ଓଡିଆ ବିଶ୍ବବିଦ୍ୟାଳୟକୁ ଐତିହ୍ୟ କ୍ୟାବିନେଟର ମଂଜୁରୀ

ଭୁବନେଶ୍ବର (ନିପ୍ର) ଓଡ଼ିଆ ବିଶ୍ବବିଦ୍ୟାଳୟ ଗଠନକୁ ମିଳିଲା କ୍ୟାବିନେଟ ମଂଜୁରୀ । ଆଜି ଅନୁଷ୍ଠିତ ପ୍ରଥମ ଐତିହ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଓଡ଼ିଆ ବିଶ୍ବବିଦ୍ୟାଳୟ ବିଧେୟକ 2017ରେ ଓଡ଼ିଆ ବିଶ୍ବବିଦ୍ୟାଳୟ ଗଠନର ପ୍ରସ୍ତାବ ରହିଥିଲା । ତଦନୁଯାୟୀ ପୁରୀ ଜିଲ୍ଲା ସତ୍ୟବାଦୀ ଠାରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ । ବିଶ୍ବବିଦ୍ୟାଳୟର ନାମ ଓଡିଆ ବିଶ୍ବବିଦ୍ୟାଳୟ ରହିବ । ସତ୍ୟବାଦୀରେ ପଞ୍ଚସଖାଙ୍କ ବନ ବିଦ୍ୟାଳୟକୁ ସମ୍ମାନ ଜଣାଇ ଏହି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ । ଏଥିପାଇଁ ରାଜ୍ୟ ସରକାର ସ୍ଥାନ ଚିହ୍ନଟ କରିସାରିଥିବା ବେଳେ ଖୁବଶୀଘ ବିଭାଗୀୟ ଅଧିକାରୀ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରି ଆବଶ୍ୟକ ବିଧିବ୍ୟବସ୍ଥାର ଅନୁପାଳନ କରିବେ ।

ଏଥିସହ ଖୁବଶୀଘ ଓଡିଶା ସଂସ୍କୃତି ଓ ଐତିହ୍ୟ ନୀତି ପ୍ରସ୍ତୁତ କରାଯିବ । ଓଡ଼ିଶାର କଳା, ସଂସ୍କୃତି, ଲୋକକଳା, ଚାରୁକଳା, ତାରକସି, ଜଗନ୍ନାଥ ସଂସ୍କୃତି ଓ ଆଦିବାସୀ ସଂସ୍କୃତିର ସୁରକ୍ଷା, ରକ୍ଷଣାବେକ୍ଷଣ ଓ ଅଧିକ ଅଦ୍ଧୟନ ପାଇଁ ଏହି ନୀତି ପ୍ରସ୍ତୁତ ହେବ । ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ବିଭାଗ ଏସମ୍ପର୍କିତ ଚିଠା ନୀତି ପ୍ରସ୍ତୁତ କରିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି ।

ଐତିହ୍ୟ କ୍ୟାବିନେଟର ନିଷ୍ପତି ଅନୁଯାୟୀ ରାଜ୍ୟରେ ସାର୍ବଜନୀନ ପାଠାଗାର ନିର୍ଦ୍ଧେଶାଳୟ ପ୍ରତିଷ୍ଠା ହେବ । ରାଜ୍ୟର ସବୁ ସାର୍ବଜନୀନ ପଠାଗାରର ପରିଚାଳନା ଦାଇତ୍ବ ଏହି ନିର୍ଦେଶାଳୟର । ସେହିପରି କଟକ ଠାରେ ଥିବା ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରର ସୁପରିଚାଳନ ପାଇଁ  ଏକ ଟ୍ରଷ୍ଟ ବୋର୍ଡ଼ ଗଠନ କରାଯିବା ସହ କର୍ପସ ପାଣ୍ଠି ଗଠନ କରିବାକୁ ଐତିହ୍ୟ କ୍ୟାବିନେଟରେ ନିଷ୍ପତି ହୋଇଛି ।

Share

Leave a Reply

Your email address will not be published. Required fields are marked *

18 − thirteen =