ଦେଶରେ ୨୪ ଘଣ୍ଟାରେ ୨.୧୭, ୩୫୩ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨.୧୭, ୩୫୩ ଜଣ ସଂକ୍ରମିତ ଚିହ୍ନଟ । ସେହିଭଳି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୨ ଲକ୍ଷ ୧୭ ହଜାର ୩୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୧୧୮୫ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪୨ ଲକ୍ଷ ୯୧ହଜାର ୯୧୭ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୧୮,୩୦୨ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦେଶରେ ସବୁଠାରୁ ଅଧିକ ସଂକ୍ରମିତ ମହାରାଷ୍ଟ୍ରରୁ ଚିହ୍ନଟ ହେଉଛନ୍ତି ।

୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରୁ ୬୧ ହଜାର ୬୯୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଉତ୍ତରପ୍ରଦେଶରୁ ୨୨,୩୩୯ ଜଣ ସଂକ୍ରମିତ ହୋଇଥିବା ବେଳେ ଦିଲ୍ଲୀରୁ ୧୬,୬୯୯ , ଛତିଶଗଡରୁ ୧୫,୨୫୬ , କର୍ନାଟକରୁ ୧୪,୭୩୮, ମଧ୍ୟପ୍ରଦେଶରୁ ୧୦,୧୬୬, ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।ସେପେଟେ ଦେଶରେ ଟିକାକରଣ ଜାରିଥିବା ବେଳେ ଏବେ ସୁଦ୍ଧା ମୋଟ ୧୧ କୋଟି ୭୨ ଲକ୍ଷ ୨୩ ହଜାର ୫୦୯ ଜଣଙ୍କୁ ଦିଆଯାଇଛି ଟିକା ।

Share

Leave a Reply

Your email address will not be published. Required fields are marked *

eighteen − sixteen =