ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମିଳିଲା ଜାମିନ

ଠକ ସୁକେଶ ଚନ୍ଦ୍ରଶେଖର ସହ ଜଡ଼ିତ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଦୁଇ ଲକ୍ଷ ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ମିଳିଛି । ଏହି ୩୮ ବର୍ଷୀୟା ଅଭିନେତ୍ରୀଙ୍କୁ ଜାମିନର ସମସ୍ତ ସର୍ତ୍ତ ମାନିବାକୁ ପଡ଼ିବ। ସୁକେଶ ଚନ୍ଦ୍ରଶେଖରଙ୍କ କଳା କାରନାମା ବିଷୟରେ ଅବଗତ ଥିଲେ ମଧ୍ୟ ସେ ତାଙ୍କ ଠାରୁ ଦାମୀ ଉପହାର ନେଉଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହି ମାମଲାରେ ଇଡି ଜ୍ୟାକଲିନଙ୍କୁ ଅନ୍ୟତମ ଅଭିଯୁକ୍ତ ଭାବେ ନାମିତ କରିଥିଲା।

ନଭେମ୍ବର ୧୦ ରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅନ୍ତରୀଣ ଜାମିନ ଅବଧି ଶେଷ ହୋଇଥିଲା। ତେବେ କୋର୍ଟ ତାଙ୍କ ଅନ୍ତରୀଣ ସୁରକ୍ଷାକୁ ନଭେମ୍ବର ୧୪ ପର୍ଯ୍ୟନ୍ତ ବଢ଼ାଇଥିଲେ । ତାଙ୍କ ଜାମିନ ଆବେଦନ ଉପରେ ନଭେମ୍ବର ୧୧ରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ।

Share

Leave a Reply

Your email address will not be published. Required fields are marked *

16 − 8 =