ସାମସଙ୍ଗର ନୂଆ ମଡେଲ

ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ୍‌ ସାମ୍‌ସଙ୍ଗ୍‌ ଏହାର ବହୁ ଲୋକାଦୃତ ଗାଲାକ୍ସି ଏ ଏବଂ ଜେ ସିରିଜ୍‌ରେ ୪ ନୂଆ ଫୋନ୍‌ ଗାଲାକ୍ସି ଜେ୬, ଜେ୮, ଏ୬ ଏବଂ ଏ୬+ର ବଜାର ପ୍ରବେଶ କରାଇଛି। ଇନ୍‌ଫିନିଟି ଡିସ୍‌ପ୍ଲେ ସହିତ ଆସିଥିବା ଏହି ମଡେଲ୍‌ଗୁଡିକର ଡିଭାଇସ୍‌ ସାଇଜ୍‌ ସମାନ ଥିଲେ ମଧ୍ୟ ଏହାର ଡିସ୍‌ପ୍ଲେ ୧୫% ବୃଦ୍ଧି କରାଯାଇଛି ବୋଲି କମ୍ପାନୀ ପ୍ରକାଶ କରିଛି। ଏହି ୪ ମଡେଲ୍‌ରେ ସୁପର ଆମୋଲେଡ୍‌ ଡିସ୍‌ପ୍ଲେ ଟେକ୍ନୋଲୋଜି ରହିଛି। ଏ୬+ର ମୂଲ୍ୟ ୨୫,୯୯୦ ଟଙ୍କା ହୋଇଥିବା ବେଳେ ଏ୬(୪/୬୪ଜିବି)ର ମୂଲ୍ୟ ୨୨,୯୯୦ ଟଙ୍କା, ଏ୬(୪/୩୨ଜିବି)ର ମୂଲ୍ୟ ୨୧,୯୦୦ ଟଙ୍କା ରହିଛି। ସେହିପରି ଗାଲାକ୍ସି ଜେ୮ ଓ ଜେ୬ର ମୂଲ୍ୟ ଯଥାକ୍ରମେ ୧୮,୯୯୦ ଏବଂ ୧୩,୯୯୦ ଟଙ୍କା ରହିଛି। ଏ ସମ୍ପର୍କରେ ସାମ୍‌ସଙ୍ଗ ଇଣ୍ଡିଆର ବରିଷ୍ଠ ଉପସଭାପତି ମୋହନଦୀପ ସିଂ କହିଛନ୍ତି, ଏହି ଫୋନ୍‌ରେ ଡୁଆଲ୍‌ ରିୟର କ୍ୟାମେରା ଫିଚର ରହିଛି ଯାହାକି କମ୍ପାନୀର ଚାଟ୍‌-ଓଭର-ଭିଡିଓ ଚିନ୍ତାଧାରାକୁ ଆହୁରି ସକ୍ରିୟ କରିବ।

Share

Leave a Reply

Your email address will not be published. Required fields are marked *

19 − 17 =