ଦାଦାଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଗୁରୁ ଦାୟିତ୍ୱ ଦେଇଛି ଆଇସିସି । ଅନିଲ କୁମ୍ବଲେଙ୍କ ସ୍ଥାନରେ ଆଇସିସି ଅଧ୍ୟକ୍ଷ ହୋଇଛନ୍ତି ସୌରଭ । ୩ଟି ଟର୍ମରେ ୯ ବର୍ଷ ଧରି ଏହି ପଦରେ ରହିଥିଲେ ଅନିଲ । ତେବେ ଆଜି ତାଙ୍କ ସ୍ଥାନରେ ଏହି ବଡ଼ ଦାୟିତ୍ୱ ଗ୍ରହଣ କରିଛନ୍ତି ସୌରଭ । ତେବେ ସେ ଏହି ଦାୟିତ୍ୱ କିଭଳି ଭାବେ ନିର୍ବାହ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି । କାରଣ ପୂର୍ବରୁ ସୌରଭଙ୍କୁ ଯେଉଁ ଦାୟିତ୍ୱ ମିଳିଛି ସେ ତାକୁ ସଫଳତାର ସହ ତୁଲାଇଛନ୍ତି । ସୌରଭଙ୍କ ଅଧିନାୟକତ୍ୱରେ ଭାରତ ୨୦୦୩ ବିଶ୍ୱକପରେ ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା । କିନ୍ତୁ ଆଜି ବି ଗାଙ୍ଗୁଲିଙ୍କ ବଡ଼ ବଡ଼ ଛକା ସମସ୍ତଙ୍କର ମନେ ରହିଛି ।

Share

Leave a Reply

Your email address will not be published. Required fields are marked *

18 + 12 =