ବୋହୂକୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ପିଟିଲା ଶାଶୂ

ଗଞ୍ଜାମ: ଗତକାଲି ଥିଲା ସାବିତ୍ରୀ। ବୋହୂ ନୂଆ ଶାଢ଼ି ସଂଖା ସିନ୍ଦୁର ପିନ୍ଧି ସ୍ୱାମୀର ଦୀର୍ଘ ଜୀବନ କାମନା କରିଥିଲା। ଆଉ ଆଜି ଗାଁର ବିଚ୍ ରାସ୍ତା ଉପରେ ବୋହୂ ହେଲା ଅତ୍ୟାଚାରର ଶୀକାର। ଶାଶୂ ଭୁଲିଗଲା ମାନବିକତା। ବୋହୂକୁ ଗାଁ ଦାଣ୍ଡ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଗାଳି ଗୁଲଜ କରିବା ସହ ଅମାନୁଷିକ ଭାବେ ପିଟିଲେ ଶାଶୂ ଏବଂ ଘର ଲୋକେ।

ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଝୁଙ୍କାପଡ଼ା ଗାଁରୁ ଆସିଲା ଅଭାବନୀୟ ଦୃଶ୍ୟ । ବୋହୂକୁ ଗାଁ ଦାଣ୍ଡରେ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ମାଡ଼ ମାରିଲା ଶାଶୁ । ଯୌତୁକ ନିର୍ଯାତନା ଦେଉଛି ଶାଶୁ । ତେବେ ଏହି ଘଟଣା କିଛି ନୂଆ ନୁହେଁ । ପ୍ରତିଦିନ ବୋହୂକୁ ଏଭଳି ଅକଥନୀୟ ନିର୍ଯାତନା ଦେଉଛନ୍ତି ଶାଶୂଘର ଲୋକେ । ସ୍ୱାମୀ ଦାଦନ ଖଟୁଥିବା ବେଳେ ଶାଶୂ ଶ୍ୱଶୁରଙ୍କ ଏଭଳି ବ୍ୟବହାର ଅତ୍ୟନ୍ତ ନିନ୍ଦନୀୟ । ଗତକାଲି ବୋହୂ ସ୍ୱାମୀର ଦୀର୍ଘାୟୂ ମନାସୀ ବ୍ରତ ପାଳିଥିବାବେଳେ ଆଜି ମାଡ଼ ମାରିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି । ତେବେ ମହିଳା ଜଣକ ମାଡ଼ ଖାଉଥିବା ସ୍ଥାନୀୟ ଲୋକେ ଦେଖିଥିଲେ ସୁଦ୍ଧା କେହି ପ୍ରତିବାଦ କରିନଥିଲେ । ପୋଲିସକୁ ଏହି ବାବାଦରେ କେହି ମଧ୍ୟ ଜଣାନଥିବା ଶୁଣିବାକୁ ମିଳୁଛି ।

Share

Leave a Reply

Your email address will not be published. Required fields are marked *

20 − fourteen =