ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳୀୟଦଳନ ବେଶ

ପୁରୀ : ଶ୍ରୀମନ୍ଦିରରେ ବାର ମାସରେ ମହାପ୍ରଭୁଙ୍କ ଅନେକ ନୀତି ପାଳିତ ହୋଇଥାଏ । ସେହିଅନୁଯାୟୀ ଭାଦ୍ରବ ମାସ କୃଷ୍ଣ ପକ୍ଷ ଏକାଦଶୀ ଅସରରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ କାଳୀୟଦଳନ ବେଶ । ମଧ୍ୟାହ୍ନ ଧୂପ ବଢିବା ପରେ କାଳୀୟଦଳନ ବେଶରେ ସୁସଜ୍ଜିତ ହେବେ ମହାପ୍ରଭୁ ।

ଏହି କାଳୀୟ ଦଳନ ବେଶରେ ଶ୍ରୀଜଗନ୍ନାଥ ଓ ବଳଭଦ୍ର କାଷ୍ଠ ନିର୍ମିତ ଶ୍ରୀଭୂଜ ଓ ଶ୍ରୀପୟର ଯୁକ୍ତ ହୋଇଥାନ୍ତି । ବେଶରେ ଲାଗି ହେଉଥିବା ସପ୍ତଫେଣୀୟ କାଳୀୟଦଳନ ସର୍ପ ୩୦ ଫୁଟ ଲମ୍ବର ହୋଇଥାଏ ।

ଫେଣିଆ ମସ୍ତକ ମହାପ୍ରଭୁଙ୍କ ଶ୍ରୀପୟର ତଳେ ଏବଂ ଅବଶିଷ୍ଟ ଅଂଶ ଠାକୁରଙ୍କ ସମସ୍ତ ଶରୀରକୁ ଅବୃତ୍ତ କରି ରଖାଯାଏ । ଏଥିରେ ମା ସୁଭଦ୍ରାଙ୍କ ସାଧାରଣ ବେଶରେ ରହିଥାନ୍ତି ଏବଂ ବଳଭଦ୍ରଙ୍କ ଦୁଇ ପାଶ୍ୱର୍ରେ କାଠ ନିର୍ମିତ ବାଛୁରୀ ରଖା ଯାଇଥାଏ । ଏହି ବେଶ ସନ୍ଧ୍ୟା ଯାଏଁ ରହିଥାଏ ।

Share

Leave a Reply

Your email address will not be published. Required fields are marked *

nineteen + five =