ନୀତିଶଙ୍କ ଋଣ ଶୁଝିଲେ ନବୀନ

ଭୁବନେଶ୍ୱର () ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ଶେଷରେ ବିଜେଡି ରାଜ୍ୟସଭା ଉପାଧକ୍ଷ ନିର୍ବାଚନରେ ଏନଡିଏ ସମର୍ଥିତ ଜେଡିଏସ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ ଘୋଷଣା କରିଛନ୍ତି । ଏସମ୍ପର୍କର ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ମୁଖ୍ୟ ନୀତିଶ କୁମାର ଓ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଅମିତ ଶାହା କଥା ହୋଇଛନ୍ତି ।

ଏହି ନିର୍ବାଚନରେ ନବୀନ କିଙ୍ଗ ମେକର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଜେଡିଏସ ପ୍ରାର୍ଥୀଙ୍କୁ ଏନଡିଏ ସମର୍ଥନ କରୁଥିବାରୁ ନବୀନ ସମଦୁରତା ନ୍ୟାୟରେ କି ଆଭିମୁଖ୍ୟ ରଖିବେ ତା ଉପରେ ସମସ୍ତଙ୍କ ନଜର ଥିଲା। ଚର୍ଚ୍ଚା ହେଉଛି ନବୀନ ନୀତିଶଙ୍କ ସହଯୋଗର ପ୍ରତିଦାନ ଦେଇଛନ୍ତି । କାରଣ 2012ରେ ନବୀନ ପିଏ ସାଙ୍ଗମାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚିଡାକରାଇଥିବା ବେଳେ ନୀତିଶ ତାଙ୍କୁ ସମର୍ଥନ କରିଥିଲେ।

Share

Leave a Reply

Your email address will not be published. Required fields are marked *

three × 2 =