ମହାନଦୀରେ ଆସୁଛି ବଡ଼ ବନ୍ୟା, ୫ଜିଲ୍ଲା ପ୍ରଭାବିତ ହେବା ଆଶଙ୍କା

ଭୁବନେଶ୍ୱର()  ମହାନଦୀରେ  ମଧ୍ୟମରୁ ବଡ଼ ଧରଣର  ବନ୍ୟା ଆସୁଛି । ଏଭଳି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ  ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।  ସେ କହିଛନ୍ତି ଯେ, ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ରେ  ପ୍ରବଳ ବର୍ଷା ହୋଇଛି ।  ସକାଳ ସୁଦ୍ଧା ଉପରମୁଣ୍ଡରେ ୨୦୦ ମିମି ବର୍ଷା ରେକର୍ଡ କରାଯାଇଛି ।  କଲମାରୁ ୫ ଲକ୍ଷ, ଇବ ଓ ଭେଡେନରୁ ୨.୫ ଲକ୍ଷ କୁ୍ୟସେକ ଜଳ ଆସୁଛି ।  ଏମିତି ଭାବେ ହୀରାକୁଦକୁୁ ୮ ଲକ୍ଷ କୁ୍ୟସେକ ଜଳ ପଶୁଛି ।   ଏବେ ହୀରାକୁଦର ଜଳସ୍ତର ୬୨୫ ଫୁଟ ରହିଛି ।  ଆମେ ହୀରାକୁଦରୁ  ୬ଲକ୍ଷ କୁ୍ୟସେକ ଜଳ ଛାଡ଼ୁଛୁ  ।ଏବେ ୨୪ଟି ଗେଟ ଖୋଲିଛି । ଆଉ ୩୬ଟି ଗେଟ ଖୋଲାଯିବ ।  ହୀରାକୁଦ ପରେ ମହାନଦୀରେ ତେଲ, ସୁକତେଲ ଓ ଜିରା ନଦୀ ଜଳ ମିଶିବ ।  ହୀରାକୁଦରୁ ଆସୁଥିବା ଜଳ ମୁଣ୍ଡଳିରେ ପହଞ୍ଚିବାକୁୁ ୩୬ ଘଣ୍ଟା ଲାଗିବ ।  ଏ ସବୁ ମୁଣ୍ଡଳିରେ ପହଞ୍ଚିଲା ବେଳକୁ ୧୦ରୁ ସାଢେ ୧୦ ଲକ୍ଷ କୁ୍ୟସେକ ହେବ ।  ୧୦ ଲକ୍ଷରୁ ଅଧିକ ହେଲେ ମଧ୍ୟମରୁ ବଡ଼ ଧରଣର ବନ୍ୟା କୁହାଯାଏ ।  ସୁତରାଂ ମହାନଦୀରେ ମଧ୍ୟମରୁ  ବଡ଼ ଧରଣର ବନ୍ୟା ଆକଳନ କରାଯାଉଛି । ଏହା ଦ୍ୱାରା ପୁରୀ, କଟକ, ଜଗତସିଂହପୁର ଆଦି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଥିବା ଜଳସମ୍ପଦ ବିଭାଗ  ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × four =