ଆତ୍ମୀୟତାର ଡୋରୀରେ ବାନ୍ଧିଲେ ବିଜେପୁରବାସୀ

ବିଜେପୁର () ବିଜେପୁରବାସୀଙ୍କ ସ୍ୱାଗତ ମତେ ଆତ୍ମୀୟତାର ଡୋରୀରେ ବାନ୍ଧିଛି । ନିରନ୍ତର ଭାବେ ମୋ ପ୍ରତି ଆପଣମାନେ ଦେଇଆସିଥିବା ଭଲପାଇବା ନିକଟରେ ମୁଁ କୃତଜ୍ଞ । ବିଜେପୁର ଉପନିର୍ବାଚନରେ ବିଜୟ କେବଳ ଆମ ଦଳର ନୁହେଁ, ଏହା ହେବ ବିଜେପୁରବାସୀଙ୍କ ବିଜୟ । ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମୈଦାନକୁ ଓହ୍ଲାଇ ଏହା କହିଛନ୍ତି ।

ଗୁରୁବାର ଲଉମୁଣ୍ଡାରେ ହେଲିକପ୍ଟର ଅବତରଣ କରିବା ପରେ ହାଇଟେକ୍ ବସରେ ବିଜେପୁର ରୋଡ଼ ସୋ ଆରମ୍ଭ ହୋଇସାରିଛି । ମୁଖ୍ୟମନ୍ତ୍ରୀ ବିଜେପୁରରୁ ବରପାଲି ଅଭିମୁଖେ ଯିବା ସମୟରେ ରାସ୍ତାର ଦୁଇ ପାର୍ଶ୍ବରେ ନାହିଁନଥିବା ଭିଜ ଜମିଛି । ଏହି ରୋଡ ସୋରେ ହଜାର ହଜାର ସଂଖ୍ୟାରେ କର୍ମୀ ଓସାଧାରଣ ଲୋକଙ୍କ ସମାଗମ ହୋଇଥିବା ବେଳେ ବିଜେପୁର ଉଠୁଛି ପଡୁଛି ।

ବିଜେପୁରରେ ନବୀନଙ୍କ ପ୍ରତି ଏଭଲ ପାଇବା ଓ ଉତ୍ଶ୍ୱସିତ ସମ୍ବର୍ଦ୍ଧନା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ବିଜୟ ସମ୍ଭାବନାକୁ ସୁନିଶ୍ଚିତ କରୁଛି । ମୁଖ୍ୟମନ୍ତ୍ରୀ ମଧ୍ୟ ଏଭଳି ଭଲପାଇବାରେ ବିଭୋର ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

four × 3 =