ଆଜି ରାଜ୍ୟରେ ୨୦୭୦ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୦୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୯୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୮୭୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସର୍ବାଧିକ ୪୪୬ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୫୭ଜଣ, ବାଲେଶ୍ୱରରୁ ୧୭୬ଜଣ, ବରଗଡ଼ରୁ ୧୫ଜଣ, ଭଦ୍ରକରୁ ୬୬ଜଣ, ବଲାଙ୍ଗୀରରୁ ୭ଜଣ, ବୌଦ୍ଧରୁ ୧୧ଜଣ, କଟକରୁ ୩୧୯ଜଣ, ଦେବଗଡ଼ରୁ ୩ଜଣ, ଢେଙ୍କାନାଳରୁ ୪୪ଜଣ, ଗଜପତିରୁ ୬ଜଣ, ଗଞ୍ଜାମରୁ ୧୨ ଜଣ, ଜଗତସିଂହପୁରରୁ ୯୭ ଜଣ, ଯାଜପୁରରୁ ୧୩୬ଜଣ, ଝାରସୁଗୁଡ଼ାରୁ ୮ ଜଣ, କଳାହାଣ୍ଡିରୁ ୧୨ଜଣ, କନ୍ଧମାଳରୁ ୧୮ ଜଣ, କେନ୍ଦ୍ରାପଡ଼ାରୁ ୭୭ଜଣ, କେଉଁଝରରୁ ୫୬ ଜଣ, ଖୋର୍ଦ୍ଧାରୁ ୪୪୬ ଜଣ, କୋରାପୁଟରୁ ୨୩ଜଣ, ମାଲକାନଗିରିରୁ ୨୦ ଜଣ, ମୟୁରଭଞ୍ଜରୁ ୮୧ଜଣ, ନବରଙ୍ଗପୁରରୁ ୧୧ ଜଣ, ନୟାଗଡ଼ରୁ ୫୯ ଜଣ, ନୂଆପଡ଼ାରୁ ୭ଜଣ, ପୁରୀରୁ ୧୧୦ଜଣ, ରାୟଗଡ଼ାରୁ ୧୮ଜଣ, ସମ୍ୱଲପୁରରୁ ୧୬ଜଣ, ସୋନପୁରରୁ ୮, ସୁନ୍ଦରଗଡ଼ରୁ ୬୬ ଓ ଷ୍ଟେଟ ପୁଲରୁ ୮୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

16 − 3 =