ଇସ୍ପୋର୍ଟସ୍ କ୍ଷେତ୍ରରେ ପ୍ରବେଶ କଲା ୱି; ଗ୍ରାହକଙ୍କୁ ଇ-ସ୍ପୋର୍ଟସ୍ ଟୁର୍ଣ୍ଣାମେଂଟ୍ ଖେଳିବା ସୁଯୋଗ ପ୍ରଦାନ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଟେଲିକମ୍ ଅପରେଟର୍ ଭୋଡାଫୋନ୍ ଆଇଡିଆ (ୱି) ପକ୍ଷରୁ ୱି ଗେମ୍‌ସକୁ ସଫଳତାର ସହ ଶୁଭାରମ୍ଭ କରିବା ପରେ ମୋବାଇଲ୍ ଗେମିଂ କାଟେଲଗ୍‌କୁୁ ଇସ୍ପୋର୍ଟ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ଏଥିପାଇଁ କଂପାନି ଇସ୍ପୋର୍ଟସ୍ ଷ୍ଟାର୍ଟଅପ୍ ଗେମର୍‌ଜୀ ସହିତ ସହଯୋଗିତା ସ୍ଥାପନ କରିଛି । ୱି ଆପ୍‌ରେ ଗ୍ରାହକମାନଙ୍କ ଲାଗି ୱି ଗେମ୍‌ସ ଅଧୀନରେ ଇ-ସ୍ପୋର୍ଟସ୍ ପ୍ଲାଟ୍‌ଫର୍ମର ଶୁଭାରମ୍ଭ କରାଯାଇଛି ।
ଗେମର୍‌ଜୀ ସହିତ ମିଶି ୱି ଗେମ୍‌ସ ପକ୍ଷରୁ ବିଭିନ୍ନ ବର୍ଗ ଯଥା ବ୍ୟାଟେଲ୍‌, ରୟାଲେ, ରେସିଂ, କ୍ରିକେଟ୍‌, ଆକ୍ସନ୍ ରୋଲ୍ ପ୍ଲେଇଂ ଆଦିରେ ଇସ୍ପୋର୍ଟସ୍ ଗେମ୍ ଆୟୋଜନ କରାଯିବ । ଗେମିଂ ପ୍ରେମୀଙ୍କ ପାଇଁ ୱି ଆପ୍‌କୁ ପସନ୍ଦର ସ୍ଥାନରେ ପରିଣତ କରିବା ଲାଗି ଏହି ପ୍ଲାଟ୍‌ଫର୍ମରେ ଲୋକପ୍ରିୟ ଇ-ସ୍ପୋର୍ଟସ୍ ଟାଇଟଲ୍ ଯଥା ନିଉ ଷ୍ଟେଟ୍‌, ଫ୍ରି ଫାୟାର କଲ୍ ଅଫ୍ ଡ୍ୟୁଟି ମୋବାଇଲ୍‌, ୱାର୍ଲଡ୍ କ୍ରିକେଟ୍ ଚାମ୍ପିଆନ୍‌ସିପ୍ ୩, ଆସ୍‌ଫାଲ୍‌ଟ୯, କ୍ଲାସ୍ ରୟାଲ୍ ଆଦିର ଶୁଭାରମ୍ଭ କରାଯାଇଛି ଏବଂ ଆଗାମୀ ଦିନରେ ଆହୁରି ଅଧିକ ଗେମ୍ ଯୋଡ଼ାଯିବ ।
ଗତ କିଛି ବର୍ଷ ଭିତରେ ଭାରତ ଇସ୍ପୋର୍ଟସ୍‌ର ହବ୍‌ରେ ପରିଣତ ହୋଇଛି । ଫିକି-ଇୱାଇର ମିଡିଆ ଓ ମନୋରଂଜନ ରିପୋର୍ଟ ୨୦୨୨ ଅନୁସାରେ ଇସ୍ପୋର୍ଟସ୍ ଖେଳାଳିଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇ ୨୦୨୦ର ତିନି ଲକ୍ଷରୁ ବୃଦ୍ଧି ପାଇ ୨୦୨୧ରେ ଛଅ ଲକ୍ଷ ହୋଇଛି । ଦେଶର ଇସ୍ପୋର୍ଟସ୍ ଶିଳ୍ପ ୪୬% ହାରରେ ବୃଦ୍ଧି ପାଉଥିବା ବେଳେ ୨୦୨୫ ସୁଦ୍ଧା ତାହା ୧୧ ବିଲିଅନ୍ ଡଲାରରେ ପରିଣତ ହେବ । ସେହି ସମୟ ଭିତରେ ଗେମିଂ କ୍ଷେତ୍ର ୧୦୦ ବିଲିଅନ ଡଲାରର ଅର୍ଥନୈତିକ ମୂଲ୍ୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।
