୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ବଙ୍ଗୋପସାଗରେ ଲଘୁଚାପ । ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ତଥା ପଶ୍ଚିମବଙ୍ଗ ଉପକୂଳରେ ଦାନା ବାନ୍ଧିଛି ଘୁର୍ଣ୍ଣିବଳୟ । ଏହା ପ୍ରଭାବରେ ୨ରୁ ୩ ଦିନ ପ୍ରବଳ ବର୍ଷା ହୋଇ ପାରେ। ପାଣିପାଗ ବିଭାଗ କହିଛି ଯେ, ରାଜ୍ୟର ଦକ୍ଷିଣ ପ୍ରାନ୍ତରେ ପ୍ରବଳ ବର୍ଷା ହେବ । ସେହିପରି ୨୨ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କୋରାପୁଟ, ମାଲକାନଗିରି,ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ ।
ଉପକୂଳ ଓଡିଶାର ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ ଏବଂ ନୟାଗଡ଼ ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ ବୋଲି ଆକଳନ କାରାଯାଇଛି ।ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।

 

Share

Leave a Reply

Your email address will not be published. Required fields are marked *

five × 3 =