Business

ନେଫ୍ରୋପ୍ଲସର ଆଇପିଓ ୨୦୨୫ ଡିସେମ୍ବର ୧୦ରେ ଖୋଲିବ

ଭୁବନେଶ୍ୱର: ଏସିଆର ସର୍ବବୃହତ ଡାଏଲିସିସ ସେବା ପ୍ରଦାନକାରୀ ସଂସ୍ଥା ହାଇଦ୍ରାବାଦର ନେଫ୍ରୋପ୍ଲସର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ୨୦୨୫ ଡିସେମ୍ବର ୧୦ ବୁଧବାର ଖୋଲିବ ଓ ଡିସେମ୍ବର ୧୨ ଶୁକ୍ରବାର ବନ୍ଦ ହେବ।
ଏହି ଇସ୍ୟୁରେ କମ୍ପାନିର ଇକ୍ୱିଟି ସେୟାର ପିଛା ଦାମ ୪୩୮ ଟଙ୍କାରୁ ୪୬୦ ଟଙ୍କା ମଧ୍ୟରେ ରହିବ। ଯୋଗ୍ୟ କର୍ମଚାରୀମାନଙ୍କୁ ଇକ୍ୱିଟି ସେୟାର ପିଛା ୪୧ ଟଙ୍କାର ରିହାତି ମିଳିବ।
ଏହି ଅଫରରେ ୩୫୩.୪ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲରେ ଅଂଶଧନକାରୀମାନେ ୧,୧୨,୫୩,୧୦୨ ଇକ୍ୱିଟି ସେୟାର ବିକ୍ରି କରିବେ।
ନେଫ୍ରୋପ୍ଲସର ଉଜବେକିସ୍ତାନର ତାସକେଂଟରେ ଥିବା ୧୬୫ ଶଯ୍ୟା ବିଶିଷ୍ଟ ଡାଏଲିସିସ କ୍ଲିନିକ ହେଉଛି ବିଶ୍ୱର ସର୍ବବୃହତ ଡାଏଲିସିସ କ୍ଲିନିକ। ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ସେଥିରୁ ୧୨୯.୧ କୋଟି ଟଙ୍କାକୁ କମ୍ପାନି ଭାରତରେ ନୂଆ ଡାଏଲିସିସ କେନ୍ଦ୍ର ଖୋଲିବା ପାଇଁ କାର୍ଯ୍ୟକାରୀ ପୁଞ୍ଜି ଭାବେ ଏବଂ ୧୩୬ କୋଟି ଟଙ୍କାକୁ କେତେକ ଋଣକୁ ଆଗୁଆ ପରିଶୋଧ କରିବା ଦିଗରେ ଖର୍ଚ୍ଚ କରିବାକୁ ପ୍ରସ୍ତାବ ଦେଇଛି।
୨୦୦୯ରେ ପ୍ରତିଷ୍ଠା ହୋଇଥିବା ନେଫ୍ରୋପ୍ଲସ ହେଉଛି ଭାରତର ସର୍ବବୃହତ ସଂଗଠିତ ଡାଏଲିସିସ ନେଟୱର୍କ ଯାହାର ୨୧ଟି ରାଜ୍ୟ ଓ ୪ କେନ୍ଦ୍ର ଶାସିତ ଅଂଚଳର ୨୮୮ଟି ସହରରେ କ୍ଲିନିକ ରହିଛି। ଏହାର ବିଶ୍ୱସ୍ତରୀୟ ନେଟୱର୍କରେ ୫୧୯ଟି କ୍ଲିନିକ ଥିବା ବେଳେ ସେଥିରୁ ୫୧ଟି କ୍ଲିନିକ ଫିଲିପାଇନ୍ସ, ଉଜବେକିସ୍ତାନ ଓ ନେପାଳରେ ରହିଛି।
କମ୍ପାନି ପକ୍ଷରୁ ଗୃହ ହେମୋଡାଏଲିସିସ, ହେମୋଡିଆଫିଲଟ୍ରେସନ, ହଲିଡେ ଡାଏଲସିସ, ଡାଏଲିସିସ ଅନ କଲ, ଡାଏଲିସିସ ଅନ ହ୍ୱିଲ ସେବା ପ୍ରଦାନ କରାଯାଉଛି ଯାହା ରୋଗୀଙ୍କ ସୁବିଧା ଅନୁସାରେ ଯୋଗାଇ ଦିଆଯାଉଛି।
୨୦୨୩-୨୪ ଆର୍ôଥକ ବର୍ଷରେ ଭାରତର ଡାଏଲିସିସ ବଜାର ୮୧୮ ନିୟୁତ ଡଲାର ଥିଲା ଏବଂ ୨୦୨୯ ସୁଦ୍ଧା ତାହା ୧୯୭୯ ନିୟୁତ ଡଲାରରେ ପହଂଚିବା ଆଶା କରାଯାଉଛି।

Share

Leave a Reply

Your email address will not be published. Required fields are marked *

16 − 6 =