କେନ୍ଦ୍ରୀୟ ଅଫିସ ଘେରିବ ବିଜେଡି

ରାଜ୍ୟରେ ବେକାରୀ ସମସ୍ୟାର ସମାଧାନ ଦିଗରେ ବିଜେଡି ସରକାର ବିଫଳ ହୋଇଥିବା ଯୋଗୁଁ ବିଜେପି ଆସନ୍ତା ୫ତାରିଖ ଦିନ ରାଜ୍ୟର ସମସ୍ତ ଏମ୍ପ୍ଲୟମେଂଟ ଏକ୍ସଚେଂଜରେ ତାଲା ପକାଇବ ବୋଲି ଘୋଷଣା କରିଛି । ବିଜେପିର ଏହି ତାଲାପକା ଆନ୍ଦୋଳନକୁ ରୋକ୍ ଦେବା ପାଇଁ ବିଜେଡି ମଧ୍ୟ ପ୍ରସ୍ତୁତ ହୋଇଛି । ଆସନ୍ତା ୫,୬ ଓ ୮ ତାରିଖ ୩ଦିନ ଧରି ରାଜ୍ୟର ସବୁ କେନ୍ଦ୍ରୀୟ ଅଫିସକୁ ବିଜେଡି ଘେରାଉ କରିବ ଏବଂ ବିଜେଡିର ଯୁବ ଛାତ୍ର ସଂଗଠନ ପକ୍ଷରୁ ସେହି ଅଫିସ ଗୁଡିକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ବିଜେଡି ସାଧାରଣ ସମ୍ପାଦକ ସଂଜୟ ଦାସ ବର୍ମା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ବର୍ଷକୁ ୨କୋଟି ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ମୋଦି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପ୍ରତାରଣାରେ ପରିଣତ ହୋଇଛି । ଗତ ସାଢେ ଚାରି ବର୍ଷରେ ଓଡିଶା ପାଇଁ ଗୋଟିଏ ହେଲେ ଇଣ୍ଡଷ୍ଟ୍ରିଆଲ କରିଡର ହୋଇନାହିଁ । ଓଡିଶା ସନ୍ଦର୍ଭରେ ଓଡିଶାର ଭୁମିକା ନ÷ରାଶ୍ୟଜନକ । ବିମୁଦ୍ରାକରଣ ଯୋଗୁଁ ସମଗ୍ର ଦେଶରେ କୋଟି କୋଟି ନିଯୁକ୍ତିର ସୁଯୋଗ ହାତଛଡା ହୋଇଛି । ଏହାର ପ୍ରତିବାଦରେ ବିଜେଡି ରାଜ୍ୟର ସମସ୍ତ କେନ୍ଦ୍ରୀୟ ଅଫିସକୁ ଘେରିବ ।

Share

Leave a Reply

Your email address will not be published. Required fields are marked *

three × four =