Business

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଫସଲ ବୀମା ସପ୍ତାହକୁ ପାଳନ ସହ ଏବିଆଇ ଜେନେରାଲ ଇନସ୍ୟୁରାନ୍ସ ପକ୍ଷରୁ ଆଗାମୀ ରବି ଫସଲ (୨୦୨୫-୨୬) ପାଇଁ ଚାଷୀ ସଚେତନତାକୁ ସୁଦୃଢ଼ କରୁଛି

ଭୁବନେଶ୍ୱର : ଭାରତର ଅଗ୍ରଣୀ ସାଧାରଣ ବୀମା କମ୍ପାନୀଗୁଡ଼ିକ ମଧ୍ୟରୁ ଅନ୍ୟତମ, ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିୱାଇ) ଅଧୀନରେ ଆୟୋଜିତ ଆଗାମୀ ଫସଲ ବୀମା ସପ୍ତାହରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ପାଇଁ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ସହିତ ସହଭାଗୀ ହୋଇଛି। ଏହି ସପ୍ତାହର ଲକ୍ଷ୍ୟ ହେଉଛି ଫସଲ ବୀମାର ଗୁରୁତ୍ୱ ବିଷୟରେ କୃଷକମାନଙ୍କର ସଚେତନତା ବୃଦ୍ଧି କରିବା ଏବଂ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରିବା, ଯାହା ଦ୍ୱାରା ସେମାନେ ସେମାନଙ୍କର କୃଷି ଜୀବିକା ସୁରକ୍ଷିତ କରିପାରିବେ।
ଏହି ପଦକ୍ଷେପ ଅଧୀନରେ, କମ୍ପାନୀ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ଆସାମ ଏବଂ ତାମିଲନାଡୁର ବିଭିନ୍ନ ଜିଲ୍ଲାଗୁଡ଼ିକରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକଳାପ ଆୟୋଜନ କରିବ। କୃଷକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏବଂ ଫସଲ ବୀମା ଯୋଜନାର ବୈଶିଷ୍ଟ୍ୟ, କଭରେଜ୍ ବିବରଣୀ, ନାମଲେଖା ନିୟମ ଏବଂ ଦାବି ପ୍ରକ୍ରିୟା ବିଷୟରେ ସେମାନଙ୍କୁ ଶିକ୍ଷା ଦେବା ପାଇଁ ବ୍ୟାପକ କାର୍ଯ୍ୟକଳାପ ଆୟୋଜନ ଯୋଜନା କରାଯାଇଛି। ଏଥିରେ ଫସଲ ବୀମା ସ୍କୁଲ, ଚାଷୀ କର୍ମଶାଳା, ଚାଷୀ ମେଳା ଏବଂ ମହିଳା ଚାଷୀଙ୍କ ଉପରେ କେନ୍ଦ୍ରିତ ସ୍ୱତନ୍ତ୍ର ନାମଲେଖା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ରହିବ।
ଚାଷୀମାନଙ୍କ ମଧ୍ୟରେ ସଚେତନତାକୁ ଆହୁରି ସୁଦୃଢ଼ କରିବା ପାଇଁ, ଏସବିଆଇ ଜେନେରାଲ୍ ଇନସ୍ୟୁରାନ୍ସ ସ୍ଥାନୀୟ କାର୍ଯ୍ୟକ୍ରମ ଯେପରିକି ଘରକୁ ଘର ଅଭିଯାନ, ସ୍କୁଲ ଏବଂ କଲେଜରେ ଶିକ୍ଷାଗତ କାର୍ଯ୍ୟକଳାପ, ବାଇକ୍ ରାଲି, ଡଙ୍ଗା ପ୍ରଚାର, ପଥପ୍ରାନ୍ତ ନାଟକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା। ଗ୍ରାମ, ବ୍ଲକ ଏବଂ ଜିଲ୍ଲା ସ୍ତରରେ ପ୍ରଚାର ବୃଦ୍ଧି କରିବା ପାଇଁ ପାମ୍ଫଲେଟ୍‌, ବାରମ୍ବାର ପଚାରା ଯାଉଥିବା ପ୍ରଶ୍ନ (ଏଫ୍‌ଏକ୍ୟୁ) ପାଇଁ ବିଲବୋର୍ଡ, ବ୍ୟାନର ଏବଂ ପୋଷ୍ଟର ମାଧ୍ୟମରେ ବ୍ୟାପକ ବାହ୍ୟ ବିଜ୍ଞାପନ ମଧ୍ୟ କରାଯିବ।
