ଆଜି ‘ବିଶ୍ୱ ଡାକ ଦିବସ’

ଭୁବନେଶ୍ୱର: ଡାକ ବା ପୋଷ୍ଟାଲ ବ୍ୟବସ୍ଥା ସବୁବେଳେ ଜନସାଧାରଣଙ୍କ ସେବାରେ ଉପଲବ୍ଧ । ପରିବର୍ତ୍ତିତ ଧାରା ସହ ପାଦ ମିଶାଇ ବଦଳି ଚାଲିଛି ଡାକସେବା ବା ପୋଷ୍ଟ। ଉନ୍ନତ ଅତ୍ୟାଧୁନିକ ଡିଜିଟାଲ୍-ଫ୍ରେଣ୍ଡଲି ଓ ସବୁବର୍ଗ ତଥା ସବୁ ବୟସର ସାଥୀ ହୋଇଛି ଡାକସେବା। ଏହାର ମହତ୍ୱ ବିଷୟରେ ଜଣାଇବାକୁ ପ୍ରତିବର୍ଷ ଅକ୍ଟୋବାର ୯ରେ ପାଳିତ ହେଉଛି ‘ବିଶ୍ୱ ଡାକ ଦିବସ’। ତେବେ ଏହି ଅବସରରେ ଆସନ୍ତୁ ଜାଣିବା କେବେଠୁ ଓ କିଭଳି ଡାକସେବା ଆରମ୍ଭ ହୋଇଥିଲା।

୧୮୭୪ ମସିହାରେ ଏହି ଦିନରେ ସ୍ୱିଜରଲାଣ୍ଡର ବର୍ଣ୍ଣରେ ‘ୟୁନିଭର୍ସାଲ ପୋଷ୍ଟାଲ ୟୁନିଅନ’ ପ୍ରତିଷ୍ଠା ହୋଇଥିଲା। ବିଶ୍ୱସ୍ତରରେ ଡାକ ମାଧ୍ୟମରେ ଚିଠି ଯୋଗାଯୋଗ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଥିଲା। ୧୮୭୬ରେ ‘ୟୁନିଭର୍ସାଲ ପୋଷ୍ଟାଲ ୟୁନିଅନ’ରେ ଭାରତ ସଦସ୍ୟ ହୋଇଥିଲା। ୧୯୬୦ରେ ଟୋକିଓରେ ‘ୟୁନିଭର୍ସାଲ ପୋଷ୍ଟାଲ ୟୁନିଅନ’ ବୈଠକରେ ଅକ୍ଟୋବର ୯କୁ ‘ବିଶ୍ୱ ଡାକ ଦିବସ’ ଭାବେ ପାଳନ କରିବାକୁ ଭାରତ ପ୍ରସ୍ତାବ ରଖିଥିଲା। ଏହି ପ୍ରସ୍ତାବ ଅନୁମୋଦିତ ହୋଇ ୧୯୭୦ରୁ ଅକ୍ଟୋବର ୯କୁ ‘ବିଶ୍ୱ ଡାକ ଦିବସ’ ଭାବେ ପାଳନ କରାଯାଉଛି।

Share

Leave a Reply

Your email address will not be published. Required fields are marked *

ten + 13 =