ଟାଟା ଏଆଇଏ ପକ୍ଷରୁ ଏହାର ପ୍ରଥମ ହିନ୍ଦୀ ୱେବସାଇଟ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଜୀବନ ବୀମା ସଂସ୍ଥା ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସ କଂପାନି ଲିମିଟେଡ୍ ପକ୍ଷରୁ ଏହାର ସର୍ବପ୍ରଥମ ହିନ୍ଦୀ ୱେବସାଇଟ୍‌ର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନ ସହିତ ଗ୍ରାମୀଣ ଭାରତରେ ନିଜର ଉପସ୍ଥିତିକୁ ସୁଦୃଢ଼ କରିବା ଏବଂ ଗ୍ରାହକମାନଙ୍କୁ ଏଭଳି ଏକ ୱେବସାଇଟ୍ ପ୍ରଦାନ କରିବା ଯହା ଜୀବନ ବୀମାର ଲାଭକୁ ଗ୍ରାହକମାନଙ୍କୁ ସେମାନଙ୍କ ପସନ୍ଦର ଭାଷାରେ ବୁଝାଇବା ଲାଗି ଟାଟା ଏଆଇଏ ଲକ୍ଷ୍ୟ ରଖିଛି ।
ଟାଟା ଏଆଇଏର ଏହି ହିନ୍ଦୀ ଇଟଂରଫେସ୍ ହେଉଛି ଏକ ବ୍ୟାପକ ୱେବ୍‌ସାଇଟ୍ (ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍ଗଙ୍ଗଙ୍ଗ.ଗ୍ଧବଗ୍ଧବବସବ.ମକ୍ଟଜ୍ଞ/ଷସ-ସଦ୍ଭ/ଷକ୍ଟଜ୍ଞରକ୍ଟ୍ରବଶର.ଷଗ୍ଧଜ୍ଞକ୍ଷ) ଯାହା କଂପାନି ବିଷୟରେ ସୂଚନା, ଏହାର ସମାଧାନ, ବ୍ଲଗ୍ ଆକାରରେ ବିଷୟବସ୍ତୁ ଆଦି ପ୍ରଦାନ କରୁଛି । ପ୍ରିମିୟମ୍ ପେମେଂଟ୍ କରିବା, ଉତ୍ପାଦ କିଣିବା କାର୍ଯ୍ୟ ସମ୍ପାଦନ କରିବା ଏବଂ ନିଜ ସୁବିଧାରେ ଓ ଆରାମରେ ଘରେ ରହି ଗୋଟିଏ କ୍ଲିକ୍‌ରେ ପ୍ରଶ୍ନର ସମାଧାନ କରିବା ଦିଗରେ ଏହା ଗ୍ରାହକମାନଙ୍କୁ ସଶକ୍ତ କରିଛି ।
ବିଷୟବସ୍ତୁ ସଠିକ୍ ଢଙ୍ଗରେ ଅନୁବାଦ ହୋଇଥିବା ଓ ଲୋକମାନେ ତାହାକୁ ଯେଭଳି ସହଜରେ ବୁଝିପାରିବେ ତାହାକୁ ନିଶ୍ଚିତ କରିବା ଲାଗି କଂପାନି ଦୁଇ ସ୍ତରର ବ୍ୟବସ୍ଥା ଗ୍ରହଣ କରି ଏହି ହିନ୍ଦୀ ୱେବସାଇଟ୍‌ର ବିକାଶ କରିଛି । ପ୍ରଥମେ ଏକ ଏଆଇ ଇଞ୍ଜିନ୍ ଜରିଆରେ ବିଷୟବସ୍ତୁର ଅନୁବାଦ କରାଯାଇଥିଲା ଏବଂ ଏହା ପରେ ଜଣେ ମାନବ ବିଶେଷଜ୍ଞଙ୍କ ଜରିଆରେ ତାହାର ସମ୍ପୂର୍ଣ୍ଣ ଅନୁଶୀଳନ କରାଯାଇଥିଲା ।
ଏହି ଅବସରରେ ଟାଟା ଏଆଇଏର ଚିଫ ମାର୍କେଟିଂ ଅଫିସର୍ (ସିଏମ୍‌ଓ) ଗିରିଶ କାଲ୍‌ରା କହିଛନ୍ତି ଯେ, “ସ୍ମାର୍ଟଫୋନ୍ ବ୍ୟବହାର ବଢ଼ିବା ପରେ ଭାରତରେ କିଛି ବର୍ଷ ଭିତରେ ଇଟଂରନେଟ୍ ବ୍ୟବହାରରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି । ଆମ ସଂସ୍ଥା ତରଫରୁ କରାଯାଇଥିବା ନିଜସ୍ୱ ଗବେଷଣାରୁ ଜଣାପଡ଼ିଛି ଯେ ଆଂଚଳିକ ଭାଷାରେ ବିଷୟବସ୍ତୁକୁ ହାସଲ କରିବାରେ ଭାରତୀୟଙ୍କ ପସନ୍ଦ ବଢ଼ିବାରେ ଲାଗିଛି । ତାହା ଆମକୁ ଏକ ହିନ୍ଦୀ ୱେବସାଇଟ୍ ବିକାଶ କରିବା ଲାଗି ଅନୁପ୍ରାଣିତ କରିଥିଲା ଯାହାର ଭାବ ହେଉଛି ଦେଶୀ କିନ୍ତୁ ସଦତ୍ୟମ ୱେବ୍ ପ୍ରଯୁକ୍ତିକୁ ବ୍ୟବହାର କରି ଆମ ଗ୍ରାହକଙ୍କୁ ସଠିକ୍ ଅନୁଭୂତିି, ସହଜତା ଓ ସୁବିଧା ପ୍ରଦାନ କରୁଛି । ଆମ ପାଇଁ ଏହା ହେଉଛି ଗ୍ରାମୀଣ ଭାରତର ଭାବ ସହ ଯୋଡ଼ିହେବା ଲାଗି ଆଉ ଏକ ପଦକ୍ଷେପ ସଦୃଶ ।”

Share

Leave a Reply

Your email address will not be published. Required fields are marked *

11 − 6 =