ନୂଆ ବୋହୂଙ୍କ ପାଇଁ କିଛି ଘରକରଣା ଟିପ୍ସ

ଭୁବନେଶ୍ୱର : ନୂଆ ନୂଆ ବିବାହ କରିଥିବା ଝିଅ ଶାଶୂଘରେ ଟିକେ ଅସହଜ ହୋଇପଡେ। ସବୁ କଥାରେ ଭୁଲ୍‌ ଭଟକା କରିପକାଏ। କେତେବେଳେ ତରବର ହୋଇ ତ କେତେବେଳେ ଡ଼ରିଡ଼ରି। ଏଣୁ ଆମେ ଆଜି ସେଇ ନୂଆ ବୋହୂମାନଙ୍କ ପାଇଁ କିଛି ଘରକରଣା ଟିପ୍ସ କହିବୁ ଯିଏ ରୋଷେଇ କଲା ବେଳେ ଶାଶୂଘର ଲୋକଙ୍କ ପସନ୍ଦ ଜାଣି ନ ଥାନ୍ତି ଆଉ ଡରୁଥାନ୍ତି ଖାଇବା ଖରାପ୍‌ ହୋଇଯିବ ବୋଲି। ଆମ ଟିପ୍ସକୁ ପଢିଲେ ଭାବୁଛୁ ଶାଶୂଘରେ ଆପଣ ଦିନ ବେଶ୍‌ ଖୁସିରେ କଟିବ ଆଉ ସମସ୍ତେ ଆପଣଙ୍କୁ ଶ୍ରଦ୍ଧା କରିବେ।

ଯଦି ଆପଣ ଘରେ ଡାଲମା କରିବା ସମୟରେ କଞ୍ଚା କଦଳୀ ପକାଇଲେ, ଡାଲ୍‌ମା କଳା ପଡୁଛି, ତେବେ କଞ୍ଚା କଦଳୀକୁ କାଟି ତାକୁ ହଳଦୀ ପାଣିରେ ପକାଇ ଦିଅନ୍ତୁ । ପରେ ଏହାକୁ ଛାଣି ଡାଲମାରେ ବ୍ୟବହାର କରନ୍ତୁ । ଦେଖିବେ ଡାଲମା କଳା ପଡ଼ିବ ନାହିଁ ।

ମାଛ ମଞ୍ଜିରେ କୌଣସି ବ୍ୟଞ୍ଜନ ତିଆରି କରିବା ସମୟରେ ଏହାକୁ ଖାଲି ନ ଭାଜି ସେଥିରେ ଅଳ୍ପ ବେସନ, ଚୂନାଚୂନା କଟା ପିଆଜ ଓ କଞ୍ଚାଲଙ୍କା ଗୋଳାଇ ଭାଜନ୍ତୁ । ଦେଖିବେ ଏହା ଅଧିକ ସ୍ୱାଦଯୁକ୍ତ ହେବ ।

ଫୁଲକୋବିରୁ ପୋକ ବାହାର କରିବା ପାଇଁ ଏହାକୁ ଛୋଟ ଛୋଟ ଆକାରରେ କାଟି ନଖ ଉଷୁମ ହଳଦୀ ପାଣିରେ ପକାନ୍ତୁ । ଯଦି ଏଥିରେ କୌଣସି ପୋକ ଥିବ ତେବେ ବାହାରି ଯିବେ ।
କଲରାର ପିତା ଅଂଶକୁ କମାଇବାକୁ ଚାହୁଁଥିଲେ ପ୍ରଥମେ ହଳଦୀ ଓ ଲୁଣ ପାଣିରେ କଲରାକୁ ଅଳ୍ପ ଶିଝାଇ ସେ ପାଣିକୁ କାଢ଼ି ଦିଅନ୍ତୁ । ବର୍ତ୍ତମାନ ତେଲ ଗରମ କରି କଲରାକୁ ଭଲ ଭାବେ ଭାଜନ୍ତୁ ।

ଭଜା ଶେଷରେ ଅଳ୍ପ ଜିରା ଲଙ୍କାଗୁଣ୍ଡ ଛିଞ୍ଚି ଦିଅନ୍ତୁ।
ଭେଣ୍ଡିରେ ଲାଳୁଆ ଅଂଶ କମାଇବାକୁ ଚାହୁଁଥିଲେ, ଭାଜିବା ସମୟରେ ସେଥିରେ ଅଳ୍ପ ଲେମ୍ୱୁ ଚିପୁଡ଼ି ଦିଅନ୍ତୁ । ଦେଖିବେ ଭେଣ୍ଡି ଲାଳୁଆ ହେବନାହିଁ ଏବଂ ଭଲ ଭାବେ ଭାଜି ହୋଇଯିବ ।
ଆପଣ ଲେମ୍ବୁକୁ ଅଧିକ ଦିନ ସତେଜ ରଖିବାକୁ ଚାହୁଁଥିଲେ ଗୋଟିଏ ପାତ୍ରରେ ପାଣି ଦେଇ ସେଥିରେ ଗୋଟା ଲେମ୍ବୁକୁ ରଖି ଫ୍ରିଜ୍‍ରେ ରଖନ୍ତୁ । ଲେମ୍ବୁ ବହୁତ ଦିନ ପର୍ଯ୍ୟନ୍ତ ସତେଜ ରହିବ ।

Share

Leave a Reply

Your email address will not be published. Required fields are marked *

14 + 5 =