ଭୁବନେଶ୍ୱରରୁ ୫୦୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ମହାନଗର ନୀଗମରେ ୫୦୯ ନୁଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସଂକ୍ରମିତ ଚିହ୍ନଟ ହୋଇଥିବା ୫୦୯ ଙ୍କ ମଧ୍ୟରୁ ୪୧୯ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ଏବଂ ୯୦ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟାର ୫୦୯ ନୁଆ ସଂକ୍ରମଣକୁ ମିଶାଇ ରାଜଧାନୀରେ ସକ୍ରିୟ ସଂକ୍ରମଣ ସଂଖ୍ୟା ଏବେ ୪୬୭୧ ରେ ପହଁଚିଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୪,୧୧୮ ରେ ପହଁଚିଛି । ଏହା ସହିତ ଶେଷ ୨୪ଘଣ୍ଟାରେ ୯୨୬ ଜଣ ସୁସ୍ଥ ହୋଇଛନ୍ତି, ଏହାକୁ ମିଶାଇ ଏ ପର‌୍ୟ୍ୟନ୍ତ ମୋଟ ୭୯,୦୪୯ ରେ ପହଁଚିଛି । ତେବେ ଗତ ୨୪ଘଣ୍ଟା ଭିତରେ କୌଣସି ଲୋକ କରୋନା ସଂକ୍ରମଣରେ ମୃତାହତ ହୋଇନାହାନ୍ତି ଏବଂ ରାଜଧାନୀରେ କରୋନାରେ ମୃତକଙ୍କ ସଂଖ୍ୟା ୩୭୭ ରେ ରହିଛି।

Share

Leave a Reply

Your email address will not be published. Required fields are marked *

5 × 5 =