କେବଳ ଦୀପାବଳିରେ ଖୋଲେ ଏହି ମନ୍ଦିର

ଭାରତରେ ଏପରି କିଛି ସ୍ଥାନ ରହିଛି ଯାହା ତାର ମହତ୍ତ୍ୱ ଏବଂ ବିଶେଷତ୍ୱ ପାଇଁ ସମସ୍ତ ସ୍ଥାନ ଠାରୁ ସ୍ୱତନ୍ତ୍ର ହୋଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଭରତରେ ଥିବା ଏପରି ଏକ ସ୍ଥାନ ବିଷୟରେ , ଯେଉଁଠାରେ ଜଣେ ଭକ୍ତ ତାର ମନସ୍କାମନା ପୂର୍ଣ୍ଣ ପାଇଁ ଭଗବାନଙ୍କ ନିକଟକୁ ଚିଠି ଲେଖେ । କିନ୍ତୁ ଏହି ଚିଠି ସବୁବେଳେ ନୁହେଁ,ବରଂ ମାତ୍ର ଗୋଟିଏ ଦିନ ହିଁ ଖୋଲା ହୁଏ । କାରଣ ଏହା ବର୍ଷକ ୧୨ ମାସ ୩୬୫ ଦିନ ମଧ୍ୟରୁ ଗୋଟିଏ ଦିନରେ ହିଁ ଖୋଲା ହିଏ । ତେବେ ଏପରି କାହିଁ ହୁଏ ଆସନ୍ତୁ ଜାଣିବା ।

ଆଗକୁ ଦୀପାବଳି ଥିବାବେଳେ ସାରା ଦେଶ ଏହାକୁ ଖୁବ ଧୁମଧାମରେ ପାଳନ କରିବ । ଏହି ଦୀପାବଳି ଦିନ ପୂଜା ଅର୍ଚ୍ଚନା କରିବାର ଅନେକ ମହତ୍ତ୍ୱ ରହିଥାଏ । ତେବେ ଦଶରେ ଏପରି ଏକ ମନ୍ଦିର ଅଛି ଯାହାକି କେବଳ ଦୀପାବଳି ଦିନ ହିଁ ଖୋଲାଯାଇଥାଏ । ଏହାପରେ କିଛି ଦନ ଭକ୍ତ ଭଗବାନଙ୍କୁ ଦର୍ଶନ କରିବା ପରେ ଏହା ପୁଣି ଏକ ବର୍ଷ ପାଇଁ ବନ୍ଦ ରୁହେ । ତେବେ ଏହି ମନ୍ଦିରର ନାଁ ‘ହସନମ୍ବା ମନ୍ଦିର’ , ଯେଉଁଠାରେ ‘ଯୋଗେଶ୍ୱରୀ’ ଦେବୀମାଆଙ୍କୁ ପୂଜା କରାଯାଇଥାଏ । ତେବେ ଏହି ମନ୍ଦିର ବାଙ୍ଗାଲୁରସ୍ଥିତ ହାସନ ସହରରେ ଅବସ୍ଥିତ । ତେବେ ଏହି ମନ୍ଦିରରେ ଭକ୍ତମାନେ ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଭଗବାନଙ୍କ ନିକଟକୁ ଚିଠି ଲେଖିଥାନ୍ତି ।

ପୌରାଣିକ କଥା: ହସନମ୍ବା ମନ୍ଦିର ବହୁତ ପ୍ରାଚୀନ ହୋଇଥିବା ବେଳେ ଏହାର ଅନେକ ପୌରାଣିକ କଥା ମଧ୍ୟ ରହିଛି । ତେବେ ଏଠାକାର ଲୋକଙ୍କ ବିଶ୍ୱାସ ଏବଂ ପୌରାଣିକ ବିଶ୍ୱାସ ଅନୁଯାୟୀ ଆନ୍ଧକାସୁର ନାମକ ଏକ ରାକ୍ଷସ ଭଗବାନ ବ୍ରହ୍ମାଙ୍କଠାରୁ ଅଦୃଶ୍ୟ ହେବାର ବରଦାନ ପାଇଥିଲେ । ଯାହାପରେ ସେ ପୃଥିବେ ଅନେକ ଅତ୍ୟାଚାର କରିଥିଲା । ତେବେ ମହାଦେବ ଏହି ରାକ୍ଷସକୁ ଧ୍ୱଂସ କରିବା ପାଇଁ ଯୋଗେଶ୍ୱରୀ ଦେବୀଙ୍କୁ ସୃଷ୍ଟି କରିଥିଲେ । ଯାହାକି ଏହି ହସନମ୍ବା ମନ୍ଦିରରେ ପୂଜା ପାଉଛନ୍ତି ।

ମନ୍ଦିରର ଚମତ୍କାରିତା: ବିଶ୍ୱାସ କରାଯାଏ ଯେ ହସନମ୍ବା ମନ୍ଦିରେ ଥରେ ଗୋଟେ ଚୋର ଚୋରି କରିବାକୁ ଆସିଥିବାବେଳେ ମାଙ୍କ କୋପ ଦୃଷ୍ଟି କାରଣରୁ ସେ ପଥରରେ ପରିଣତ ହୋଇଯାଇଥିଲା । ତେବେ ଏଠାକାର ଲୋକଙ୍କ ବିଶ୍ୱାସ ଅନୁଯାୟୀ ସେହି ପଥର ପ୍ରତି ବର୍ଷ ଏକ ଇଞ୍ଚ ଆଗକୁ ଗତି କରିଥାଏ । ତେବେ କଳୀ ଯୁଗ ଶେଷ ସୁଦ୍ଧା ଏହି ପଥର ଦେବୀଙ୍କ ପାଦରେ ପହଞ୍ଚିବ ବୋଲି ବିଶ୍ୱାସ କରାଯାଏ । ଏହି ହସନମ୍ବା ମନ୍ଦିର ଫାଟକ ବାଲିପଦ୍ଧମୀ ଦିନ ଠାରୁ ଦୀପାବଳୀ ପର୍ଯ୍ୟନ୍ତ ବନ୍ଦ ରହିଥାଏ । ତେବେ ଏହି ମନ୍ଦିର ବନ୍ଦ ହେବା ପୂର୍ବରୁ ଏଠାରେ ଏକ ଘିଅ ଦୀପ ଜଳାଯାଇ ମା’ଙ୍କୁ ଫୁଲ ଅର୍ପଣ କରାଯାଏ । ଯେତେବେଳେ ଏକ ବର୍ଷ ପରେ ଦୀପାବଳି ଦିନ କବାଟ ଖୋଲାଯାଏ, ସେତେବେଳେ ମନ୍ଦିରରେ ଦୀପ ପ୍ରଜ୍ୱଳିତ ଥିବା ସହ ଫୁଲଗୁଡ଼ିକ ସତେଜ ଦେଖାଯାଏ ଗେଖାଯାଏ ବୋଲି ଭକ୍ତଙ୍କର ଅନେକ ବିଶ୍ୱାସ ରହିଛି । ତେବେ ଏପରି ଏହିପରି ଘଟଣା ଘଟିବା ଅସ୍ୱାଭାବିକ ହୋଇଥିବା ବେଳେ ଏହା ଦେବୀ ମାଆଙ୍କ ମହୀମା ବୋଲି କୁହାଯାଇଥାଏ ।

Share

Leave a Reply

Your email address will not be published. Required fields are marked *

9 + nine =