କଂଗ୍ରେସରେ ମିଶିଲେ ସତ୍ୟପ୍ରକାଶ, ମିଡ଼ିଆ ସେଲର ମୁଖ୍ୟ ହେବ

ଭୁବନେଶ୍ଵର: ଆଜି ରାଜ୍ୟ କଂଗ୍ରେସରେ ଯୋଗ ଦେଲେ ସାମ୍ବାଦିକ ସତ୍ୟ ନାୟକ। ରାମ ମନ୍ଦିର ଛକରୁ ବାଇକ ରାଲିରେ ଆସି କଂଗ୍ରେସ ଭବନରେ ପହଞ୍ଚିଥିଲେ । କଂଗ୍ରେସ ଭବନରେ ତାଙ୍କୁ ସ୍ବାଗତ କରିଥିଲେ ପିସିସି ସଭାପତି ନିରଞ୍ଜନ ପଟନାୟକ । ସାମ୍ବାଦିକ ଥିବାବେଳେ ଦୁର୍ନୀତି ବିରୋଧରେ ଯେମିତି ଲଢେଇ କରୁଥିଲି କଂଗ୍ରେସରେ ମଧ୍ୟ ସେମିତି ଲଢେଇ କରିବି ବୋଲି କହିଛନ୍ତି । ଧଳା ମୁଖା ପିନ୍ଧି ରାଜନୀତି କରୁଥିବା ଲୋକମାନଙ୍କର ମୁଖା ଖୋଲିବି । ସମଦୂରତା ନାରେ ନିର୍ଦ୍ଧିଷ୍ଟ ବ୍ୟକ୍ତି ଓ ଦଳ ତାଙ୍କ ଚିନ୍ତା ଧାରାରେ ରାଜନୀତି କରୁଛନ୍ତି । ଦଳ ଚାହିଁଲେ ସେ ସିଧାସଳଖ ନିର୍ବାଚନ ମଇଦାନକୁ ଓହ୍ଲାଇବେ ।୧୪୭ ଆସନରୁ ଦଳ ଯେଉଁଠୁ ଚାହିଁବ ସେହିଠାରୁ ଲଢିବେ ବୋଲି କହିଛନ୍ତି । ଏପଟେ ପିସିସି ସଭାପତି କହିଛନ୍ତି ସତ୍ୟ ନାୟକ କଂଗ୍ରେସ ମିଡ଼ିଆ ସେଲର ମୁଖ୍ୟ ହେବେ । ସେ ଯଦି ଚାହିଁବେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ପିସିସି ସଭାପତି ।

Share

Leave a Reply

Your email address will not be published. Required fields are marked *

2 + six =