ରାଜ୍ୟରେ ୧୦ ହଜାର ପାର୍ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବେଲଗାମ ହେଉଛି କରୋନା ସ୍ଥିତି |ହୁ ହୁ ହୋଇ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା | ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୦,୪୧୩ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୫୪୬୦୭ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୫୨୬ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୫୮୮୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୯୬ଜଣ ଚିହ୍ନଟ ହୋଇଥିବା ସମୟରେ ଅନୁଗୁଳ ଜିଲ୍ଲାରୁ ୩୯୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୬୦ଜଣ, ବୌଦ୍ଧ ଜିଲ୍ଲାରୁ ୮୭ଜଣ, କଟକ ଜିଲ୍ଲାରୁ ୮୨୮ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୨ଜଣ, ଗଜପତି ଜିଲ୍ଲାରୁ ୧୫୬ଜଣ, ଗଞ୍ଜାମ ଜିଲ୍ଲାରୁ ୨୩୨ଜଣ,ବାଲେଶ୍ୱର ଜିଲ୍ଲାରୁ ୧୨୪ଜଣ, ବରଗଡ଼ ଜିଲ୍ଲାରୁ ୫୧୧ଜଣ, ଭଦ୍ରକ ଜିଲ୍ଲାରୁ ୨୦୧ଜଣ, କୋରାପୁଟ ଜିଲ୍ଲାରୁ ୬୮ଜଣ ଚିହ୍ନଟ ହୋଇଛନ୍ତି |

ସେହିଭଳି ମାଲକାନଗିରି ଜିଲ୍ଲାରୁ ୫୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୪୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୭୮ଜଣ, ନୟାଗଡ଼ ଜିଲ୍ଲାରୁ ୨୧୮ଜଣ, ନୂଆପଡ଼ା ଜିଲ୍ଲାରୁ ୪୧୮ଜଣ,ଜଗତସିଂହପୁର ଜିଲ୍ଲାରୁ ୪୪୨ଜଣ, କଳାହାଣ୍ଡି ଜିଲ୍ଲାରୁ ୫୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୭ଜଣ, କେନ୍ଦୁଝର ଜିଲ୍ଲାରୁ ୧୨୬ଜଣ, ପୁରୀ ଜିଲ୍ଲାରୁ ୫୩୩ଜଣ, ରାୟଗଡ଼ା ଜିଲ୍ଲାରୁ ୨୦୦ଜଣ, ସମ୍ବଲପୁର ଜିଲ୍ଲାରୁ ୪୨୬ଜଣ, ସୋନପୁର ଜିଲ୍ଲାରୁ ୧୩୦ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୧୦୦ଜଣ, ଷ୍ଟେଟ ପୁଲ୍‌ରୁ ୩୬୦ଜଣ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

three × 4 =