ମାଲକାନଗିରିରେ ବନ୍ୟା

ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ମୋଟୁ ଅଞ୍ଚଳରେ ସୁଧୁରୁନି ବନ୍ୟା ପରିସ୍ଥିତି। ୩ ଦିନ ଧରି ମୋଟୁ ଚିନ୍ତୁର ରାଜରାସ୍ତା ଜଳମଗ୍ନ ହୋଇ ରହିଛି।

ଚିନା ଗୋଦାବରୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ମୋଟୁ ଓ ଚିନ୍ତୁର ଭିତରେ ଜାତୀୟ ରାଜପଥ ଉପରେ ପାଣି ଚାଲୁଥିବାରୁ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ଠପ୍ ହୋଇଯାଇଛି। ଫଳସ୍ବରୂପ ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହନର ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ମୋଟୁ ଦେଇ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।ମାଲକାନଗିରି ଜିଲ୍ଲା ଭିତରେ ଯାତାୟାତ ସ୍ବାଭାବିକ ରହିଛ ।

ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇଛି । ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ସହ ରନ୍ଧା ଖାଦ୍ୟ ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଛି ।

Share

Leave a Reply

Your email address will not be published. Required fields are marked *

15 + 6 =