ଆଜି ଆଂଶିକ ସୂର୍ଯ୍ୟୋପରାଗ, ସଂଧ୍ୟା 6 ଟା 26ରେ ସର୍ବମୋକ୍ଷ

ଆଜି ଆଂଶିକ ତଥା ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ । ଅପରାହ୍ନ 4ଟା 56 ମିନିଟରେ ପରାଗ ଆରମ୍ଭ ହେବ ଏବଂ ସଂଧ୍ୟା 6ଟା 26 ମିନିଟରେ ସର୍ବମୋକ୍ଷ ହେବ ।

ଆଂଶିକ ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ଭୋର 4 ଟା 56 ମିନିଟରୁ ଦେବନୀତି ଶେଷ କରାଯାଇଛି । ଏଥିସହିତ ପାକ ନିଷେଧ କରାଯାଇଛି । ବିଭିନ୍ନ ଦେବପୀଠରେ ପରାଗ ପାଇଁ ସ୍ବତନ୍ତ୍ର ରୀତିନୀତି କରାଯାଇଛି । ଅନେକ ସ୍ଥାନରେ ଦେବପୀଠ ବନ୍ଦ ରହିଛି ।

ସୂର୍ଯ୍ୟୋପରାଗ ସମୟରେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ନ ଦେଖିବା ପାଇଁ ବୈଜ୍ଞାନିକମାନେ ବାରଣ କରିଛନ୍ତି ।

ଆଜିର ସୂର୍ଯ୍ୟପରାଗ ଚଳିତ ବର୍ଷର ଅନ୍ତିମ ପରାଗ । 15 ଦିନ ପରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ଅନୁଷ୍ଠିତ ହେବ ।

Share

Leave a Reply

Your email address will not be published. Required fields are marked *

19 − sixteen =