରେରଣ’, ‘ବିଲ୍ ପେମେଣ୍ଟ ଏବଂ ରିଚାର୍ଜ’ ଏବଂ ‘ପ୍ରୋଫାଇଲ ପରିଚାଳନା’ ଭଳି ସୁବିଧା ରହିଛି, ଏବଂ ଆଗାମୀ ଦିନରେ ଆହୁରି ନୂତନ ସୁବିଧା ଗୁଡ଼ିକୁ ଏଥିରେ ଯୋଡ଼ାଯିବ। ଏହି ସହଯୋଗ ଅନୁସାରେ, ଆପ୍ଟି ‘ଜିଓଫୋନ ପ୍ରିମା ଫୋର୍-ଜି’ ଡିଭାଇସ୍ରେ ପୂର୍ବରୁ ଇନଷ୍ଟଲ୍ ରହିବ ଏବଂ ହୋମ୍ ସ୍କ୍ରିନ୍ରୁ ସିଧାସଳଖ ଉପଲବ୍ଧ ହେବ। ବର୍ତ୍ତମାନ ‘ଜିଓଫୋନ ପ୍ରିମା ଫୋର୍-ଜି’ ବ୍ୟବହାରକାରୀମାନେ ‘ଜିଓଷ୍ଟୋର୍’ ମାଧ୍ୟମରେ ଏହି ଆପ୍କୁ ବ୍ୟବହାରରେ ନେଇପାରିବେ।
ଏହି ସହଯୋଗ ବିଷୟରେ ବ୍ୟାଙ୍କ୍ ଅଫ୍ ବରୋଦାର ପ୍ରବନ୍ଧ ନିର୍ଦ୍ଦେଶକ ଏବଂ ସିଇଓ ଡ଼. ଦେବଦତ୍ତ ଚାନ୍ଦ କହିଛନ୍ତି, “ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେବା ଆମ ବ୍ୟାଙ୍କ୍ ର ମୁଖ୍ୟ ପ୍ରାଥମିକତା। ବର୍ତ୍ତମାନ ‘ବିଓବି ୱର୍ଲ୍ଡ ଲାଇଟ୍’ ରିଟେଲ୍ ଗ୍ରାହକମାନଙ୍କୁ ସେବା ଯୋଗାଉଛି ଏବଂ ‘ବିଓବି ୱର୍ଲ୍ଡ ବିଜନେସ୍’ ବ୍ୟବସାୟୀ, ଏସଏମଇ ଏବଂ କର୍ପୋରେଟ୍ ଗ୍ରାହକମାନଙ୍କୁ ସେବା ଯୋଗାଉଛି। ଜିଓ ସହ ଏହି ସହଯୋଗ ସ୍ମାର୍ଟଫୋନ ସୀମାକୁ ଅତିକ୍ରମ କରି ଅତିରିକ୍ତ ଭାବେ ଡିଜିଟାଲ ବ୍ୟାଙ୍କିଂକୁ ବିସ୍ତାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଦ୍ୱାରା ଆମେ ଅଧିକ ଗ୍ରାହକଙ୍କୁ ଯୋଡ଼ିପାରିବୁ ଏବଂ ସମାବେଶୀ ଓ ସ୍ଥାୟୀ ଉନ୍ନତି ପ୍ରତି ଆମ ପ୍ରତିବଦ୍ଧତାକୁ ଶକ୍ତିଶାଳୀ କରିପାରିବୁ।”
ରିଲାଏନ୍ସ ଜିଓ ଇନ୍ଫୋକମ୍ ଲିମିଟେଡ୍ର ପ୍ରେସିଡେଣ୍ଟ ଡ଼. ସୁନିଲ ଦତ୍ତ କହିଛନ୍ତି, “ଜିଓ ସଦା ଡିଜିଟାଲ ସେବାକୁ ପ୍ରତ୍ୟେକ ଭାରତୀୟଙ୍କ ପାଖକୁ ସସ୍ତା ଓ ବ୍ୟାପକ ଭାବେ ପହଞ୍ଚାଇବାରେ କେନ୍ଦ୍ରିତ ରହିଛି। ଜିଓଫୋନ ଏହି ଦୃଷ୍ଟିକୋଣକୁ ସାକାର କରିବାରେ ମୁଖ୍ୟ ଭୂମିକା ନେଇଛି। ଆଜି ବ୍ୟାଙ୍କ୍ ଅଫ୍ ବରୋଦା ସହ ଆମର ସହଯୋଗ ଏହି ଯାତ୍ରାର ଆଗାମୀ ପଦକ୍ଷେପ, ଯାହା ଦ୍ୱାରା ଦେଶର ଲକ୍ଷାଧିକ ବ୍ୟବହାରକାରୀଙ୍କୁ ସହଜ, ସୁରକ୍ଷିତ ଏବଂ ସେମାନଙ୍କ ଆବଶ୍ୟକତାନୁସାରେ ଡିଜିଟାଲ ବ୍ୟାଙ୍କିଂ ସୁବିଧା ଯୋଗାଇପାରିବୁ।”
ଜିଓର ଦେଶବ୍ୟାପୀ ଡିଜିଟାଲ ପହୁଞ୍ଚ ଏବଂ ବ୍ୟାଙ୍କ୍ ଅଫ୍ ବରୋଦାର ଶକ୍ତିଶାଳୀ ନେଟୱର୍କ, ବିବିଧ ଗ୍ରାହକ ଆଧାର ଓ ସମାବେଶୀ, ସୁଲଭ ଏବଂ ସସ୍ତା ବ୍ୟାଙ୍କିଂ ପ୍ରତି ପ୍ରତିବଦ୍ଧତାକୁ ଏକତ୍ର କରି, ଏହି ପଦକ୍ଷେପ ଭାରତରେ ଡିଜିଟାଲ ବ୍ୟାଙ୍କିଂ ସେବାର ପହଞ୍ଚକୁ ସଫଳ ଭାବେ ବିସ୍ତାର କରିବ ବୋଲି ଆଶା କରାଯାଉଛି।

