୯ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କଲେ ତିନି ବୃଦ୍ଧ

୯ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କଲେ ତିନି ବୃଦ୍ଧ । ଦିନ କି ଦୁଇ ଦିନ ନୁହେଁ ଦୀର୍ଘ ୨ ବର୍ଷ ଧରି ଗଣଦୁଷ୍କର୍ମ କରିଚାଲିଥିଲେ ତିନି ଅଭିଯୁକ୍ତ । ମୁମ୍ବାଇର ଅପନଗର ଭାଣ୍ଡୁପ ଅଞ୍ଚଳରେ ଘଟିଛି ଏହି ଲଜ୍ଜା ଜନକ ଘଟଣା । ତିନି ବୃଦ୍ଧଙ୍କ ବୟସ ୬୦ରୁ ୬୫ ବର୍ଷ ହୋଇଥିବା ବେଳେ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି ୨ଜଣଙ୍କୁ ଗିରଫ କରିଛି ପୋଲିସ। ପୀଡିତାଙ୍କ ବାପା ଅନ୍ୟ ଜଣଙ୍କୁ ବିବାହ କରିବା ପରେ ତାଙ୍କ ମାଆ ଅଲଗା ରହୁଥିଲେ ।

ତେଣୁ ସେ ତାଙ୍କ ୯ ବର୍ଷର ଝିଅକୁ ସମ୍ପର୍କୀୟ ଜେଜେ ମାଆଙ୍କ ନିକଟରେ ଛାଡି ଦେଇଥିଲେ । ତେବେ ଜେଜେ ମାଆଙ୍କ ଘର ନଥିବାରୁ ଜଣେ ଅଭିଯୁକ୍ତ ରହିବା ପାଇଁ ଏକ ଘର ଦେଇଥିଲା । ଏହାପରେ ଅନେକ ସମୟରେ ସେଠାକୁ ଆସି ଜେଜେମା ଘରେ ନଥିବାର ସୁଯୋଗ ନେଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା । ଏହାପରେ ଗତ ଦୁଇ ବର୍ଷ ଧରି ତିନିଜଣ ବୃଦ୍ଧ ନାବାଳିକାକୁ ଗଣ ଦୁଷ୍କର୍ମ କରିବା ସହ କାହାରିକୁ ଏ ବିଷୟରେ ନକହିବାକୁ ମଧ୍ୟ ତାଗିତ୍ କରିଥିଲେ । ତେବେ ଦିନକୁ ଦିନ ନାବାଳିକାର ସ୍ବାସ୍ଥ୍ୟ ବିଗିଡାବାରୁ ଏକ ସାମାଜିକ ସଂଗଠନର ମହିଳା ତାଙ୍କୁ ଏକ ଆଶ୍ରମକୁ ନେଇଯାଇଥିଲେ । ଏହାପରେ ସେଠାରେ ୨ଜଣ ବୃଦ୍ଧ ପହଞ୍ଚି ନାବାଳିକାକୁ ନେବା ପାଇଁ କହିଥିଲେ । କିନ୍ତୁ ଦୁଇ ଅଭିଯୁକ୍ତଙ୍କୁ ବ୍ୟବହାର ସନ୍ଦେହ କରି ନାବାଳିକାକୁ ଛାଡିନଥିଲେ ସଂଗଠନର ମହିଳା ।

Share

Leave a Reply

Your email address will not be published. Required fields are marked *

16 − fourteen =