ଟିଏସ୍ଏଫ୍ ର ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିରରେ ୧୯୦ଜଣ ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ

ଯୋଡ଼ା : ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସଏଫ୍) ପକ୍ଷରୁ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ଅଧୀନସ୍ଥ କୁଣ୍ଡାପୋଷି ଗ୍ରାମରେ ଏକ ଦିନିକିଆ ମାଗଣା ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି ।

ଏହି ଶିବିରରେ ପଳସା କ, ପଳସା ଖ, କୁଣ୍ଡାପୋଷି, ତାଡ଼ପାଣି, ଚମକପୁର, ବାମେବାରୀ ବସ୍ତି, ବିଡିପି କ୍ୟାମ୍ପ ଏବଂ ବେଗୁନିଆ ସାହି ଗ୍ରାମର ୧୯୦ରୁ ଅଧିକ ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ୫-୧୦ ବର୍ଷ ବୟସର ବହୁ ସଂଖ୍ୟାରେ ପିଲାମାନେ ସେମାନଙ୍କ ଅଭିଭାବକମାନଙ୍କ ସହ ଏହି ଶିବିରରେ ଯୋଗ ଦେଇଥିଲେ ।
ଏହି ଶିବିରରେ ଭେଷଜ, ଚର୍ମ ଓ ଭେନେରିଏଲ ଏବଂ ଶିଶୁ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ବ୍ୟତୀତ ରୋଗୀମାନଙ୍କୁ ମାଗଣାରେ ଜେନେରିକ୍ ଔଷଧ ପ୍ରଦାନ କରାଯାଇଥିଲା । ସ୍ଥାନୀୟ ଲୋକମାନଙ୍କ ସ୍ୱାସ୍ଥ୍ୟ ପ୍ରୋଫାଇଲ୍ ପ୍ରସ୍ତୁତ କରିବା ଏବଂ ଏକ ସୁସ୍ଥ ଜୀବନଶୈଳୀ ନିମନ୍ତେ ସେମାନଙ୍କ ମାର୍ଗଦର୍ଶନ ଓ ପରାମର୍ଶ ପ୍ରଦାନ ଲକ୍ଷ୍ୟ ନେଇ ଏହି ଶିବିରର ଆୟୋଜନ କରାଯାଇଥିଲା ।

ସମାଜସେବୀ ସାମୁକ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଶିବିରକୁ ଉଦ୍ଘାଟନ କରିଥିବା ବେଳେ ଟିଏସ୍ଏଫ୍ ର ପ୍ରଦୀପ୍ତ କୁମାର ମାନସିଂହ ଏବଂ ଟାଟା ଷ୍ଟିଲ ଯୋଡ଼ା ହସ୍ପିଟାଲ ର ଡାକ୍ତରୀ ଦଳ ଯଥା ଡଃ ଏସ୍ ଦାସଗୁପ୍ତା, ଡଃ ଦେବାଶିଷ ଶତପଥୀ ଓ ଡଃ ଅନମୋଲ୍ ଟିଗା ଉପସ୍ଥିତ ଥିଲେ ।

ଏହି ଶିବିର ଆୟୋଜନକୁ ନେଇ ଖୁସି ବ୍ୟକ୍ତ କରି ତାଡ଼ପାଣି ଗ୍ରାମର ପାଣି ମୁଣ୍ଡା କହିଛନ୍ତି ଯେ, “ସାଧାରଣତଃ ଆମେ ନିତିଦିନିଆ କାର୍ଯ୍ୟରେ ବ୍ୟସ୍ତ ରହି ନିଜ ସ୍ୱାସ୍ଥ୍ୟକୁ ଅବହେଳା କରିଥାଉ । ଏହି ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବାରୁ ଏହା ଆମ ପାଇଁ ବିଶେଷ ରୂପେ ସହାୟକ ହୋଇଥିଲା ।

ଖଣି ବହୁଳ ଯୋଡ଼ା ଅଂଚଳର ଆଖପାଖରେ ବାସ କରୁଥିବା ଲୋକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଟିଏସଏଫ୍ ପକ୍ଷରୁ ଭବିଷ୍ୟତରେ ଏଭଳି ଆହୁରି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବାର ଯୋଜନା ରହିଛି ।

Share

Leave a Reply

Your email address will not be published. Required fields are marked *

8 + four =