ଏହି ଅବସରରେ ୱିର ସିଏମ୍‌ଓ ଅବନୀଶ ଖୋସ୍‌ଲା କହିଛନ୍ତି ଯେ, “ବର୍ଦ୍ଧିତ ସୁଲଭ ସ୍ମାର୍ଟଫୋନ୍ ଓ ହାଇ ସ୍ପିଡ୍ ଡାଟା ଯୋଗୁ ଭାରତରେ ମୋବାଇଲ୍ ଗେମିଂର ଲୋକପ୍ରିୟତାରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି । ଭାରତରେ ୫ଜି ସହ ଗେମିଂ ଶିଳ୍ପରେ ବହୁ ଗୁଣା ବୃଦ୍ଧି ଘଟିବ । ଡିଜିଟାଲ୍ ଯୁଗରେ ୱିର କନ୍‌ଟେଂଟ୍ ରଣନୀତିରେ ମୋବାଇଲ୍ ଗେମିଂ ଏକ ପ୍ରମୁଖ ଗୁରୁତ୍ୱର କ୍ଷେତ୍ର । ସମସ୍ତ ଗେମିଂ ପ୍ରେମୀଙ୍କ ପାଇଁ ୱି ଆପ୍‌କୁ ପସନ୍ଦର ସ୍ଥଳରେ ପରିଣତ କରିବା ଦିଗରେ ଆମ ଗେମିଂ କାଟେଲଗ୍‌ରେ ଇସ୍ପୋର୍ଟସ୍‌କୁ ଯୋଡ଼ିବା ଏକ ସ୍ୱାଭାବିକ ପ୍ରଗତି । ଆମର ବିଶ୍ୱାସ ରହିଛି ଯେ ଏହି ନୂଆ ସେବା ଗେମିଂ ପ୍ରେମୀ ବିଶେଷ କରି ଯୁବବର୍ଗଙ୍କ ମନକୁ ଛୁଇଁବ । ‘’
ଗେମରଜୀର ପ୍ରତିଷ୍ଠାତା ଓ ସିଇଓ ସୋହମ ଠକର କହିଛନ୍ତି ଯେ, “ଭାରତରେ ଅଭିଳାଷପୂର୍ଣ୍ଣ ଗେମରମାନଙ୍କୁ ଶ୍ରେଷ୍ଠ ଅନଲାଇନ୍ ଟୁର୍ଣ୍ଣାମେଂଟ୍ ଅନୁଭୂତି ପ୍ରଦାନ କରିବା ଓ ନିଜ ଦକ୍ଷତା ପ୍ରଦର୍ଶନ କରିବାରେ ସହାୟକ ହେବା ଲାଗି ଗେମରଜୀ ସର୍ବଦା ପ୍ରୟାସ କରିଥାଏ । ୱି ସହିତ ଆମର ସହଯୋଗିତା ଆମକୁ ୱି ଆପ୍ ଜରିଆରେ ବୃହତ ଗେମିଂ ସମ୍ପ୍ରଦାୟକୁ ଅନୁଭୂତି ପ୍ରଦାନ କରିବା ଏବଂ ଦେଶରେ ପ୍ରାଥମିକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ସ୍ପୋର୍ଟସ୍‌ରେ ଇସ୍ପୋର୍ଟସ୍‌କୁ ପ୍ରତିଷ୍ଠା କରିବା ପାଇଁ ଆମକୁ ସକ୍ଷମ କରିବ ।’’

Share

Leave a Reply

Your email address will not be published. Required fields are marked *

three − two =