ଆକ୍ସିସ୍ ବ୍ୟାଙ୍କର ଟିକସ ପରବର୍ତୀ ଲାଭ ତୃତୀୟ ତ୍ରୈମାସିକରେ ୬୨% ବୃଦ୍ଧି ପାଇ ୫,୮୫୩ କୋଟି ଟଙ୍କା

ଭୁବନେଶ୍ୱର: ଭାରତର ତୃତୀୟ ବୃହତମ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ଏହି ସମୟରେ ବ୍ୟାଙ୍କ ଟିକସ ପରବର୍ତୀ ଲାଭ ବାର୍ଷିକ ଭିତିରେ ୬୨ ପ୍ରତିଶତ ବୃଦ୍ଧି ପାଇ ୫,୮୫୩ କୋଟି ଟଙ୍କା ହୋଇଛି ଯାହା ୨୦୨୧-୨୨ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ୩,୬୧୪ କୋଟି ଟଙ୍କା ଥିଲା । ବ୍ୟାଙ୍କ ନିଟ୍ ସୁଧ ଆୟ (ଏନ୍‌ଆଇଆଇ) ବାର୍ଷିକ ଭିତିରେ ୩୨ ପ୍ରତିଶତ ଓ ତ୍ରୈମାସିକ ଭିତିରେ ୧ ପ୍ରତିଶତ ବୃଦ୍ଧି ପାଇ ତୃତୀୟ ତ୍ରୈମାସିକ ସୁଦ୍ଧା ୧୧,୪୫୯ କୋଟି ଟଙ୍କା ହୋଇଛି ଯାହା ୨୦୨୧-୨୨ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ୮,୬୫୩ କୋଟି ଟଙ୍କା ଥିଲା ।
ଏହାର ନିଟ୍ ସୁଧ ଆୟ (ଏନ୍‌ଆଇଏମ୍‌) ତୃତୀୟ ତ୍ରୈମାସିକରେ ୪.୨୬ ପ୍ରତିଶତ ରହିଛି । ବାର୍ଷିକ ଭିତିରେ ଏଥିରେ ୦.୭୩ ପ୍ରତିଶତ ଓ ତ୍ରୈମାସିକ ଭିତିରେ ୦.୩୦ ପ୍ରତିଶତ ବୃଦ୍ଧି ହୋଇଛି । କାସାରେ ବାର୍ଷିକ ୧୦ ପ୍ରତିଶତ ଏବଂ ତ୍ରୈମାସିକ ୪ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ କାସା ଅନୁପାତ ୪୪ ପ୍ରତିଶତ ରହିଛି । ତୃତୀୟ ତ୍ରୈମାସିକ ସୁଦ୍ଧା କାସା ଅନୁପାତରେ ୦.୧୮ ପ୍ରତିଶତ ବୃଦ୍ଧି ଘଟିଛି । ୨୦୨୨ ଡିସେମ୍ବର ୩୧ ସୁଦ୍ଧା ବ୍ୟାଙ୍କର ମୋଟ ଏନପିଏ ଓ ନିଟ୍ ଏନପିଏ ଯଥାକ୍ରମେ ୨.୩୮ ପ୍ରତିଶତ ଓ ୦.୪୭ ପ୍ରତିଶତ ରହିଛି । ଫି’ରୁ ବ୍ୟାଙ୍କର ଆୟ ତୃତୀୟ ତ୍ରୈମାସିକରେ ବାର୍ଷିକ ୨୩ ପ୍ରତିଶତ ହାରରେ ବୃଦ୍ଧି ପାଇ ୪,୧୦୧ କୋଟି ଟଙ୍କା ହୋଇଛି । ରିଟେଲ୍ ଫି’ ବାର୍ଷିକ ଭିତିରେ ୩୦% ବଢ଼ିଛି ଯାହା ବ୍ୟାଙ୍କର ମୋଟ ଫିଡ଼ ଆୟର ୬୯ ପ୍ରତିଶତ । ସାମଗ୍ରିକ ପୁଂଜି ସ୍ୱଚ୍ଛଳତା ହାର (ସିଏଆର) ହାର ଲାଭ ସମେତ ଆର୍ଥିକ ବର୍ଷର ୯ ମାସରେ ୧୯.୫୧ ପ୍ରତିଶତ ଥିବା ବେଳେ ସିଇଟି ୧ ହାର ୧୫.୫୫ ପ୍ରତିଶତ ରହିଛି ।
ଆକ୍ସିସ୍ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଅମିତାଭ ଚୌଧୁରୀ କହିଛନ୍ତି ଯେ, “ବିଶ୍ୱ ସ୍ତରରେ ଅନିଶ୍ଚିତତା ସ୍ଥିତି ଲାଗି ରହିଥିବା ବେଳେ ଭାରତ ଏକ ଉଜ୍ଜ୍ୱଳ ସ୍ଥଳ ଭାବେ ଉଭା ହୋଇ ଶ୍ରେଷ୍ଠ ସ୍ଥିରତା ଓ ଅର୍ଥନୀତି ଓ ବ୍ୟବସାୟ ପାଇଁ ସୁଯୋଗ ପ୍ରଦାନ କରୁଛି । ଗତ କିଛି ତ୍ରୈମାସିକରେ ଗଠନ ହୋଇଥିବା ଗତିଶୀଳତାରୁ ଲାଭ ହାସଲ କରିବା ଲାଗି ବ୍ୟାଙ୍କ କ୍ଷେତ୍ର ବହୁତ ଭଲ ସ୍ଥିତିରେ ରହିଛି । ବ୍ୟବସାୟରେ ଅଭିବୃଦ୍ଧି ଓ ଶ୍ରେଷ୍ଠ ସହଯୋଗିତା ଜରିଆରେ ଆକ୍ସିସ୍ ବ୍ୟାଙ୍କ ଦ୍ରୁତ ଗତିରେ ଏହାର ଦକ୍ଷତା ବଢ଼ଶଉଛି । ସିଟି ମିଶ୍ରଣ ବହୁତ ଭଲ ଭାବେ ଆଗେଇଛି ଏବଂ ଗ୍ରାହକ ଏବଂ କର୍ମଚାରୀମାନଙ୍କଠାରୁ ଆମେ ଯେଉଁ ପ୍ରତିକ୍ରିୟା ହାସଲ କରୁଛୁ ତାହାକୁ ନେଇ ଆମେ ବହୁତ ଖୁସି । ଆକ୍ସିିସ୍ ପରିବାରକୁ ସେମାନଙ୍କୁ ସମସ୍ତଙ୍କୁ ଆମନ୍ତ୍ରଣ କରିବା ଲାଗି ଆମେ ବେଶ ଉତ୍ସାହିତ ଅଛୁ ।’’

Share

Leave a Reply

Your email address will not be published. Required fields are marked *

5 × two =