ନଭିମୁମ୍ବାଇ ମହାନଗର ନିଗମ ଓଡିଶା ଭବନ ଭଡା ଦେୟ ସମ୍ପୂର୍ଣ୍ଣ ଛାଡ଼ କଲେ ନବୀନ

ଭୁବନେଶ୍ବର: କୋଭିଡ୍ ମୁକାବିଲା କ୍ଷେତ୍ରରେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ବଦାନ୍ୟତା ଦେଖାଇଛନ୍ତି । ମୁମ୍ବାଇରେ ରୋଗୀଙ୍କୁ ସେବା ଯୋଗାଉଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କ ସଙ୍ଗରୋଧ ନିମନ୍ତେ ନଭି ମୁମ୍ବାଇ ମହାନଗର ନିଗମ ସେଠାରେ ଥିବା ଓଡ଼ିଶା ଭବନକୁ ୨୦୨୦ ଅପ୍ରେଲରୁ ବ୍ୟବହାର କରିଆସୁଥିଲେ ।

ତେବେ ଏହାର ଭଡ଼ା ବାବଦ ଦେୟ ପ୍ରାୟ ଦୁଇ କୋଟି ଷୋହଳ ହଜାର ଟଙ୍କା ଥିବା ବେଳେ , ମହାମାରୀର ଏ ବିପଦ ସମୟରେ ରାଷ୍ଟ୍ରନାୟକ ଭୂମିକା ତୁଲାଇବା ସହ ଦେଶବାସୀ ତଥା ମୁମ୍ବାଇବାସୀଙ୍କ ସଦିଚ୍ଛା ପୂର୍ଣ୍ଣ ମନୋଭାବ ପ୍ରଦର୍ଶନ ପୂର୍ବକ ଓଡ଼ିଶା ଭବନ ଭଡା ଦେୟକୁ ସମ୍ପୂର୍ଣ୍ଣ ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।ସେହିଭଳି ଓଡ଼ିଶା ଏଇ କୋଭିଡ୍ ମହାମାରୀ ସମୟରେ ଅକ୍ସିଜେନ୍ ଅଭାବ ପରିପୂରଣ ପାଇଁ ମହାରାଷ୍ଟ୍ରକୁ ଜରୁରୀ ଭିତ୍ତିରେ ପନ୍ଦର ଦିନ ହେଲା ଅକ୍ସିଜେନ ମଧ୍ୟ ଯୋଗାଉଛି ।

Share

Leave a Reply

Your email address will not be published. Required fields are marked *

5 + eight =