ଭୁବନେଶ୍ବରରେ 2018 କ୍ରେଟାର ବଜାର ପ୍ରବେଶ

ରାଜ୍ୟର ପ୍ରମୁଖ କାର୍‌ ଡିଲର୍‌ ଆଦିତ୍ୟ ହ୍ୟୁଣ୍ଡାଇ ପକ୍ଷରୁ ଏହାର ଟମାଣ୍ଡୋସ୍ଥିତ ଶୋ’ ରୁମ୍‌ରେ ନ୍ୟୁ ୨୦୧୮ କ୍ରେଟାର ବଜାର ପ୍ରବେଶ କରାଯାଇଛି। ଏହି ଅବସରରେ ଏଚ୍‌ଡିଏଫ୍‌ସି କାର୍‌ ଲୋନ୍‌ ବିଭାଗ ଏଏସ୍‌ଏମ୍‌ ଶକ୍ତି ରଞ୍ଜନ ସ୍ବାଇଁ, ଆଦିତ୍ୟ ହ୍ୟୁଣ୍ଡାଇର ପରିଚାଳନା ନିର୍ଦ୍ଦେଶକ ଆଦିତ୍ୟ ପାତ୍ର, ହ୍ୟୁଣ୍ଡାଇ ମୋଟର୍‌ ଇଣ୍ଡିଆ ଲିମିଟେଡ୍‌ର ଏପିଏସ୍‌ଏମ୍‌ ସୌମ୍ୟ ଘୋଷ ଏବଂ ଆଦିତ୍ୟ ହ୍ୟୁଣ୍ଡାଇର ସହ ଉପସଭାପତି ହର୍‌ମୋହନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନ୍ୟୁ ୨୦୧୮ କ୍ରେଟାରେ ଷ୍ଟାଇଲ୍‌ ଏବଂ ପ୍ରଦର୍ଶନ ଉଭୟକୁ ସମ ପରିମାଣରେ ପ୍ରାଧାନ୍ୟ ଦିଆଯାଇଛି। ଏହା ଜରିଆରେ ହ୍ୟୁଣ୍ଡାଇ ଏସ୍‌ୟୁଭି ସେଗ୍‌ମେଣ୍ଟରେ ଏହାର ପଦଚିହ୍ନକୁ ଆହୁରି ସୁଦୃଢ଼ କରିବାର ଲକ୍ଷ୍ୟ ରଖିଛି।

ଷ୍ଟାଇଲ୍‌, ପ୍ରଦର୍ଶନ ଏବଂ ନିରାପତ୍ତା ଦୃଷ୍ଟିକୋଣରୁ ଏହା ସର୍ବୋତ୍ତମ ଏସ୍‌ୟୁଭି ବୋଲି କମ୍ପାନୀ ପ୍ରକାଶ କରିଛି। କାସ୍‌କେଡ୍‌ ଡିଜାଇନ୍‌ ଫ୍ରଣ୍ଟ ଗ୍ରୀଲ୍‌, ଅତ୍ୟାଧୁନିକ କନେକ୍ଟିଭିଟି ସୁବିଧା ସହ ସ୍ମାର୍ଟ ଇଲେକ୍‌ଟ୍ରିକ୍‌ ସନ୍‌ ରୁଫ୍‌, କ୍ରୁଜ୍‌ କଣ୍ଟ୍ରୋଲ, ୬-ଓ୍ବେ ପାଓ୍ବାର୍‌ ଡ୍ରାଇଭର୍‌ ସିଟ୍‌, ସ୍ମାର୍ଟ କି’ ବ୍ୟାଣ୍ଡ୍‌ ଏବଂ ଓ୍ବେର୍‌ଲେସ୍‌ ଫୋନ୍‌ ଚାର୍ଜର ଆଦି ବୈଶିଷ୍ଟ୍ୟ ଏଥିରେ ରହିଛି। ସ୍ପିଡ୍‌ ସେନ୍ସିଂ ଅଟୋ ଡୋର୍‌ ଲକ୍‌, ସ୍ଲାଇଡିଂ ଫ୍ରଣ୍ଟ୍‌ ଆର୍ମରେଷ୍ଟ ଏବଂ ଡ୍ରାଇଭର ସିଟ୍‌ ହାଇଟ୍‌ ଆଡ୍‌ଜଷ୍ଟମେଣ୍ଟ ବ୍ୟବସ୍ଥା ଏଥିରେ ରହିଛି। ୭ଟି ଏକ୍ସଟେରିୟର୍‌ ସିଙ୍ଗିଲ୍‌ ଟୋନ୍‌ କଲର୍‌ ଅପ୍ସନ ଏବଂ ୨ଟି ଡୁଆଲ୍‌ ଟୋନ୍‌ କଲର୍‌ ଅପ୍ସନ୍‌ରେ ଏହା ଆସୁଛି। ପେଟ୍ରୋଲ ଭାରିଆଣ୍ଟ୍‌ର ଏକ୍ସ ଶୋ’ରୁମ୍‌ ଭୁବନେଶ୍ବର ମୂଲ୍ୟ ୯.୪୪ ଲକ୍ଷରୁ ୧୩.୬୦ ଲକ୍ଷ ଟଙ୍କା ରହିଥିବାବେଳେ ଡିଜେଲ ଭାରିଆଣ୍ଟ୍‌ର ମୂଲ୍ୟ ୯.୯୯ ଲକ୍ଷରୁ ୧୫.୦୩ ଲକ୍ଷ ଟଙ୍କା ରହିଛି।

Share

Leave a Reply

Your email address will not be published. Required fields are marked *

thirteen − 4 =