ଆମ ଜୀବନରେ ସଦଗୁରୁଙ୍କ ଭୂମିକା କଣ?

ଭୁବନେଶ୍ୱର: ଶିରିଡ଼ି ସାଇବାବା ଥିଲେ ସଦଗୁରୁ । ତେବେ ଯାହାକୁ ନେଇ ଅନେକ ଭକ୍ତ ପ୍ରଶ୍ନ ଉଠାଇଥାନ୍ତି କି, ଆମ ଜୀବନରେ ସଦଗୁରୁଙ୍କ ଭୂମିକା କଣ? ତେବେ ଜାଣନ୍ତୁ । ସଦଗୁରୁ ଯୋଗ୍ୟ ଶିଷ୍ୟଙ୍କୁ ଇଶ୍ୱର ଉପଲବ୍ଧିର କ୍ଷମତା ପ୍ରଦାନ କରିଥାନ୍ତି । ଶିଷ୍ୟକୁ ଗୋଟିଏ ସେପାନ ଉଠାର ଶେଷରେ ପରମହଂସ ଅବସ୍ଥା ପ୍ରାପ୍ତ କରାଇଥାନ୍ତି ସଦଗୁରୁ । ସଦଗୁରୁଙ୍କ କୃପା ବିନା ଏହି ଉପଲବ୍ଧି ମିଳିବା ସମ୍ଭବ ନୁହେଁ । କୋଟି କୋଟି ମଣିଷମଧ୍ୟରୁ ଜଣେ ହିଁ କେବଳ ସୌଭାଗ୍ୟ ପାଇଥାନ୍ତି । ପରାମୁକ୍ତି ବା ତୂରୀୟାବସ୍ଥା ପରମହଂସର ପରବର୍ତ୍ତୀ ସୋପାନ । ଏହି ସେପାନରେ ଉପନୀତ ହେବା ଅତ୍ୟନ୍ତ କଷ୍ଟସାଧ୍ୟ । ଶିଷ୍ୟର ଆଧ୍ୟାତ୍ମିକ ସାଧନା ପଥରେ ଯେତେ ସବୁ ବାଧା ବିଘ୍ନ ଥାଏ, ସେ ସବୁକୁ ସଦଗୁରୁ ଅନ।।ୟାସରେ ଖଣ୍ଡନ କରିଥାନ୍ତି । ସଦଗୁରୁ ତାହାର ଜନ୍ମଜନ୍ମାନ୍ତ ସଞ୍ଚିତ ମୋହ ଭଙ୍ଗ କରିଥାନ୍ତି ଓ ଭ୍ରାନ୍ତି ଦୂର କରିଥାନ୍ତି । ଯାହାକି ସାଇବାବା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × three =