ସୋମବାର ଠାରୁ ଖୋଲିବ ସ୍କୁଲ୍, ସକାଳ ୬ରୁ ୯ଟା ଯାଏ ପାଠପଢ଼ା

ମେ’ ୨ରୁ ଖୋଲିବ ସ୍କୁଲ୍ । ବଦଳିଲା ପାଠପଢ଼ା ସମୟ । ଆସନ୍ତା ୨ ତାରିଖରୁ ସକାଳୁଆ ବିଦ୍ୟାଳୟ ଖୋଲିବା ନେଇ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏଥିସହ ଖରାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ପାଠପଢ଼ା ସମୟରେ ପରିବର୍ତ୍ତନ କରାଯାଇଛି । ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢ଼ା ହେବ । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ, ବୋର୍ଡ ଓ ପରିଷଦ ପରୀକ୍ଷା ଜାରି ରହିବ ।

ପ୍ରବଳ ଖରା ପାଇଁ ସରକାର ବିଦ୍ୟାଳୟକୁ ଏପ୍ରିଲ୍ ୩୦ ତାରିଖ ଯାଏ ଛୁଟି ଘୋଷଣା କରିଥିଲେ । ମେ ପହିଲାରୁ କାଳବୈଶାଖୀ ପ୍ରଭାବରେ ତାତି କମିବ । ଏହାକୁ ଦୃଷ୍ଟିରେ ରଖି ସୋମବାର ଠାରୁ ବିଦ୍ୟାଳୟରେ ପୁଣି ପାଠପଢ଼ା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଆଜି ଚଳିତବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା ୪୫.୫ ଡିଗ୍ରୀ ଟିଟିଲାଗଡ଼ରେ ରେକର୍ଡ କରାଯାଇଛି । ରାଜ୍ୟର ୯ ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି । ୨୧ ସହରର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Share

Leave a Reply

Your email address will not be published. Required fields are marked *

four + fourteen =