ଭୂମିଗତ କାର୍ଯ୍ୟକଳାପ ସହିତ, ଆଞ୍ଚଳିକ ଭାଷାରେ ଏକ ଦୃଢ଼ ଡିଜିଟାଲ୍ ଏବଂ ସାମାଜିକ ଗଣମାଧ୍ୟମ ଅଭିଯାନ ମଧ୍ୟ ଏହି ପଦକ୍ଷେପର ପ୍ରଭାବକୁ ବୃଦ୍ଧି କରିବ।
ଏହି ପ୍ରୟାସ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରି, ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ଝା କହିଛନ୍ତି, “ଏସବିଆଇ ଜେନେରାଲ ଇନସ୍ୟୁରାନ୍ସରେ, ଆମର ଉଦ୍ଦେଶ୍ୟ ସର୍ବଦା ଭାରତର ଚାଷୀଙ୍କ ଶକ୍ତି ଏବଂ ପ୍ରଗତିକୁ ସମର୍ଥନ କରିବା। ଚାଷୀମାନେ ଆମ ଅର୍ଥନୀତିର ମେରୁଦଣ୍ଡ, ଏବଂ ସେମାନଙ୍କୁ ସମର୍ଥନ କରିବା ଆମର କର୍ତ୍ତବ୍ୟର ଅଂଶବିଶେଷ।
ଫସଲ ବୀମା ସପ୍ତାହ ଆମକୁ କୃଷକମାନଙ୍କ ସହିତ ଅଧିକ ନିକଟତର ହେବା, ଯୋଜନାର ବୁଝାମଣାକୁ ସରଳ କରିବା ଏବଂ ସେମାନଙ୍କ ପାଇଁ ଉପଲବ୍ଧ ସୁରକ୍ଷା ବିଷୟରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ପ୍ରଦାନ କରେ। ସରକାରୀ ସଂସ୍ଥା ଏବଂ ଅନୁଷ୍ଠାନିକ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରି, ଆମେ ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖୁଛୁ ଯେ ପଞ୍ଜୀକରଣ ପ୍ରକ୍ରିୟା ସରଳ ହେବ ଓ ଭୂମିଗତ କାର୍ଯ୍ୟାନ୍ୱୟନ ସମୟୋଚିତ ଏବଂ ପ୍ରଭାବଶାଳୀ ହେବ। ପ୍ରତିବର୍ଷ, ଆମେ ଜାତୀୟ ସ୍ତରୀୟ ପଦକ୍ଷେପଗୁଡ଼ିକରେ ଅଂଶଗ୍ରହଣ କରୁ ଯାହା ଗ୍ରାମୀଣ ଭାରତରେ ବିଶ୍ୱାସ ଗଠନ, ଆର୍ôଥକ ସୁରକ୍ଷା ବୃଦ୍ଧି ଏବଂ ସ୍ଥାୟୀ ତଥା ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରେ।”
ଏହି ଅଭିଯାନ ମାଧ୍ୟମରେ, ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ରବି ଫସଲ (୨୦୨୫-୨୬) ପାଇଁ କୃଷକମାନଙ୍କ ପାଖରେ ପହଞ୍ଚିବା ଉପରେ ଧ୍ୟାନ ଦେବ ଯାହା ଦ୍ୱାରା ପିଏମଏଫବିୱାଇର ବୈଶିଷ୍ଟ୍ୟ ଏବଂ ଲାଭ ବିଷୟରେ ସଚେତନତା ବୃଦ୍ଧି କରାଯିବ।
ଏହି ପ୍ରୟାସ ମାଧ୍ୟମରେ ଚାଷୀମାନଙ୍କୁ ସଶକ୍ତ କରିବା, କୃଷି ସ୍ଥିରତା ବୃଦ୍ଧି କରିବା ଏବଂ ସରକାରଙ୍କ ଏକ ଆତ୍ମନିର୍ଭରଶୀଳ ତଥା ସଶକ୍ତ କୃଷି କ୍ଷେତ୍ରର ଦୃଷ୍ଟିକୋଣରେ ଯୋଗଦାନ ଦେବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ଆହୁରି ମଜବୁତ କରେ।

Share

Leave a Reply

Your email address will not be published. Required fields are marked *

19 − 11 =