ଭୀଷଣ କାଳବୈଶାଖୀ ପରେ ଟିପିସିଓଡିଏଲ୍ ପକ୍ଷରୁ କଟକରେ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବାକୁ ଦ୍ରୁତ ପ୍ରୟାସ

କଟକ, ୨୧ ମେ’ ୨୦୨୩: ମେ’ ୧୯ରେ ଘଟିଥିବା ଭୀଷଣ କାଳବୈଶାଖୀ ଝଡ଼ରେ କଟକରେ ବିଦ୍ୟୁତ୍ ଭିତିଭୂମି ବ୍ୟାପକ ଭାବେ ନଷ୍ଟ ହୋଇ ପ୍ରଭାବିତ ହେବା ପରେ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ କଂପାନି ଲିମିଟେଡ୍ (ଟିପିସିଓଡିଏଲ୍‌) ଦ୍ରୁତ ପଦକ୍ଷେପ ଗ୍ରହଣ କରିଥିଲା । ଗଛ ପଡ଼ିବା ଯୋଗୁଁ ଶତାଧିକ ବିଦ୍ୟୁତ୍ ଖୁଂଟ ଭାଙ୍ଗିଯାଇଥିବା ବେଳେ ଟିପିସିଓଡିଏଲ୍‌ର ଉତ୍ସର୍ଗୀକୃତ କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି ପ୍ରଭାବିତ ଅଂଚଳରେ ବିଦ୍ୟୁତ୍ ଯୋଗାଣକୁ ସ୍ୱାଭାବିକ କରିଥିଲେ ।

ଶକ୍ତିଶାଳୀ ଝଡ଼ ସହିତ ଦ୍ରୁତ ଗତିର ପବନ ଓ ପ୍ରବଳ ବର୍ଷାରେ କଟକରେ ବ୍ୟାପକ ବିଦ୍ୟୁତ୍ ବିଭ୍ରାଟ ଦେଖାଦେଇଥିଲା ଯାହା ଫଳରେ କଟକ ସହରର ବାସିନ୍ଦାମାନଙ୍କୁ ଅସୁବିଧା ଭୋଗିବାକୁ ପଡ଼ିଥିଲା । ମାତ୍ର ଟିପିସିଓଡିଏଲ୍‌ର ତ୍ୱରିତ ଓ ପ୍ରଭାବୀ ପଦକ୍ଷେପ ପାଇଁ ଶୁକ୍ରବାର ରାତିରେ ହିଁ କଟକ ସହରରେ ବିଦ୍ୟୁତ୍ ଯୋଗାଣକୁ ସୁନିଶ୍ଚିତ କରାଯାଇପାରିଥିଲା ଯାହା କଟକର ପ୍ରଭାବିତ ବାସିନ୍ଦାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଥିଲା ।

ଏହା ପରେ ପୁନରୁଦ୍ଧାର କାର୍ଯ୍ୟକୁ ନିକଟସ୍ଥ ଅଂଚଳକୁ ସମ୍ପ୍ରସାରଣ କରାଯାଇ ୨୦୨୩ ମେ’ ୨୦ ସୁଦ୍ଧା ବିଦ୍ୟୁତ୍ ଯୋଗାଣକୁ ସମ୍ପୂର୍ଣ୍ଣ ସ୍ୱାଭାବିକ କରାଯାଇଥିଲା ।

ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ କୁଶଳୀ କର୍ମଚାରୀ ମୂତୟନ କରାଯାଇଥିଲା ଯେଉଁମାନେ ଅସାଧାରଣ ଉତ୍ସର୍ଗୀକୃତ ମନୋଭାବ ଓ ବିଶେଷତା ପ୍ରଦର୍ଶନ କରି ଭାଙ୍ଗି ଯାଇଥିବା ଗଛ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ମୁକାବିଲା କରିଥିଲେ ।

ଉଚ୍ଚ ମାନର ଉପକରଣ ଓ ସମ୍ବଳର ବ୍ୟବହାର ବିଦ୍ୟୁତ୍ ଯୋଗାଣକୁ ପ୍ରଭାବଶାଳୀ ଢଙ୍ଗରେ ସ୍ୱାଭାବିକ କରିବାରେ ଆହୁରି ସହଯୋଗ କରିଥିଲା ।

“ଏହି ଆହ୍ୱାନପୂର୍ଣ୍ଣ ସମୟରେ ନିଜର ସହଯୋଗ ଓ ସମର୍ଥନ ପ୍ରଦାନ କରିଥିବା ବିଦ୍ୟୁତ୍ ଗ୍ରାହକମାନଙ୍କୁ ଟିପିସିଓଡିଏଲ୍ ହୃଦୟରୁ କୃତଜ୍ଞତା ଜଣାଉଛି । ସେମାନଙ୍କ ବୁଝିବା ଶକ୍ତି ଓ ସହଯୋଗ, ମରାମତି କାର୍ଯ୍ୟରେ ବିଶେଷ ସହାୟକ ହୋଇଥିଲା ଯାହା ଫଳରେ କଟକରେ ବିଦ୍ୟୁତ୍ ଭିତିଭୂମିର ଦ୍ରୁତ ପୁନରୁଦ୍ଧାର ସମ୍ଭବ ହୋଇପାରିଥିଲା ବୋଲି ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଏମ୍ ସେନ୍‌ବାଗମ୍ କହିଛନ୍ତି ।’’

ଏକ ଭରସାଯୋଗ୍ୟ ଓ ଦୀର୍ଘସ୍ଥାୟୀ ବିଦ୍ୟୁତ୍ ବଂଟନ ନେଟ୍‌ୱର୍କକୁ ବଜାୟ ରଖିବା ସହ ଏହା ସେବା ପ୍ରଦାନ କରୁଥିବା ସମାଜକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ଲାଗି କଂପାନି ପ୍ରତିବଦ୍ଧ ରହିଛି । 

Share

Leave a Reply

Your email address will not be published. Required fields are marked *

12 + 1 =